ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲୋକସଭା ପ୍ରାର୍ଥୀ ଚୟନ ନେଇ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମ୍ଭାବ୍ୟ ପ୍ରଥମ ପ୍ରାର୍ଥୀ ତାଲିକାରେ ଏହି ନେତାଙ୍କ ନାଁ

ନୂଆଦିଲ୍ଲୀ,୦୧/୦୩:  ଆଗାମୀ ଲୋକସଭା  ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ  ଗୁରୁବାର ନୂଆଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ  କମିଟି ବୈଠକ ଅନୁଷ୍ଠିତ ହୋଇଛି । ଦଳର ମୁଖ୍ୟାଳୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି  ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବହୁ  ବରିଷ୍ଠ ନେତା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଯୋଗଦେଇଥିଲେ । ବୈଠକରେ ପ୍ରାର୍ଥୀ ଚୟନ ନେଇ  ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି  ନିଆଯାଇ ନାହିଁ । ରାଜ୍ୟସଭାକୁ ପୁନର୍ବାର ଟିକେଟ ପାଇ  ନଥିବା କିଛି କେନ୍ଦ୍ରମନ୍ତ୍ରୀ ଏଥର ଲୋକସଭା ନିର୍ବାଚନ  ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସମୟରେ ବିଜେପିର ଏକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାମ୍‌ନାକୁ  ଆସିଛି । 

ସେଥିରେ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ  ନିର୍ବାଚନ ଲଢ଼ିବା କଥା କୁହାଯାଇଥିଲା ବେଳେ ରାଜନାଥ  ସିଂହ ଲକ୍ଷ୍ନୌ, ଅମିତ ଶାହ ଗାନ୍ଧୀନଗର, ସ୍ମୃତି ଇରାନୀ  ଆମେଥି, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର, ସମ୍ବିତ ପାତ୍ର  ପୁରୀ, ଭୁପେନ୍ଦ୍ର ଯାଦବ ମହେନ୍ଦ୍ରଗଡ, ରାଜୀବ ଚନ୍ଦ୍ରଶେଖର  ତିରୁଅନନ୍ତପୁରମ, କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ,  ଅର୍ଜୁନ ରାମ ମେଘୱାଲ ବିକାନେର, ଗଜେନ୍ଦ୍ର ସିଂହ  ଶେଖାୱତ ଯୋଧପୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟର, ପିୟୁଷ ଗୋୟଲ ଉତ୍ତର ମୁମ୍ବାଇ, ଅର୍ଜୁନ ମୁଣ୍ଡା ଖୁଣ୍ଟି,  ସର୍ବାନନ୍ଦ ସୋନୋୱାଲ ଦିବ୍ରୁଗଡ, ଶିବରାଜ ସିଂହ ଚୌହାନ  ବିଦିଶା, ଦିଲ୍ଲୀପ ଘୋଷ ମୋଦିନପୁର, ଲକେଟ ଚାଟାର୍ଜୀ  ହୁଗୁଳି, ନିଶିଥ ପ୍ରାମାଣିକ କୁଚବେହରା ଓ ଅଜୟ ମିଶ୍ର ଟେନି ଖିରି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.