ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି, ଜୁନ୍‌ରୁ ଆମ ସରକାରର ତୃତୀୟ ପାଳି

ନୂଆଦିଲ୍ଲୀ,୨୭/୦୨: ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ବିଜେପି ହିଁ କ୍ଷମତାକୁ ଫେରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ତାଙ୍କ ଅନୁସାରେ, ଆମ ସରକାରର ତୃତୀୟ ପାଳି ଜୁନ୍‌ରୁ ଆରମ୍ଭ ହେବ । ଯେଉଁଭଳି ବ୍ୟାପକତା ଓ ଗତିରେ ଏହି ସରକାର କାମ କରୁଛି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୪୧ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । 

ରେଲୱେର ରୂପାନ୍ତରୀକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଲୋକମାନେ ବିଗତ ୧୦ ବର୍ଷ ମଧ୍ୟରେ ଏକ ନୂଆ ଭାରତ ନିର୍ମାଣ ହେଉଥିବାର ଦେଖିଛନ୍ତି । ୨୦୧୪ରେ ରେଳ ବଜେଟ୍‌ ମାତ୍ର ୪୫ ହଜାର କୋଟି ଥିବାବେଳେ ବର୍ତ୍ତମାନ ବଜେଟ୍‌ ଅଢ଼େଇ ଲକ୍ଷ କୋଟିରେ ପହଞ୍ଚିଛି । ଦେଶରେ ନୂଆ ରେଳଲାଇନ ବିଛାଯିବାର ଗତି ବଢ଼ିଛି । ସେହିପରି ବନ୍ଦେ ଭାରତ ଟ୍ରେନ୍‌ ଓ ଅମୃତ ଭାରତ ଟ୍ରେନ୍‌ ରେଳ ବିଭାଗକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଛି । ଲୋକେ ଏବେ ବିଶ୍ୱସ୍ତରୀୟ ସୁବିଧା ଅନୁଭବ କରୁଛନ୍ତି । 

ମୋଦି ଆହୁରି କହିଥିଲେ, ଆମେ ଯେତେବେଳେ ବିକଶିତ ଭାରତ କଥା କହିଥାଉ ସେତେବେଳେ ଏହାର ସୂତ୍ରଧର ଓ ସବୁଠୁ ବଡ଼ ହିତାଧିକାରୀ ହେଉଛନ୍ତି ଦେଶର ଯୁବବର୍ଗ । ଆଜିର ଏହି ଯୋଜନାଗୁଡି଼କ ଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାରର ସୁଯୋଗ ମିଳିବ। ଭାରତ ଏବେ ବଡ଼ ସ୍ୱପ୍ନ ଦେଖୁଛି । ସେହି  ସ୍ୱପ୍ନକୁ ପୂରଣ କରିବା ଲାଗି ଦିନରାତି କାମ କରୁଛି । ଯୁବବର୍ଗଙ୍କର ସ୍ୱପ୍ନ ଓ କଠିନ ପରିଶ୍ରମ ଏବଂ ମୋର ଦୃଢ଼ ସଂକଳ୍ପ ବିକଶିତ ଭାରତର ଗ୍ୟାରେଣ୍ଟି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ରେଳ ବିଭାଗର ରୂପାନ୍ତରଣ ଉଦ୍ଦେଶ୍ୟରେ ଆଜିର ଏହି ପ୍ରକଳ୍ପଗୁଡି଼କର ଲୋକାର୍ପଣ ଓ ଶିଳାନ୍ୟାସ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । 

ସୂଚନାଥାଉକି, ପୂର୍ବରୁ ମୋଦି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୭୦ଟି ଆସନ ଜିତିବ ବୋଲି ଦାବି କରିଥିଲେ । ଏଥିସହ ଏନ୍‌ଡିଏର ଆସନ ସଂଖ୍ୟା ୪୦୦ ଟପିବ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.