ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭାରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ-ଏଥର ୪୦ ପାର କରିପାରିବନି, ଦଳର ଚିନ୍ତାଧାରା ଆଉଟଡେଟେଡ୍...

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ, ଯାହାର ପରଦିନ ଅର୍ଥାତ୍ ଫେବୃଆରୀ ୨ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ କରି ବୁଧବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କଂଗ୍ରେସ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି  ମୋଦୀ କହିଛନ୍ତି , ଯେଉଁ କଂଗ୍ରେସ ନେତାଙ୍କ କୌଣସି ଗ୍ୟାରେଣ୍ଟି ନାହିଁ, ସେମାନେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଥିଲେ ,ମୋର ଏବଂ ଦେଶର ଆତ୍ମବିଶ୍ୱାସ ଦୃଢ ହୋଇଛି ଯେ ବିରୋଧୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ରହିବାକୁ ସ୍ଥିର କରିଛନ୍ତି। ଯେହେତୁ ଆପଣ ଅନେକ ଦଶନ୍ଧି ଧରି ଶାସକ ଦଳରେ ବସିଥିଲେ, ସେହିଭଳି ଜନସାଧାରଣ ମଧ୍ୟ ଅନେକ ଦଶନ୍ଧି ଧରି ବିରୋଧୀ ଦଳରେ ବସିବାର ସଂକଳ୍ପ ପୂରଣ କରିବେ।

ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଆମେ କହୁଛୁ ମେକ ଇନ୍‌ ଇଣ୍ଡିଆ, କଂଗ୍ରେସ କହୁଛି କ୍ୟାନସେଲ୍‌, ଆମେ କହୁଛୁ ନୂଆ ସଂସଦ ବିଲ୍ଡିଂ କଂଗ୍ରେସ ତାକୁ ବି ମନା କରୁଛି। ମୁଁ ଆଶ୍ଚର୍ଯ୍ୟ ଯେ,ଏହା ମୋଦିଙ୍କ ଉପଲବ୍ଧି ନୁହେଁ ଦେଶର ଉପଲବ୍ଧି। ଆଉ କେତେ ଘୃଣା ରଖିବ ? କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ୍ ଖଡଗେଙ୍କୁ ବିଶେଷ ଧନ୍ୟବାଦ ଦେଉଛି। ସେ ଏନ୍‌ଡିଏକୁ ୪୦୦ ସିଟ୍‌ର ଆର୍ଶିବାଦ ଦେଖିଥିଲେ। ଦେଶର ପ୍ରଧାନମନ୍ତ୍ରୀଙ୍କ କଣ୍ଠରୋଦ୍ଧ କରିବାକୁ ପୁରା ସଂସଦରେ ଚେଷ୍ଟା କରାଯାଇଥିଲା। ମୋର କଥାକୁ ଆପଣମାନେ ଦବାଇ ପାରିବେନି। ଦେଶର ଜନତା ଏହି ଶକ୍ତି ଦେଇଛନ୍ତି। ଏଥର ମୁଁ ପୁରା ପ୍ରସ୍ତୁତି କରିକି ଆସିଛି। ଏଥର କଂଗ୍ରେସ ୪୦ ପାର କରିପାରିବନି। ଦଳ ଚିନ୍ତାଧାରାରେ ମଧ୍ୟ ଆଉଟଡେଟେଡ୍। ଚିନ୍ତାଧାରା ପୁରୁଣା ହୋଇଯିବାକୁ ସେମାନେ ନିଜର କାମକୁ ମଧ୍ୟ ଆଉଟସୋର୍ସ କରିଦେଲେ। ଦେଖୁ ଦେଖୁ ଏତେ ବଡ ଦଳ ତଳକୁ ଆସିଗଲା। ଆମର ତାଙ୍କ ପ୍ରତି ସମବେଦନା ରହିଛି।

ମୋଦୀ କହିଛନ୍ତି, କଂଗ୍ରେସ ୧୦ ବର୍ଷରେ ୧୧ ନମ୍ବରରେ ଦେଶକୁ ଆଣିଥିଲା। ଆମେ ୧୦ ବର୍ଷରେ ୫ ନମ୍ବରକୁ ଆଣିଲୁ। ହେଲେ କଂଗ୍ରେସ ଆମକୁ ଆର୍ଥୀକ ନୀତି ଉପରେ ଭାଷଣ ଦେଉଛି।  ଗରିବଙ୍କୁ ସଂରକ୍ଷଣ କେବେ ଦେଇନି, ଯିଏ ବାବା ସାହେବ ଆମ୍ବେଦକରଙ୍କୁ ଭାରତ ରତ୍ନ ସମ୍ମାନ ଦେଇନି, ଦେଶର ରାସ୍ତା ଗଳିକୁ ନିଜ ପରିବାର ନାମରେ ଯେଉଁ ଦଳ ରଖିଥିଲା ସେ ଆମକୁ ସାମାଜିକ ନ୍ୟାୟ ଉପରେ ଭାଷଣ ଦେଉଛି। ଏହି ସମୟରେ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଥାକୁ ମଧ୍ୟ ମୋଦି ରଖିଥିଲେ।  ପୂର୍ବତନ ପ୍ରଧରନମନ୍ତ୍ରୀ କହିଥିଲେ, ଟଙ୍କାଟିଏ ପଠାଇଲେ ଲୋକଙ୍କ ପାଖରେ ମାତ୍ର ୧୦ ପଇସା ପହଁଞ୍ଚୁଛି। କଂଗ୍ରେସ ଏବେ ବି ଭୋକାଲ ଫର ଲୋକାଲ କହିବାକୁ ବି ଚାହୁଁନି। ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ମାନୁଥିବା ଲୋକଙ୍କୁ ହୀନ ଭାବନାରେ ଦେଖୁଛନ୍ତି।  ଏହି ସମୟରେ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହରୁଙ୍କ ଏକ ଚିଠି ମଧ୍ୟ ପଢିଥିଲେ।   ଯେଉଁଥିରେ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଲେଖିଥିଲେ ମୁଁ କୌଣସି ସଂରକ୍ଷଣକୁ ପସନ୍ଦ କରେନି ଓ ବିଶେଷ କରି ଚାକିରୀରେ ସଂରକ୍ଷଣ କେବେ ବି ନୁହେଁ।’ ହେଲେ ଏବେ କଂଗ୍ରେସ ଆଜିକାଲି ଜାତିର କଥା କହୁଛି। ଏବେ କ’ଣ ଦରକାର ପଡିଲା ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.