ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଣ୍ଟ ପାଇଁ ନୱାଜ-ଜର୍ଦ୍ଦାରି ଏକାଠି, ବଡ଼ ବିଜୟ ସତ୍ତ୍ୱେ ଇମ୍ରାନ ଖାନଙ୍କୁ ଲାଗିପାରେ ଝଟକା

ଇସଲାମାବାଦ, ୧୦/୦୨: ପାକିସ୍ତାନରେ ଏବେ ବି ଜାରି ରହିଛି ଭୋଟ୍ ଗଣତି । କୌଣସି ଦଳକୁ ବହୁମତ ମିଳି ନଥିବାରୁ କିଏ ସରକାର ଗଢ଼ିବ ସ୍ପଷ୍ଟ ହୋଇ ପାରୁନି । ଏହାରି ଭିତରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ (PML-N) ସହ ମେଣ୍ଟ ପାଇଁ ସହମତି ପ୍ରକାଶ କରିଛି ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ।

ମିଳିଥିବା ସୂଚନା ଅନୁସାରେ, ପିଏମ୍ଏଲ୍-ଏନର ଅଧ୍ୟକ୍ଷ ଶେହବାଜ ଶରିଫ, ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଏବଂ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦ୍ଦାରି  ଆଲୋଚନା କରିଛନ୍ତି । ଆଲୋଚନା ପରେ ପିଏମ୍ଏଲ୍-ଏନ୍ ଏବଂ ପିପିପି କେନ୍ଦ୍ର ଓ ପଞ୍ଜାବରେ ମେଣ୍ଟ ସରକାର ଗଠନ ପାଇଁ ସହମତ ହୋଇଛନ୍ତି ।

ସରକାର ଗଠନ ଲାଗି ୨ ଦଳର ଶୀର୍ଷ ନେତା ଲାହୋରରେ ଆଲୋଚନା କରୁଛନ୍ତି । ସୂତ୍ର ଅନୁସାରେ, ଜର୍ଦ୍ଦାରି ଏବଂ ଶେହବାଜ ପଞ୍ଜାବ ଓ କେନ୍ଦ୍ରରେ ସରକାର ଗଠନ ପାଇଁ ରାଜି ହୋଇଛନ୍ତି । ଏବେ କ୍ଷମତା ବଣ୍ଟନ ନେଇ ଆଲୋଚନା ଜାରି ରହିଛି । କାହାକୁ କେଉଁ ପଦ ମିଳିବ ? ଉଭୟ ଦଳର ଆଗାମୀ ରଣନୀତି କଣ ରହିବ ? ଏନେଇ ଚାଲିଛି ଆଲୋଚନା ।

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ପାକିସ୍ତାନ ସଂସଦର ମୋଟ ୨୬୬ ଆସନରେ ନିର୍ବାଚନ ହୋଇଥିବା ବେଳେ ବହୁମତ ୧୩୪ । ସକାଳ ୭ଟା ସୁଦ୍ଧା ପିଟିଆଇ ସମର୍ଥିତ ୯୯ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ମୁସଲିମ୍ ଲିଗର ୭୧ ଏବଂ ପାକିସ୍ତାନ ପିପଲ୍ସ ପାର୍ଟିର ୫୩ ପ୍ରାର୍ଥୀ ଜିତିଛନ୍ତି ।

ଗୁରୁବାର ପାକିସ୍ତାନରେ ମତଦାନ ହୋଇଥିଲା । ସନ୍ଧ୍ୟା ୫ଟା ୩୦ରେ ମତଦାନ ସରିବା ପରେ ବିଳମ୍ବରେ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ଭୋଟିଂର ୧୮ ଘଣ୍ଟା ପରେ ନିର୍ବାଚନ ଆୟୋଗ ଫଳାଫଳ ଘୋଷଣା ଆରମ୍ଭ କରିଥିଲେ । ଏବେ ୪୯ ଘଣ୍ଟା ପରେ ବି ସମସ୍ତ ଆସନର ଫଳାଫଳ ଆସି ନାହିଁ । ୧୫ଟି ଆସନରେ ଭୋଟ୍ ଗଣତି ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.