ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପପୁଆ ନ୍ୟୁଗିନିର ଗଭର୍ଣ୍ଣରଙ୍କୁ ମିଳିବ ପଦ୍ମ ପୁରସ୍କାର, ୨୦୧୪ରେ ପାଇଥିଲେ ପ୍ରବାସୀ ଭାରତୀୟ ସମ୍ମାନ

Image Courtesy: tv9hindi

ନୂଆଦିଲ୍ଲୀ: ୧୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବା ନେଇ ଗୁରୁବାର ସରକାର ଘୋଷଣା କରିଛନ୍ତି । ସେଥିମଧ୍ୟରୁ ପପୁଆ ନ୍ୟୁଗିନିର ସଂସଦକୁ ନିର୍ବାଚିତ ପ୍ରଥମ ଭାରତୀୟ ବଂଶୋଦ୍ଭବଙ୍କ ନାମ ମଧ୍ୟ ସାମିଲ ରହିଛି । ସେ ହେଉଛନ୍ତି ଶଶିନ୍ଦ୍ରନ୍‌ ମୁଥୁବେଲ୍‌ । ବର୍ତ୍ତମାନ ମୁଥୁବେଲ ପଶ୍ଚିମ ନ୍ୟୁ ବ୍ରିଟେନ ପ୍ରାନ୍ତର ଗଭର୍ଣ୍ଣର ଅଛନ୍ତି । ଏହା ସହ ସେ ପୂର୍ବରୁ ଦେଶର ଦକ୍ଷତା ବିକାଶ ମନ୍ତ୍ରୀ ମଧ୍ୟ ରହିଥିଲେ । 

ପପୁଆ ନ୍ୟୁଗିନିର ଜଣେ ଗଭର୍ଣ୍ଣର ଭାରତର ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ସମାନ । ସେହିଭଳି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସମାନ ପପୁଆ ନ୍ୟୁଗିନିର ଗଭର୍ଣ୍ଣର ।  ଶଶିନ୍ଦ୍ରନ୍‌ ମୁଥୁବେଲ ୫ ଡିସେମ୍ବର ୧୯୭୪ରେ ତାମିଲନାଡୁର ଶିବକାଶୀ ରାମନାଥପୁର (ବର୍ତ୍ତମାନ ବରୁଧୁନଗର) ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାମିଲ ଭାଷାରେ ଶିକ୍ଷା ପୂରା କରିଛନ୍ତି ଶଶିନ୍ଦ୍ରନ୍ । ତାମିଲନାଡୁର କୃଷି ବିଶ୍ବବିଦ୍ୟାଳୟରୁ ସେ ଡିଗ୍ରି ହାସଲ କରିଥିଲେ । 

ଶଶିନ୍ଦ୍ରନ୍‌ ପ୍ରଥମ ଥର ୨୮ ଜାନୁଆରୀ ୧୯୯୯ରେ ବ୍ୟବସାୟ ପାଇଁ ପପୁଆ ନ୍ୟୁଗିନି ଯାଇଥିଲେ । ସେଠାରେ ତାଙ୍କୁ ୨୦୦୭ରେ ନାଗରିକତା ମିଳିଥିଲା । ୨୦୧୨ରେ ପପୁଆ ନ୍ୟୁଗିନିର ସଂସଦକୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ । ଶଶିନ୍ଦ୍ରନଙ୍କୁ ୨୦୧୪ରେ ପ୍ରବାସୀ ଭାରତୀୟ ସମ୍ମାନ ମିଳିଥିଲା । ଏହା ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ବାରା କୌଣସି ବିଦେଶୀ ନାଗରିକଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.