ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜମ୍ମୁ-କାଶ୍ମୀରରେ ହିଂସା ପାଇଁ ପାକ୍‌ ଷଡ଼ଯନ୍ତ୍ର: ଡ୍ରୋନ ସହାୟତାରେ ଆସିଛି ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୫।୯: ଜମ୍ମୁ-କାଶ୍ମୀରରେ ଅଧିକରୁ ଅଧିକ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ ହିଂସାକାଣ୍ଡ ଭିଆଇବାକୁ ପାକିସ୍ତାନୀ ସେନା ଷଡ଼ଯନ୍ତ୍ର ଆରମ୍ଭ କରିଛି । ସେଥିପାଇଁ ପାକିସ୍ତାନୀ ସେନା ସୀମା ଆରପଟେ ରହିଥିବା ଆତଙ୍କୀ ଶିବିର ଓ ଲଞ୍ଚ ପ୍ୟାଡକୁ ଏବେ ଏଲ୍‌ଓସି (ନିୟନ୍ତ୍ରଣ ରେଖା) ନିକଟକୁ ସ୍ଥାନାନ୍ତର କରିଛି । ଏହି ଆତଙ୍କୀ ଶିବିରରେ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କୀ ସଙ୍ଗଠନର ସଦସ୍ୟମାନେ ସାମିଲ ଅଛନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସିର ଦୃଷ୍ଟିରୁ ବର୍ତ୍ତିବା ଲାଗି ଆତଙ୍କୀମାନେ ଅନେକ ରୁଟ୍‌ ଦେଇ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ଲଞ୍ଚ ପ୍ୟାଡରେ ଥିବା ଆତଙ୍କୀଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଯୁକ୍ତି ଓ ତାଲିମ ଦେଉଛି । ଜମ୍ମୁ-କାଶ୍ମୀରରେ ହାଇବ୍ରିଡ ଆତଙ୍କୀ ଆକ୍ରମଣ ଲାଗି ଆଇଏସ୍‌ଆଇ ଡ୍ରୋନ ଓ ଅନ୍ୟାନ୍ୟ ମାଧ୍ୟମରେ ଶ୍ରୀନଗରକୁ ପ୍ରାୟ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ମଧ୍ୟ ପଠାଇଥିବା ଜଣାପଡିଛି । 

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ସହ ହୋଇଥିବା ଯୁଦ୍ଧବିରତିରୁ ଓହରିଯିବା ଲାଗି ପାକିସ୍ତାନ ଉପରେ ବିଭିନ୍ନ ଆତଙ୍କୀ ସଙ୍ଗଠନ ଚାପ ପକାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ପାକିସ୍ତାନକୁ ସମର୍ଥନ କରୁଥିବା କିଛି ତାଲିବାନ ଆତଙ୍କୀ ମଧ୍ୟ ଭାରତରେ ଅନୁପ୍ରବେଶ କରିବା ଲାଗି ବାହାବଳପୁର, ପେଶାୱର ଓ ମୁଜାଫରାବାଦରେ ଅପେକ୍ଷା କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ଆତଙ୍କୀମାନଙ୍କୁ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ସେନା କଭର ଫାୟାର କରି ଗୁଳିମାଡ଼ ମଧ୍ୟ କରୁଛି । ଭାରତୀୟ ସେନା ପାଲଟା ଗୁଳିମାଡ଼ କଲେ ତାକୁ ଆଳ କରି ପାକିସ୍ତାନ ଯୁଦ୍ଧବିରତିରୁ ଓହରିଯିବାକୁ ବଡ କାରଣ ଭାବେ ଦର୍ଶାଇବ । ସେଥିପାଇଁ ଭାରତୀୟ ସେନା ଯଥାସମ୍ଭବ ସଂଯମ ଆଚରଣ କରିଆସୁଛି । ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର ମନସେରା, ମୁଜାଫରାବାଦ ଓ କୋଟଲିରେ ଆତଙ୍କୀ କ୍ଲଷ୍ଟର ରହିଛି । ମନସେରାର ବୋଇ, ବାଲାକୋଟ୍‌ ଓ ଗଢ଼ି ହବିବୁଲ୍ଲା ଅଞ୍ଚଳରେ ୩ଟି ଆତଙ୍କୀ ଲଞ୍ଚ ପ୍ୟାଡ୍‌ ରହିଥିଲା ବେଳେ ମୁଜାଫରାବାଦର ଚେଲାବନ୍ଦି, ସାୱଇନଳା, ଅବଦୁଲା ବିନ ମାସୁଦ ଏବଂ ଦୁଲାଇ ଅଞ୍ଚଳରେ ୪ଟି ଲଞ୍ଚ ପ୍ୟାଡ ରହିଥିବା ଜଣାପଡିଛି ।

ସେହିଭଳି କୋଟଲି କ୍ଲଷ୍ଟର ଅଧୀନରେ ସେନ୍‌ସା, କୋଟଲି, ଗୁଲପୁର, ଫଗୋସ ଏବଂ ଡବଗି ଆଦି ୫ଟି ସ୍ଥାନରେ ଆତଙ୍କୀ ଲଞ୍ଚ ପ୍ୟାଡ ରହିଛି । ଜମ୍ମୁକାଶ୍ମୀର ସୀମାନ୍ତବର୍ତ୍ତୀ ଗୁରେଜ, କେଲ୍‌, ନୀଲମ ଭ୍ୟାଲି, ଟଙ୍ଗଧର, ଛରି ଚକୋଟି, ଗୁଲମାର୍ଗ, ପୁଞ୍ଚ, ରାଜୌରୀ, ନୌସେରା ଓ ସୁନ୍ଦରବନୀ ସେକ୍ଟର ଠାରୁ ମାତ୍ର ୨-୩ କି.ମି. ଦୂରରେ ଏସବୁ ଲଞ୍ଚ ପ୍ୟାଡ ରହିଛି । ଏସବୁ ଲଞ୍ଚ ପ୍ୟାଡରେ ତାଲିମ ନେଉଥିବା ଆତଙ୍କୀଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଚୟନ କରାଯାଇଛି । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ସହ ବିସ୍ଫୋରକ ବ୍ୟବହାର ଏବଂ ଆତ୍ମଘାତୀ ଆକ୍ରମଣ ଲାଗି ତାଲିମ୍‌ ଦିଆଯାଉଛି । ସେମାନେ ଅନୁପ୍ରବେଶ କରିବା ପରେ ଜମ୍ମୁ-କାଶ୍ମୀରରେ ଥିବା ଓଭର ଗ୍ରାଉଣ୍ଡ ୱାର୍କର (ଓଡବ୍ଲ୍ୟୁଜି) ସେମାନଙ୍କ ରହିବାର ବ୍ୟବସ୍ଥା କରନ୍ତି । ଓଡବ୍ଲ୍ୟଜିଙ୍କୁ ଆଇଏସ୍‌ଆଇ ଡ୍ରୋନ ସହାୟତାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଯୋଗାଉ ଦେଉଛି ।

 

jammu kashmir voilence
Pakistan

Copyright © 2022 - Summa Real Media Private Limited. All Rights Reserved.