ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ପାକିସ୍ତାନରେ ଟିଟିପି ଆତଙ୍କ: ସୀମାବର୍ତ୍ତୀ ଗାଁରେ କଲା କବଜା, ଏକାଧିକ ପାକ୍‌ ସୈନ୍ୟ ନିହତ

Image Courtesy: Internet

ଇସଲାମାବାଦ, ୦୬/୦୯: ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ତେହରିକ୍‌ ଏ ତାଲିବାନ ପାକିସ୍ତାନ-ଟିଟିପ । ବିଭିନ୍ନ ସମୟରେ ସେନା ଏବଂ ପୋଲିସ ଉପରେ ଆକ୍ରମଣ କରୁଥିବା ଟିଟିପି ଏବେ ପାକିସ୍ତାନୀ ଗାଁକୁ କବଜା କରିଥିବା ଜଣାପଡ଼ିଛି । ପାକିସ୍ତାନ ସୀବାବର୍ତ୍ତୀ ଅଞ୍ଚଳ ଖୈବର ପଖତୁନଖ୍ୱାରେ ଆତଙ୍କ ଜାରି ରଖିଛି ଟିଟିପି । ଏହି ଅଞ୍ଚଳରେ ଥିବା ଚିତ୍ରାଲ ଜିଲ୍ଲାର ଏକାଧିକ ଗାଁ ଉପରେ ଟିଟିପି କବ୍‌ଜା କରି ନେଇଛି । 

ବ୍ଲିଙ୍କେନଙ୍କ କିଭ୍‌ ଗସ୍ତ ବେଳେ ୟୁକ୍ରେନୀୟ ସହରରେ ବୋମା ବର୍ଷା କଲା ରୁଷିଆ, ୧୬ରୁ ଅଧିକ ମୃତ

ସେପ୍ଟେମ୍ବର ୬  ତାରିଖ ବୁଧବାର ଭୋର ୪ଟା ସମୟରେ ଟିଟିପି ସଦସ୍ୟ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଏକାଧିକ ପାକିସ୍ତାନ ସୈନ୍ୟଙ୍କର ମୃତ୍ୟୁ ହୋଇଛି । ଏନେଇ ଜଣେ ଟିଟିପି କମାଣ୍ଡର ‘ଦି ଖୋର୍‌ସାନ ଡାଏରୀ’କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିଟିପି ଦ୍ୱାରା ଚିତ୍ରାଲ ଜିଲ୍ଲାରେ ଏକ ସୈନ୍ୟ ଅପରେସନ ହୋଇଥିଲା। ଏଥିରେ ଏକାଧିକ ଗାଁକୁ କବ୍‌ଜା କରିନିଆଯାଇଛି। ପାକିସ୍ତାନ ସମୟ ଆଜି ଭୋର ୪ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ଆମେ ଏହାର ଫଟୋ ଶେୟାର କରିବୁ। ଏବେ ଆମ ପାଖରେ ଦୁର୍ବଳ ଇଣ୍ଟରନେଟ୍ ବ୍ୟବସ୍ଥା ରହିଛି। 

ଏକ୍ସରେ ପୋଷ୍ଟ ହୋଇଥିବା ସୂଚନା ଅନୁସାରେ ଖୈବର ପଖତୁନ୍‌ଖ୍ୱା ନିକଟରେ ଡୁରାଣ୍ଡ ଲାଇନ ନିକଟରେ ଟିଟିପି ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ତୋର୍‌ଖାନ ସୀମାରେ ଅତିକ୍ରମ ରାସ୍ତା ବନ୍ଦ ହୋଇଯାଇଥିଲା । ଏଥିରେ ଏକାଧିକ ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି । ତେବେ ଏନେଇ ପାକିସ୍ତାନ ଗଣମାଧ୍ୟମ କୌଣସି ଖବର ପ୍ରକାଶ କରିନାହିଁ। ସେପଟେ ସୋସିଆଲ୍ ମିଡିଆରେ ଆକ୍ରମଣ ସମ୍ପର୍କିତ ଏକାଧିକ ଭିଡିଓ ଅପ୍‌ଲୋଡ୍ ହୋଇଛି। ଏଥିରେ ତାଲିବାନ ସେନା ଚିତ୍ରାଲ ଜିଲ୍ଲାରେ ପ୍ରବେଶ କରିବା ସହିତ ପାକିସ୍ତାନ ସେନାକୁ କବଜା କରିଥିବା ଦେଖିବାକୁ ମିଳୁଛି । ତେବେ ପାକିସ୍ତାନ ସେନା ପକ୍ଷରୁ ଟିଟିପିର ଦାବିକୁ ଖଣ୍ଡନ କରାଯାଇଛି । 

You can also read: ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୨ ପାକିସ୍ତାନୀ ଆତଙ୍କବାଦୀ...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.