ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ-ହମାସ ଯୁଦ୍ଧ, ଇସ୍ତଫା ଦେଲେ ପାଲେଷ୍ଟାଇନ୍ ପ୍ରଧାନମନ୍ତ୍ରୀ

Image Courtesy: freepressjournal

ଜେରୁସାଲେମ: ଯୁଦ୍ଧର ତୀବ୍ରତା ବୃଦ୍ଧି ମଧ୍ୟରେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟହ ଇସ୍ତଫା ଦେଇଛନ୍ତି । ପାଲେଷ୍ଟାଇନ୍ ପ୍ରାଧିକରଣ (ପିଏ)ର ଅଧ୍ୟକ୍ଷ ତଥା ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ସୋମବାର ନିଜର ଇସ୍ତଫା ପତ୍ର ଦେଇଛନ୍ତି ମହମ୍ମଦ ଶତୟହ । ଓ୍ବେଷ୍ଟ ବ୍ୟାଙ୍କ ଓ ଜେରୁସାଲେମରେ ଅଶାନ୍ତି ଏବଂ ଗାଜାରେ ଯୁଦ୍ଧ ଏବଂ ନରସଂହାର ଯୋଗୁଁ  ଏହି ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି । ଯୁଦ୍ଧ ଅଶାନ୍ତିକୁ କମ୍‌ କରିବା ଲାଗି ନୂଆ ସରକାର ଏବଂ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଉ ଏହି ନୂଆ ସରକାର ଗାଜାର ବାସ୍ତବିକତା ଏବଂ ପାଲେଷ୍ଟାଇନ୍‌ର ଏକତା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି ମହମ୍ମଦ ଶତୟହ । 

ପାଲେଷ୍ଟାଇନ୍ ପ୍ରାଧିକରଣକୁ ଭଙ୍ଗ କରି ନୂଆ ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ଆମେରିକାର ଚାପ ମଧ୍ୟରେ ଶତୟହଙ୍କ ଇସ୍ତଫା ଦେଇଛନ୍ତି । ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଭିତରେ ଦେଶରେ ରାଜନୀତିର ଦୃଶ୍ୟପଟ୍ଟ ପରିବର୍ତ୍ତନ ନେଇ ଆମେରିକା ଆହ୍ବାନ ଦେଇଥିଲା । ସେପଟେ ପାଲେଷ୍ଟାଇନ୍‌କୁ ନିଜ ଅଧୀନରେ ନେବା ଅଭିଯୋଗକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖଣ୍ଡନ କରିଆସିଛନ୍ତି । 

୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲରେ ହମାସର ଆକ୍ରମଣ ପରଠାରୁ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି । ଇସ୍ରାଏଲର ପ୍ରତିଆକ୍ରମଣରେ ୨୯୦୦୦ରୁ ଅଧିକ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ଗାଜାରେ ପରିଚାଳିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଅଧୀକୃତ ଓ୍ବେଷ୍ଟ ବ୍ୟାଙ୍କରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୪୦୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

 

 

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.