ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,୦୪/୧୨: ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନ ମଧ୍ୟରେ ଗୃହକାର୍ଯ୍ୟ ଅବଧି ୧୫ ଦିନ ରହିଛି । ଏଥର ମୋଟ ୨୧ଟି ବିଧେୟକ ଉପରେ ଆଲୋଚନା ହେବ । ବିଧାନସଭା ନିର୍ବାଚନରେ ନିଜ ବିଜୟକୁ ନେଇ ବିଜେପି ବେଶ୍‌ ଉତ୍ସାହିତ ଅଛି । ଦଳ ଏଥର ସଂସଦରେ ଆକ୍ରାମକ ହୋଇ ବିରୋଧୀଙ୍କୁ ଘେରିପାରେ । ଏହାଛଡ଼ା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କୁ ବହିଷ୍କାର ନେଇ ସୁପାରିସ ହୋଇଥିବା ରିପୋର୍ଟ ବି ଲୋକସଭାରେ ଆଗତ ହୋଇପାରେ । 

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଯଦି ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ପାଇଁ ବିରୋଧୀ ସାଂସଦ ଚେଷ୍ଟା କରନ୍ତି, ତେବେ ରବିବାର ଠାରୁ ବି ଖରାପ ପରିଣାମ ଭୋଗିବାକୁ ପଡ଼ିବ ।  ତିନି ରାଜ୍ୟରେ କଂଗ୍ରେସର ପରାଜୟକୁ ଆଧାର କରି ସେ ଏଭଳି କହିଛନ୍ତି । ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହକାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ପାଇଁ ସହଯୋଗ କରିବାକୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଶୀତ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ମଣିପୁର ସ୍ଥିତି, ଦରଦାମ ବୃଦ୍ଧି, ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ଆଦି ପ୍ରସଙ୍ଗରେ ଘେରିପାରନ୍ତି ।

Also Read :-

ଡିସେମ୍ବର ୬ରେ INDIA ବୈଠକରେ ସାମିଲ ହେବେନି ମମତା ବାନାର୍ଜୀ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.