ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଶ୍ରୀଲଙ୍କାର ପ୍ରଥମ ବ୍ୟାଟର ଭାବେ ପଥୁମ ନିଶଙ୍କା କଲେ ଡବଲ୍‌ ସେଞ୍ଚୁରି, ଭାଙ୍ଗିଲେ ଗେଲ୍‌ ଓ ସେହଓ୍ବାଗଙ୍କ ରେକର୍ଡ

ପାଲେକେଲେ: ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ଓ୍ବପନର ବ୍ୟାଟର ପଥୁମ ନିଶଙ୍କା ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ସିଂହଳୀ କ୍ରିକେଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି ନିଶଙ୍କା । ଆଜି (ଶୁକ୍ରବାର) ପାଲେକେଲରେ ଆଫଗାନିସ୍ତାନ ବିପକ୍ଷରେ ଏହି ସ୍କୋର କରିଛନ୍ତି ଶ୍ରୀଲଙ୍କାର ଷ୍ଟାର ବ୍ୟାଟର ପଥୁମ ନିଶଙ୍କା । ସେ ଜବରଦସ୍ତ ବ୍ୟାଟିଂ କରି ମାତ୍ର ୧୩୯ ବଲ୍‌ରେ ଅପରାଜିତ ୨୧୦ ରନ କରିଛନ୍ତି । ୨୫ ବର୍ଷୀୟ ଶ୍ରୀଲଙ୍କା ଷ୍ଟାର ଓପନର ନିଶଙ୍କା ଏହି ଡବଲ ସେଞ୍ଚୁରି ସହ ଶ୍ରୀଲଙ୍କାର ସମସ୍ତ ବଡ଼ ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । 

ଦିନିକିଆ ଫର୍ମାଟ୍‌ରେ ଶ୍ରୀଲଙ୍କା ପାଇଁ ପୂର୍ବତନ କ୍ରିକେଟର ସନଥ ଜୟସୁରିଆଙ୍କ ସର୍ବକାଳୀନ ରେକର୍ଡ ୧୮୯ ରେକର୍ଡ ବ୍ରେକ୍‌ ହୋଇଛି । ଜୟସୁରିଆ ଏହି ରେକର୍ଡ  ଭାରତ ବିପକ୍ଷରେ ୨୦୦୦ ମସିହାରେ ଶାରଜାହ କ୍ରିକେଟ ଷ୍ଟାଡିୟମ୍‌ରେ  କରିଥିଲେ। ସେପଟେ ନିଶଙ୍କାଙ୍କ ଡବଲ ସେଞ୍ଚୁରି ସହ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆରେ ଶ୍ରୀଲଙ୍କା ବିଶାଳ ରନ୍‌ର ରେକର୍ଡ କରିଛି । ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୩୮୧ ରନ୍‌ କରିଛି । ଏପରିକି ପାଲେକେଲେ ଷ୍ଟାଡିୟମ୍‌ରେ ପ୍ରଥମ ଇନିଂସରେ ଏହା ସବୁଠୁ ବଡ଼ ସ୍କୋର । 

ସେପଟେ ଦ୍ବିଶତକ ହାସଲ କରିଥିବା ନିଶଙ୍କାଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଆଫଗାନିସ୍ତାନ ବିପକ୍ଷରେ ପଥୁମ ୧୩୯ ବଲରେ ୮ ଛକା ୨୦ ଚୌକା ସହ ଅପରାଜିତ ୨୧୦ ରନ୍ କରିଛନ୍ତି । ହେଲେ ସେ ୧୩୬ ବଲ୍‌ରେ ୨୦୦ ରନ୍‌ କରିପାରିଛନ୍ତି । ଦିନିକିଆରେ ପଥୁକ କମ୍‌ ବଲ୍‌ରେ ଦ୍ବିଶତକ କରିବାରେ ତୃତୀୟ କ୍ରିକେଟର ହୋଇଛନ୍ତି । ସେ କ୍ରିସ ଗେଲ୍‌ (୧୩୮ ବଲ୍‌) ଏବଂ ସେହଓ୍ବାଗ(୧୪୦ ବଲ୍‌)ଙ୍କୁ ପଛରେ ପକାଇ ଦେଇଛନ୍ତି । ସେହଭଳି ସବୁଠାରୁ କମ୍‌ ବଲରେ ଦ୍ବିଶତକ କରିବା ମାମଲାରେ ଶୀର୍ଷରେ ରହିଛନ୍ତି ଭାରତୀୟ କ୍ରିକେଟର ଇଶାନ କିଶନ । 

ଇଶାନ କିଶନ ବନାମ ବାଂଲାଦେଶ- ୧୨୬ ବଲ୍‌

ଗ୍ଲେନ୍ ମ୍ୟାକ୍ସଓ୍ବେଲ ବନାମ ଆଫଗାନିସ୍ତାନ- ୧୨୮ ବଲ୍‌

ପଥୁମ ନିଶଙ୍କା ବନାମ ଆଫଗାନିସ୍ତାନ-୧୩୬ ବଲ୍‌

କ୍ରିସ ଗେଲ ବନାମ ଜିମ୍ବାଓ୍ବେ- ୧୩୮ ବଲ୍‌

ବୀରେନ୍ଦ୍ର ସହଓ୍ବାଗ ବନାମ ଓ୍ବେଷ୍ଟ ଇଣ୍ଡିଜ୍‌- ୧୪୦ ବଲ୍‌ 

ଅନ୍ୟପଟେ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାମଲାରେ ଏବେ ବି ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷରେ ରହିଛନ୍ତି । 

ରୋହିତ ଶର୍ମା- ୨୬୪ ରନ୍‌(୨୦୧୪, ଆଫଗାନିସ୍ତାନ)

ମାର୍ଟିନ ଗୁପ୍ତିଲ୍‌- ଅପରାଜିତ ୨୩୭ ରନ୍‌ (୨୦୧୫, ଓ୍ବେଷ୍ଟ ଇଣ୍ଡିଜ୍‌) 

ବୀରେନ୍ଦ୍ର ସେହଓ୍ବାଗ- ୨୧୯ (୨୦୧୧, ଓ୍ବେଷ୍ଟ ଇଣ୍ଡିଜ୍‌) 

କ୍ରିସ୍‌ ଗେଲ- ୨୧୫ ରନ୍‌ ( ଜିମ୍ବାଓ୍ବେ, ୨୦୧୫)

ଫଖର ଜମାନ- ଅପରାଜିତ ୨୧୦ ରନ୍‌ (ଜିମ୍ବାଓ୍ବେ, ୨୦୧୮)

ପଥୁମ ନିଶଙ୍କା- ଅପରାଜିତ ୨୧୦ ରନ୍‌ (୨୦୨୪, ଆଫଗାନିସ୍ତାନ)

  • Afghanistan vs Sri Lanka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.