ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ସ୍ପେନର ପ୍ରଧାନମନ୍ତ୍ରୀ ଭାବେ ପୁଣି ନିର୍ବାଚିତ ହେଲେ ସମାଜବାଦୀ ନେତା ପେଡ୍ରୋ ସାଂଚେଜ

ମ୍ୟାଡ୍ରିଡ: ସ୍ପେନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ୍‌ଙ୍କୁ ସରକାର ଗଢ଼ିବା ଲାଗି ନେତା ଚୟନ କରାଯାଇଛି । ଅଧିକ ସଂଖ୍ୟକ ସାଂସଦ ନୂଆ ସରକାର ଲାଗି ସାଂଚେଜଙ୍କୁ ସମର୍ଥନ କରିଛନ୍ତି । ୩୫୦ ଆସନ ବିଶିଷ୍ଟ ସଂସଦର ୧୭୯ ସାଂସଦ ସାଂଚେଜଙ୍କ ସପକ୍ଷରେ ଭୋଟ ଦେଇଛନ୍ତି । 

 ଦଳୀୟ ନେତାମାନଙ୍କ ମଧ୍ୟରେ ଦୁଇ ଦିନ ଧରି ଆଲୋଚନା ପରେ ଏହି ମତଦାନ ହୋଇଛି । ପେଡ୍ରୋ ସାଂଚେଜ ଦୁଇଟି ବିଚ୍ଛିନତାବାଦୀ ପାର୍ଟିଙ୍କ ସମେତ ଅନ୍ୟ ୬ଟି ଛୋଟ ଦଳର ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି । ୨୩ ଜୁଲାଇରେ ହୋଇଥିବା ନିର୍ବାଚନରେ ପପୁଲାର ପାର୍ଟିକୁ ଅଧିକ ଭୋଟ ମିଳିଥିଲା । ହେଲେ ସରକାର ଗଢ଼ିବାକୁ ପର୍ଯ୍ୟାପ୍ତ ସମର୍ଥନ ମିଳିପାରିନଥିଲା । ସେପଟେ ସ୍ପାନିଶ୍ ସୋସିଆଲିଷ୍ଟ ଓ୍ବାର୍କସ ପାର୍ଟି(ପିଏସଓଇ)କୁ ମିଳିଥିଲା ୧୨୧ ଆସନ ।

 ଏହା ପରେ ପେଡ୍ରୋ ସାଂଚେଜ୍‌ ଦୁଇଟି ବିଚ୍ଛିନତାବାଦୀ ଦଳର କ୍ଷମା ରାଜିନାମାରେ ହସ୍ତାକ୍ଷର କରି ସେମାନଙ୍କୁ ତାଙ୍କ ଆଡ଼କୁ ଟାଣିଥିଲେ । ଏହା ଦ୍ବାରା ତାଙ୍କ ସମର୍ଥନରେ ୧୪ଟି ଭୋଟ ପଡ଼ିଥିଲା । ତେବେ କ୍ଷମା ରାଜିନାମାକୁ ସ୍ପେନର ନ୍ୟାପାଳିକା ସମାଲୋଚନା କରିଥିବା ବେଳେ ୟୁରୋପୀୟ ସଂଘ ଏହା ଉପରେ ତଦନ୍ତ ଜାରି ରଖିଛି ।

ପିଏସଓଇ ମେଣ୍ଟ କରିଥିବା ଦଳଗୁଡ଼ିକ ହେଉଛି ସୁମାର, ଦୁଇଟି କାଟଲନ ବିଚ୍ଛିନତାବାଦୀ ଦଳ, ପିଏନଭି, ଇଏଚ ବିଲଦୁ, ଗାଲିସିଆ ବିଏନଜି ଏବଂ କାନାରି । ତେବେ ପେଡ୍ରୋ ସାଂଚେଜ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମାରିଆନୋ ରାଜୋୟଙ୍କ ବିରୋଧରେ ଅନାସ୍ଥା ଆଣି ତାଙ୍କୁ ଗାଦିଚ୍ୟୁତ କରାଇବା ପରେ  ସାଂଚେଜ ସ୍ପେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୦୮ରୁ ତାଙ୍କ ଦଳ ଜିତିଆସୁଥିବା ବେଳେ ତାଙ୍କୁ କେବେ ବହୁମତ ମିଳୁନଥିଲା । ୨୦୨୦ ନିର୍ବାଚନରେ ପିଏସଓଇ ଦଳ ମେଣ୍ଟ କରି ସରକାରକୁ ଆସିଥିଲା ।

 

Copyright © 2022 - Summa Real Media Private Limited. All Rights Reserved.