ପ୍ରମୁଖ ଖବର
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଦକ୍ଷିଣ ଚୀନ ସାଗରରେ ଡ୍ରାଗନର ଦାଦାଗିରି, ଫିଲିପ୍ପାଇନ୍ସ ଜାହାଜ ଉପରେ କଲା କ୍ୟାନନରେ ପାଣି ମାଡ଼

ନୂଆଦିଲ୍ଲୀ, ୧୦/୧୨: ଫିଲିପ୍ପାଇନ୍ସ ଜାହାଜ ଉପରେ ଦକ୍ଷିଣ ଚୀନ ସାଗରରେ ଚୀନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫିଲିପ୍ପାଇନ୍ସ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ ରବିବାର କହିଛନ୍ତି, ଚୀନର କୋଷ୍ଟ ଗାର୍ଡ ଆମ ଜାହାଜ ଉପରେ ପାଣି ମାଡ଼ କରିବା ସହ ଧକ୍କା ଦେଇଛି । ଉନୈଜା ମଇ ୧ ଜାହାଜରୁ ଫିଲିପ୍ପାଇନ୍ସର ଜାହାଜ ଇଞ୍ଜିନକୁ କ୍ଷତି ପହଞ୍ଚା ଯାଇଥିବା କୁହାଯାଇଛି ।

ଅକ୍ଟୋବର ପରେ ଏହା ଦ୍ୱିତୀୟ ଘଟଣା । ଦ୍ୱିତୀୟ ଥର ପାଇଁ ଚୀନ, ଫିଲିପ୍ପାଇନ୍ସର ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସ୍ପେଶାଲ୍ ଇକୋନୋମିକ ଜୋନରେ ଫିଲିପ୍ପାଇନ୍ସ ସୈନିକ ଏକ ପୁରୁଣା ଯୁଦ୍ଧପୋତରେ ରହୁଛନ୍ତି । ଯାହାକି ୧୯୯୯ରେ ବିବାଦୀୟ ଜଳମାର୍ଗରେ ମନିଲା ଦାବି ରକ୍ଷା ଲାଗି ମୁତୟନ କରାଯାଇଥିଲା ।

ସେତେବେଳେ ଏହି ଘଟଣାରେ ଚୀନ ସଙ୍ଗେ ସଙ୍ଗେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲା । ଆଉ ରବିବାର ଖ୍ରୀଷ୍ଟମାସ୍ କନଭେରେ ୪୦ ଫିଲିପ୍ପାଇନ୍ସ ଜାହାଜ ବିବାଦୀୟ ଉପକୂଳ ଆଡ଼କୁ ଯାଉଥିବା ବେଳେ ପୁଣି ଡ୍ରାଗନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଶନିବାର ମଧ୍ୟ ଚୀନ୍ ଏକ ମାଛଧରା ଡଙ୍ଗା ଉପକୁ ପାଣି ମାଡ଼ କରିଥିଲା । ଚୀନର ଏଭଳି ଆକ୍ରମଣକୁ ଫିଲିପ୍ପାଇନ୍ସ ନିନ୍ଦା କରିଛି । କିଛିଦିନ ପୂର୍ବରୁ ଦକ୍ଷିଣ ଚୀନ ସାଗରରେ ୧୩୫ରୁ ଅଧିକ ମିଲିଟ୍ରି ବୋଟ୍ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଫିଲିପ୍ପାଇନ୍ସ ଚିନ୍ତାବ୍ୟକ୍ତ କରିଥିଲା । ନଭେମ୍ବରରେ ଉକ୍ତ ଅଞ୍ଚଳରେ ୧୧୧ଟି ମିଲିସିଆ ଜାହାଜ ଦେଖିବାକୁ ମିଳିଥିଲା ।

ଏକ ରିପୋର୍ଟ ଅନୁସାରେ, ଦକ୍ଷିଣ ଚୀନ ସାଗରରେ ପ୍ରାୟ ୧୧ ଅରବ ବ୍ୟାରେଲ୍ ପ୍ରାକୃତିକ ଗ୍ୟାସ୍ ଓ ତେଲର ଭଣ୍ଡାର ରହିଛି । ଏହାର ୯୦ ପ୍ରତିଶତ ଉପରେ ଚୀନ ଦାବି କରୁଛି । ୨୦୧୬ରେ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ୍ ଚୀନର ଦାବିକୁ ଅଗ୍ରାହ୍ୟ କରିଥିଲା । ତେବେ ଚୀନ୍ ଟ୍ରିବ୍ୟୁନାଲର ନିଷ୍ପତ୍ତି ମାନିବାକୁ ମନା କରି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.