ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ଲୋରିଡାରେ ବିମାନ ଦୁର୍ଘଟଣା, ପାଇଲଟ୍‌ଙ୍କ ସମେତ ୩ ମୃତ

Image Courtesy: Social Media

 ଓ୍ବାଶିଂଟନ ଡିସି: ଆମେରିକାର ଫ୍ଲୋରିଡାରେ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଏକ ଛୋଟ ବିମାନ ଥିବାରୁ ଏଥିରେ ଅଧିକ ଯାତ୍ରୀ ନଥିଲେ । ମୋବାଇଲ ଟାଓ୍ବାର ସହ ଧକ୍କା ହେବା ପରେ ବିମାନଟି ବିସ୍ଫୋରଣ ଘଟି ଜଳିଯାଇଥିଲା । ବିମାନ ଦୁର୍ଘଟଣା ଫ୍ଲୋରିଡାର କ୍ଲିୟରଓ୍ବାଟର ଟେଲର ପାର୍କରେ ଘଟିଛି । 

 ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନରେ ଗୋଟିଏ ଇଞ୍ଜିନ୍‌ ଥିଲା । ଦୁର୍ଘଟଣା ଘଟିବା ହେବା ପୂର୍ବରୁ ସିଙ୍ଗଲ ଇଞ୍ଜିନ୍‌ ବିଚକ୍ରାଫ୍ଟ ବୋନାଞ୍ଜା ଭି୩୫ ବିମାନର ଇଞ୍ଜିନରେ ତ୍ରୁଟି ଥିବା ନେଇ ଫେଡରାଲ୍‌ ଆଭିଏସନ୍‌ ଆଡମିନିଷ୍ଟ୍ରେସନ୍‌ (ଏଫଏଏ) ସୂଚନା ଦେଇଛି । କ୍ଲିୟରଓ୍ବାଟର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାତ୍ର ୩ ମାଇଲ୍‌ ଉତ୍ତରରେ ଥିବା ବେଳେ ରାଡାର ସହ ବିମାନର ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ହେଲେ ଏହା ପୂର୍ବରୁ ପାଇଲଟ ବିମାନକୁ ଜରୁରି ଅବତରଣ କରିବାକୁ ଅନୁମତି ମାଗିଥିଲେ । 

 ବିମାନ ଦୁର୍ଘଟଣାର ବେଳର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ, ବିମାନ ଦୁର୍ଘଟଣା କେତେ ଭୟଙ୍କର ଥିଲା । ବିସ୍ଫୋରଣ ଘଟିବା ପରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ବେଳେ ଧୂଆଁ ବହୁତ ଉଚ୍ଚକୁ ଉଠୁଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି । ସେପଟେ ବିମାନ ଦୁର୍ଘଟଣା ନେଇ ଖବର ଶୁଣିବା ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରିଥିଲା ।

 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.