ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ

ଭୁବନେଶ୍ୱର,୨୫/୦୨: ମାଟ୍ରିକ୍‌ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି । ଯୁକ୍ତ ୨ ବିଜ୍ଞାନର ପଦାର୍ଥ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ସିଲାବସ୍‌ ବାହାରୁ ଆସିଥିବା ଅଭିଯୋଗ ହୋଇଛି । ୨୭ଟି ପ୍ରଶ୍ନ ସିଲାବସ୍‌ ବାହାରୁ ଆସିଥିବା ଅଭିଯୋଗ ହୋଇଛି । ଏହାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)  ପକ୍ଷରୁ ପରୋକ୍ଷରେ ସ୍ୱୀକାର କରାଯାଇଛି ।  

ସିଏଚ୍‌ଏସ୍‌ଇର ଜଣେ ଅଧିକାରୀଙ୍କ  କହିବା କଥା, ଏହି ସମସ୍ତ ପ୍ରଶ୍ନର ବିକଳ୍ପ ପ୍ରଶ୍ନପତ୍ର ଥିଲା । ଗୋଟିଏ ପ୍ରଶ୍ନ ଯାହାକି  ସିଲାବସ୍‌ ବାହାରୁ ଆସିଛି, ତାର କୌଣସି ବିକଳ୍ପ ନ ଥିଲା । ସିଲାବସ୍‌ ବାହାରୁ  ଆସିଥିବା ପ୍ରଶ୍ନର ଉତ୍ତର ଲେଖିବାକୁ ଚେଷ୍ଟା କରିଥିବା ପରୀକ୍ଷାର୍ଥୀଙ୍କୁ କ୍ରେଡିଟ୍‌ ମାର୍କ ଅର୍ଥାତ୍‌ ଗ୍ରେସ୍‌ ମାର୍କ ଦିଆଯିବ ।  

ସିଏଚ୍‌ଏସ୍‌ଇ ପରିଚାଳିତ ଯୁକ୍ତ ୨  ପରୀକ୍ଷାରେ ହୋଇଥିବା ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ପରୀକ୍ଷା ସରିଯାଇଛି ।  ୭୦ ମାର୍କର ଥିଓରୀ ପରୀକ୍ଷାରେ ୨୭ ମାର୍କର ପ୍ରଶ୍ନ ସିଲାବସ୍‌ ବାହାରୁ ଆସିଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କ କହିବା କଥା, ଏହି ୨୭ ମାର୍କର ପ୍ରଶ୍ନ ବହିରେ ପଢ଼ାଯାଇନାହିଁ । ୩ ମାର୍କର ପ୍ରଶ୍ନ ୨ଟି ସିଲାବସ୍‌ ବାହାରୁ ଆସିଥିଲା । ସେହିପରି ୨ମାର୍କର ପ୍ରଶ୍ନପତ୍ର  ୧୦ଟି ସିଲାବସ୍‌ ବାହାରୁ ଆସିଥିବା ପିଲାମାନେ ଅଭିଯୋଗ କରିଥିଲେ ।  

ଆଉ କିଛି ପରୀକ୍ଷାର୍ଥୀ ଅଭିଯୋଗ  କରିଛନ୍ତି, ୭ ମାର୍କର ୨ଟି, ୩ ମାର୍କର  ୨ଟି ଏବଂ ୨ ମାର୍କର ୩ଟି ପ୍ରଶ୍ନ ଆସିଥିବା  ଅଭିଯୋଗ କରିଛନ୍ତି। ବିଶେଷ କରି ସଂକ୍ଷିପ୍ତ ପ୍ରଶ୍ନରେ ଏପରି ତ୍ରୁଟି ସାମ୍ନାକୁ  ଆସିଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି, ସିଏଚ୍‌ଏସ୍‌ଇ  ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ ସମୟରେ ଦିଆଯାଇଥିବା ଗାଇଡ୍‌ଲାଇନ୍‌କୁ ପ୍ରଶ୍ନପତ୍ର  ପ୍ରସ୍ତୁତକାରୀମାନେ ଦେଖିଥିଲେ କି ନାହିଁ ।  

ପ୍ରଶ୍ନପତ୍ର ପ୍ରସ୍ତୁତ ପରେ ଏସବୁ ସିଲାବସ୍‌  ଭିତରେ ରହିଛି କି ନାହିଁ ତାକୁ ଯାଞ୍ଚ  କରାଯାଇନଥିବାରୁ ଏପରି ହୋଇଥିବା  ବୋଲି ଜଣେ ଅଧ୍ୟାପକ କହିଛନ୍ତି । ଅନ୍ୟ  ପଟେ ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି,  ସିଲାବସ୍‌ ବାହାରୁ ପ୍ରଶ୍ନର ତଦନ୍ତ ହେବ । ଏହି ପ୍ରଶ୍ନର ଉତ୍ତର ଲେଖିବାକୁ ଚେଷ୍ଟା  କରିଥିବା ପିଲାଙ୍କୁ କ୍ରେଡିଟ୍‌ ମାର୍କ ଦିଆଯିବ। ତେବେ ମାଟ୍ରିକ୍‌ ପରୀକ୍ଷା ପରେ  ସିଏଚ୍‌ଏସ୍‌ଇ ପରୀକ୍ଷାରେ ତ୍ରୁଟିକୁ  ଚିନ୍ତାରେ ଅଭିଭାବକ, ଶିକ୍ଷାବିତ୍‌ ଏବଂ  ପରୀକ୍ଷାର୍ଥୀମାନ ରହିଛନ୍ତି । ସିଏଚ୍‌ଏସ୍‌ଇର  ଦାୟିତ୍ୱହୀନତା ପାଇଁ ପିଲାଙ୍କ ଭବିଷ୍ୟତ  ଅନ୍ଧାରକୁ ଠେଲି ହୋଇଯିବ ବୋଲି  ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.