ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ରମେୟ’ ପାର୍ବଣ କୁଇଜ୍‌ ଭାଗ୍ୟଶାଳୀ ବିଜେତା ପୁରସ୍କୃତ:୧୦୦ ଜଣଙ୍କୁ ନିଶ୍ଚିତ ପୁରସ୍କାର, ଲକି ଡ୍ରରେ ୧୮ ଜିତିଲେ ଏଲ୍‌ଇଡି, ଇ-ସାଇକେଲ ଓ ସୁନା ମୁଦି

ଭୁବନେଶ୍ୱର,୦୪/୧୨: ‘ପ୍ରମେୟ’ ପ୍ରସାରର ସଂଖ୍ୟା ଖେଳରେ ବିଶ୍ୱାସ କରେନି । ଖବର ପରିବେଷଣରେ ସ୍ୱତନ୍ତ୍ରତା ଓ ନିଆରା ଶୈଳୀ ଆପଣାଇ ପାଠକପାଠିକାଙ୍କଠାରୁ ଏହା ସାଉଣ୍ଟିଛି ଅକୁଣ୍ଠ ଭଲ ପାଇବା ଓ ସମର୍ଥନ । ସ୍ଥାପନାର ମାତ୍ର କିଛି ବର୍ଷରେ ଅଗ୍ରଣୀଙ୍କୁ ଟପି ଏହା ଆଗରେ । ପାଠକୀୟ ମତାମତ ଓ ସେମାନେ କ’ଣ ଚାହାନ୍ତି ତାକୁ ପୁଞ୍ଜି କରି  ‘ପ୍ରମେୟ’ ଜାରି ରଖିଛି ଅବିଶ୍ରାନ୍ତ ଯାତ୍ରା । ପରିବର୍ତ୍ତିତ ସ୍ଥିତିରେ ଏହାର ଦାୟିତ୍ୱ ଆହୁରି ବଢ଼ିଛି ବୋଲି ‘ପ୍ରମେୟ’ ଓ ନ୍ୟୁଜ-୭ର ଗ୍ରୁପ୍‌ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ବାଁଶୁରୀ ଗୁରୁ ଅଡିଟୋରିୟମ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ‘ପ୍ରମେୟ’ ପାର୍ବଣ କୁଇଜ ତୃତୀୟ ସଂସ୍କରଣ ବିଜେତା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଏଥିରେ ୧୦୦ ବିଜେତା ନିଶ୍ଚିତ ପୁରସ୍କାର ଲାଭ କରିଛନ୍ତି । ଲକି ଡ୍ରରେ ଭାଗ୍ୟଶାଳୀ ବିଜେତା ଇ-ସାଇକେଲ, ଏଲ୍‌ଇଡି ଟିଭି, ସୁନା ମୁଦି, ମ୍ୟାଟ୍ରେସ, ଗ୍ୟାସ୍‌ ଷ୍ଟୋଭ, ଏସି ଷ୍ଟାବିଲାଇଜର ଏବଂ ଆଲମିରା ଭଳି ଆକର୍ଷଣୀୟ ଉତ୍ପାଦ ଜିତିଛନ୍ତି । 

କାର୍ଯ୍ୟକ୍ରମକୁ ଗ୍ରୁପ୍‌ ଏଡିଟର ଶ୍ରୀ ମହାପାତ୍ର, ଗ୍ରୁପ୍‌ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ ଏବଂ ଏଜିଏମ୍‌ ରମାକାନ୍ତ ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି, ‘ପ୍ରମେୟ’ ଅଗ୍ରଣୀ ଧାରା ଆଗାମୀ ଦିନରେ ମଧ୍ୟ ଜାରି ରଖିବା ନେଇ ଅହରହ ଚେଷ୍ଟିତ । ପାଠକଙ୍କ ଭଲ ପାଇବା, ସଦିଚ୍ଛା ଓ ସମର୍ଥନ ଆମକୁ ବଳ ଦେଉଛି । ସଂଖ୍ୟାର ମାନେ କିଛିନାହିଁ ଯଦି ପାଠକପାଠିକାଙ୍କ ଭଲ ପାଇବା ନାହିଁ । ତେବେ ‘ପ୍ରମେୟ’ କେତେ ଭଲ କରୁଛି, କ’ଣ କଲେ ଆହୁରି ଭଲ ହେବ, ତ୍ରୁଟି  କେଉଁଠି ରହୁଛି ଏବଂ ପାଠକୀୟ ଅଭିରୁଚି ଭଳି ଦିଗଗୁଡିକୁ ମଧ୍ୟ ନିରନ୍ତର ଧ୍ୟାନ ଦିଆଯାଉଛି । ଏହାକୁ ଦେଖିଲେ ପାଠକୀୟ ରୁଚି ଓ ପରାମର୍ଶକୁ ଗୁରୁତ୍ୱ ଦେଇ ‘ପ୍ରମେୟ’ ଆହୁରି ସ୍ୱତନ୍ତ୍ର ସେବା ଯୋଗାଇବ । ପାଠକପାଠିକାଙ୍କ ସହ ସମ୍ପର୍କ ଦୃଢ଼ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେଥିମଧ୍ୟରୁ ପାର୍ବଣ କୁଇଜ୍‌ ଅନ୍ୟତମ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ।

ଗ୍ରୁପ୍‌ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହୋତା କହିଛନ୍ତି, ପାର୍ବଣ କୁଇଜ୍‌ ବିଜେତାଙ୍କୁ ଶୁଭେଚ୍ଛା । ‘ପ୍ରମେୟ’ ଓ ନ୍ୟୁଜ-୭ର ମୂଳଦୁଆ ହେଉଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) । ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଆଦର୍ଶରେ ସମାଜ ପାଇଁ କିଛି କରିବା ବା ଗିଭିଂ ବ୍ୟାକ ଟୁ ସୋସାଇଟି ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼ୁଛୁ । ଏହି ଆଧାରରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ଚଳିତ ବର୍ଷ ପାର୍ବଣ କୁଇଜ୍‌ ତୃତୀୟ ସଂସ୍କରଣରେ ୧୦୦ ଭାଗ୍ୟଶାଳୀ ବିଜେତାଙ୍କୁ ନିଶ୍ଚିତ ପୁରସ୍କାର ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୧୮ ଜଣ ବ୍ୟକ୍ତି ଲକି ଡ୍ରରେ ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ଜିତିଛନ୍ତି । ଏହି ଧାରା ଆଗକୁ ଦୃଢ଼ ହେବ ବୋଲି ଆଶା । ଆମକୁ ସହଯୋଗର ହାତ ବଢ଼ାଇଥିବା ଆମର ସମସ୍ତ ଅଂଶୀଦାର ବନ୍ଧୁଙ୍କୁ ଆନ୍ତରିକ ସାଧୁବାଦ । 

ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଶ୍ରୀ ସୁଆର କହିଛନ୍ତି, ପାଠକପାଠିକାଙ୍କ ସ୍ନେହ ଶ୍ରଦ୍ଧା ‘ପ୍ରମେୟ’କୁ ୧ ନମ୍ବର କରିଛି । ସେମାନଙ୍କ ସହ ସମ୍ପର୍କ ଦୃଢ଼ କରିବା ଦିଗରେ ଆମ ସହର, ଆମ ଦାୟିତ୍ୱ, ପାର୍ବଣ କୁଇଜ୍‌ ଭଳି ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରୁଛୁ । ଆମ କାର୍ଯ୍ୟଶୈଳୀରେ କେଉଁଠାରେ କିଛି ତ୍ରୁଟି ରହୁଥିଲେ ପରିବାର ସଦସ୍ୟ ଭାବେ ତାକୁ ସଜାଡିବା ଦାୟିତ୍ୱ ଆପଣଙ୍କର । ଏହା ଦ୍ୱାରା ‘ପ୍ରମେୟ’କୁ ଆମେ ଆହୁରି ବଳିଷ୍ଠ କରିପାରିବା ।

ପ୍ରସାର ବିଭାଗ ଡିଜିଏମ୍‌ ଶ୍ରୀ ଦାସ କହିଛନ୍ତି, ଆମ ପ୍ରିୟ ପାଠକପାଠିକା ‘ପ୍ରମେୟ’କୁ ଅଗ୍ରଣୀ ସ୍ଥାନକୁ ନେବା ସହ ସର୍ବାଧିକ ପ୍ରସାରିତ ଖବରକାଗଜ କରିଛନ୍ତି । ଆପଣଙ୍କ ନିକଟରେ ଆମେ କୃତଜ୍ଞ । ଆପଣମାନଙ୍କ ସହ ଯୋଡି ହେବା ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି । 

କାର୍ଯ୍ୟକ୍ରମ ଅବସରରେ ସହଯୋଗୀ ପ୍ରାୟୋଜକ ସାଇ ଅଟୋମେଶନର ବିଶ୍ୱନାଥ ଦାସ, ଉପହାର ପ୍ରାୟୋଜକ ଥୁନୁର ପକ୍ଷରୁ ପ୍ରଶାନ୍ତ କୁମାର ମାଝୀ, ନିୟୁ ପ୍ଲାନେଟ ଆପ୍ଲାଏନ୍ସସେସ୍‌ର ନଳିନୀକାନ୍ତ ଦାସ, ବାଲାଜୀ ଇଲେକ୍ଟ୍ରୋନିକ୍ସର ଅଜୟ କୁମାର ନାୟକ, ଲିଓଟ୍ରୋନିକ୍ସର ଟେକ୍ନିକାଲ ସପୋର୍ଟ ଇଞ୍ଜିନିୟର ସ୍ୱରାଜ କୁମାର ମହାନ୍ତି, ସୌକିନ ଇଣ୍ଡଷ୍ଟ୍ରିଜ୍‌ର ପ୍ରବନ୍ଧକ ଧରଣୀଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ୍‌ (ସେଲ୍ସ ଆଣ୍ଡ ମାର୍କେଟିଂ) ଏସ୍‌.ଏଫ୍‌. ଅଲ୍ଲୀ, ଏଜିଏମ୍‌ ବିଶ୍ୱରୂପ ପରିଡ଼ା, ସ୍ୱତନ୍ତ୍ର ପ୍ରତିନିଧି ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରବନ୍ଧକ (ରିକଭରି) ସନ୍ତୋଷ କୁମାର ସାହୁ । କାର୍ଯ୍ୟକ୍ରମରେ ସହଯୋଗୀ ପ୍ରାୟୋଜକ ଭାବେ ସାଇ ଅଟୋମେଶନ, ମହାରଣା ହାର୍ଡୱେର ଥିବାବେଳେ ଉପହାର ପ୍ରାୟୋଜକ ଭାବେ ଥୁନୁର ବାହାନ, ସୌକିନ ଇଣ୍ଡଷ୍ଟ୍ରିଜ୍‌, ସ୍ମାଇଲ ଗୋଲ୍ଡ ଆଣ୍ଡ ଜୁଏଲର୍ସ, ଲିଓଟ୍ରୋନିକ୍ସ, ନିୟୁ ପ୍ଲାନେଟ ଆପ୍ଲାଏନ୍ସ, ବାଲାଜି ଇଲେକ୍ଟ୍ରୋନିକ୍ସ, ଆପୋଜି ମ୍ୟାଟ୍ରେସ, ପଣ୍ଡା ଟ୍ରାଭେଲ ମାର୍ଟ ଏବଂ ଫୁଡ୍‌ ପାର୍ଟନର ସ୍ରିଷ୍ଟି ସର୍ଭିସେସ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.