ବଲାଙ୍ଗିର, ୧୮/୧୧ : ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ କୋସଲ ମହାବନ୍ଦ ଡାକରା ଦିଆଯାଇଛି। କୋସଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ପାଳନ କରାଯାଇଛି। ଏହି ମହାବନ୍ଦକୁ ଜିଲ୍ଲା କଂଗ୍ରେସ ସମର୍ଥନ ଦେଇଛି। ଏଥିସହ କଂଗ୍ରେସ କର୍ମୀମାନେ ଆନ୍ଦୋଳନରେ ସାମିଲ ହୋଇ ଜୟ କୋସଲ ନାରା ଦେଇଛନ୍ତି। ତେଣୁ ଆନ୍ଦୋଳନରେ ଉପସ୍ଥିତ ଥିବା କୋସଲବାଦୀ ନେତା ପ୍ରମୋଦ ମିଶ୍ର ବିଧାୟକ ନରସିଂହ ମିଶ୍ର ଧନ୍ୟବାଦ ଦେଇଛନ୍ତି।
ପ୍ରକାଶ ଯେ, ମହାବନ୍ଦ ବେଳେ ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଦୋକାନ ବଜାର ବନ୍ଦ ରହିଥିଲା। ସକାଳେ କୋସଲ ସଙ୍ଗଠନର କର୍ମୀମାନେ ଭାଗିରଥି ଛକରେ ପିକେଟିଂ କରିଥିଲେ। ଏଥିସହ ରାସ୍ତାରେ ପ୍ଲାକାର୍ଡ ଲଗାଇ ବନ୍ଦ ପାଳନ ସଫଳ କରିବାକୁ ଆହ୍ୱାନ କରିଥିଲେ। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିଛନ୍ତି।