ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ରେ କିଏ ଗଢିବ ସରକାର, ପ୍ରଶାନ୍ତ କିଶୋର କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ : ବିହାରରେ ନୀତୀଶ କୁମାରଙ୍କର ପଟ୍ଟ ପରିବର୍ତ୍ତନ ପରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଦୃଢତାର ସହ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ସଂପୂର୍ଣ୍ଣ ଭାବେ ହୋଇଯିବ ଧରାଶାୟୀ । ଏବେ ପ୍ରଶାନ୍ତ କିଶୋର ଭବିଷ୍ୟବାଣୀ କରିଛନ୍ତି କି ପିଏମ୍‌ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ଏନଡିଏ ଗଠବନ୍ଧନ ଲୋକସଭା ନିର୍ବାଚନ ଜିତିବାକୁ ଯାଉଛି। ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି।

ପିକେଙ୍କ ମୁତାବିକ, ଲୋକସଭା ନିର୍ବାଚନ ୨୦୨୪ ରେ ଏନଡିଏ କ୍ଲିନ୍‌ ସ୍ୱିପ୍‌ କରିବ। ହେଲେ ସେ ସିଟ୍‌ ବିଷୟରେ କୌଣସି ପ୍ରକାରର ଟିପ୍ପଣୀ କରି ନାହାନ୍ତି। 

ନ୍ୟୁଜ୍‌ ଚ୍ୟାନେଲ ଆଜତକ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ପିକେ କହିଛନ୍ତି , ବିଜେପିର ନେତୃତ୍ୱାଧିନ ଏନଡିଏ ଗଠବନ୍ଧନ ଏହିଥର ମଧ୍ୟ ଲୋକସଭା ନିର୍ବାଚନରେ କ୍ଲିନ୍‌ ସ୍ୱିପ୍‌ କରିବ। ପିକେ ଏହାସହ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। ବିହାରରେ ବିଧାନସଭା ନିର୍ବାଚନ ୨୦୨୫ରେ ହେବ। ପିକେଙ୍କ ଦାବି କି , ନୀତୀଶଙ୍କର ଦଳ ଜେଡିୟୁ ଏହି ରାଜ୍ୟର ୨୪୩ଟି ସିଟ୍‌ ମଧ୍ୟରୁ ୨୦ରୁ ଅଧିକ ସିଟ୍‌ ଜିତି ପାରିବ ନାହିଁ।

ସେ କହିଛନ୍ତି, ଆପଣ ଯେକୌଣସି ଗଠବନ୍ଧନରୁ ଲଢନ୍ତୁ , ଯଦି ନୀତୀଶଙ୍କର ଦଳ ୨୦ରୁ ଅଧିକ ସିଟ୍‌ ଜିତେ ତ ନିଜ କାମ ଛାଡ଼ି ଦେବି। ପିକେ ଏହି ପ୍ରକାରର ଦାବି ପୂର୍ବରୁ ମଧ୍ୟ କରି ସାରିଛନ୍ତି। ୨୦୨୧ରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ ପିକେ କହିଥିଲେ କି, ସେ ନିଜ କାମ ଛାଡ଼ି ଦେବେ , ଯଦି ବିଜେପି ୧୦୦ ସିଟ୍ ଜିତେ। ହେଲେ ସେତେବେଳେ ପିକେଙ୍କର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.