ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଯେପର୍ଯ୍ୟନ୍ତ ଆମ ସେନା ହିମାଳୟ ଭଳି ସୀମାରେ ଛିଡ଼ା ହୋଇଛି, ସେପର୍ଯ୍ୟନ୍ତ ଭାରତ ସୁରକ୍ଷିତ: ପ୍ରଧାନମନ୍ତ୍ରୀ

Image Courtesy: indiatoday

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଲେପଚାରେ ବୀର ଯବାନମାନଙ୍କ ସହ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମ ସେନା ପ୍ରତିବଦ୍ଧତା ସହ ହିମାଳୟ ପରି ଛିଡ଼ା ହୋଇଥିବ ସେପର୍ଯ୍ୟନ୍ତ ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ । ସମଗ୍ର ବିଶ୍ବରେ ଏବେ ବିବାଦର ସୂତ୍ରପାତ ଘଟିଥିବା ବେଳେ ସୀମାରେ ଭାରତୀୟ ଯବାନମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । 

ବର୍ତ୍ତମାନ ବିଶ୍ବରେ ଜାରି ରହିଥିବା ସ୍ଥିତିକୁ ଦେଖିଲେ ଭାରତ ପ୍ରତି ଲୋକମାନଙ୍କ ଆଶା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଭାରତର ସୀମା ସୂରକ୍ଷିତ ରହିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଦେଶରେ ଏବେ ଶାନ୍ତିର ପରିବେଶ ସୃଷ୍ଟି ହୋଇଛି ଆଉ ଏଥିରେ ଆପଣମାନଙ୍କର (ଭାରତୀୟ ଯବାନ) ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି । 

ଭାରତ ନିର୍ମାଣ ଲାଗି ଭାରତୀୟ ସେନା ଏବଂ ସୁରକ୍ଷା ବଳ ନିରନ୍ତର ଭାବେ ଯୋଗଦାନ ଦେଇଆସିଛନ୍ତି ବୋଲି ସେ କହିଛନ୍ତି । ତେବେ ଭାରତୀୟ ସେନା ସହ ଦୀପାବଳି ମନାଇବାକୁ ନେଇ ମୋଦୀ କହିଛନ୍ତି ଯେ, ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏଭଳି କରିଆସୁଛନ୍ତି । ପ୍ରାୟ ୩୫ ବର୍ଷ ହେଲା ସେ ଦୀପାବଳି ସେନାର ଯବାନମାନଙ୍କ ସହ ପାଳନ କରିଆସୁଛନ୍ତି । ଅନ୍ୟପଟେ ପରିବାରଠୁ ଦୂରରେ ରହି ଦେଶର ସୀମାରେ ଦୀପାବଳି ପାଳନ କରୁଥିବା ବୀର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଦୀପାବଳି ପରିବାରଠୁ ଦୂରରେ ରହି ମଧ୍ୟ ସୀମା ସୁରକ୍ଷାରେ ଲାଗିଥିବା ସେନାକୁ ସେ ସାଧୁବାଦ ଜଣାଇଛନ୍ତି । ଏପରିକି ସେମାନଙ୍କ କର୍ତ୍ତବ୍ୟପରାୟଣତାକୁ ସାଲ୍ୟୁଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଅନ୍ୟପକ୍ଷରେ ସମଗ୍ର ବିଶ୍ବରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ‘ଗ୍ଲୋବାଲ ପ୍ଲେୟର’ ହୋଇଛି । କେବଳ ଯେ ଦେଶର ପ୍ରତିରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି ତାହା ନୁହେଁ ବରଂ ଭାରତର ବନ୍ଧୁ ରାଷ୍ଟ୍ରଗୁଡ଼ିକର ସେନା ମଧ୍ୟ ସଶକ୍ତ ହେଉଛି ବୋଲି ମୋଦୀ କହିଛନ୍ତି ।  ୨୦୧୬ ରୁ ୨୦୨୩ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ରପ୍ତାନୀ ୮ ଗୁଣ ବୃଦ୍ଧି ପାଇଥିବା ବେଳେ ଘରୋଇ ଉତ୍ପାଦନ ଏକ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି ବୋଲି ଉପସ୍ଥିତ ଯବାନମାନଙ୍କୁ କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ।   

  • pm narendra modi
  • Diwali 2023
  • Copyright © 2022 - Summa Real Media Private Limited. All Rights Reserved.