ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ରାଷ୍ଟ୍ରୀୟ ରୋଜଗାର ମେଳା, ୧ ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୨/୦୨: ଦେଶର ୪୭ ସ୍ଥାନରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବେ । ଏହି  ଅବସରରେ ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ରାଜ୍ୟ  ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧ ଲକ୍ଷ ନବନିଯୁକ୍ତଙ୍କୁ  ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହା ସହ କର୍ମଯୋଗୀ ଭବନ ସମନ୍ୱିତ କମ୍ପେ୍ଲକ୍ସର ପ୍ରଥମ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ଦେବେ  ପ୍ରଧାନମନ୍ତ୍ରୀ । ମିଶନ କର୍ମଯୋଗୀର ବିଭିନ୍ନ କ୍ଷେତ୍ରକୁ ଦୃଢ଼ କରିବା  ସହ ଏହାର ପ୍ରୋତ୍ସାହନ ଓ ସହଭାଗିତା ଦ୍ୱାରା ଅଭିବୃଦ୍ଧିରେ ନୂଆ  ପଦକ୍ଷେପ ସହାୟକ ହେବ । 

ସେହିଭଳି ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର  ମେଳାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ୩୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ନବନିଯୁକ୍ତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଯଥା- ରାଜସ୍ୱ, ସୌରାଷ୍ଟ୍ର, ଉଚ୍ଚଶିକ୍ଷା, ଆଣବିକ ଶକ୍ତି, ପ୍ରତିରକ୍ଷା, ଆର୍ଥିକ ସେବା, ଜନଜାତି  ବ୍ୟାପାର ଓ ରେଳପଥରେ ନିଯୁକ୍ତି ପାଇଛନ୍ତି । 

ଯୁବବର୍ଗଙ୍କ ନିଯୁକ୍ତି ପ୍ରଦାନକୁ ପ୍ରାଥମିକତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆଧାରରେ ଏଭଳି ରୋଜଗାର ମେଳା ଆୟୋଜନ କରାଯାଉଛି ।  ଏହା ଦ୍ୱାରା ଯୁବବର୍ଗ ଦେଶର ବିକାଶରେ ନିଜକୁ ସାମିଲ କରାଇବା ସହ ସେମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଓ  ଶସକ୍ତିକରଣରେ ସହାୟକ ହେବ । ନବନିଯୁକ୍ତ ମାନେ କର୍ମଯୋଗୀ ପ୍ରାରମ୍ଭ ଦ୍ୱାରା ନିଜକୁ ତାଲିମ ପ୍ରଦାନ କରିବାର ସୁଯୋଗ ପାଇବେ ।  ଆଇଗଟ କର୍ମଯୋଗୀ ପୋର୍ଟାଲ ଦ୍ୱାରା ଅନଲାଇନ ମଡ୍ୟୁଲ  ମାଧ୍ୟମରେ ପ୍ରଦାନ କରାଯାଉଥିବା ୮୮୦ରୁ ଉଦ୍ଧ୍ୱର୍ ଇ-ଲର୍ଣ୍ଣିଂ କୋର୍ସ  ଯେକୌଣସି ସ୍ଥାନ ଓ ସମୟରେ ଶିଖିବାକୁ ସୁଯୋଗ ଦେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.