ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

‘ରକେଟ୍ରି’ ଅଭିନେତା ଆର.ମାଧବନଙ୍କୁ ନୂଆ ଦାୟିତ୍ବ, ଶୁଭେଚ୍ଛା ଜଣାଇଲେ ଅନୁରାଗ ଠାକୁର

 ମୁମ୍ବାଇ, ୦୧/୦୯: ରକେଟ୍ରି- ଦ ନମ୍ବି ଇଫେକ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଆର. ମାଧବନଙ୍କୁ ନୂଆ ଦାୟିତ୍ବ । ନିକଟରେ ରକେଟ୍ରି ଚଳଚ୍ଚିତ୍ର ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା । ବେଷ୍ଟ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିଲା ରକେଟ୍ରି ଚଳଚ୍ଚିତ୍ର । ଆଉ ଏହା ପରେ ଆର. ମାଧବନଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର ନୂଆ ସଭାପତି ହୋଇଛନ୍ତି ଆର. ମାଧବନ । 

‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଅନୁଷ୍ଠିତ ହେଲେ ଦେଶର ବହୁ ଅର୍ଥ ସଞ୍ଚୟ ହେବ, ହେଲେ ସାମ୍ବିଧାନିକ ସମନ୍ୱୟର ସମସ୍ୟା ସୃଷ୍ଟି କରିବ: ବିଶେଷଜ୍ଞ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକରୁ ଏନେଇ ଏକ୍ସ (ଟ୍ବିଟର)ରେ ଜଣାଇଛନ୍ତି । ଏହା ସହ ସେ ଜାତୀୟ ପୁରସ୍କାର ବିଜେତା ଅଭିନେତା ଆର. ମାଧବନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ମାଧବନ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଛନ୍ତି । ଏଫଟିଆଇଆଇ ସଭାପତି ଭାବେ ଚୟନ କରାଯାଇଥିବାରୁ ସେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 ରକେଟ୍ରି- ଦି ନମ୍ବି ଇଫେକ୍ଟ ଚଳଚ୍ଚିତ୍ରରେ ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ନମ୍ବି ନାରାୟଣଙ୍କ ସଂପର୍କରେ ଚିତ୍ରିତ ହୋଇଛି । ଗୋଟିଏ ପଟେ ଚନ୍ଦ୍ରଯାନ-୩ ମୁନ୍‌ ମିଶନର ବିଶାଳ ସଫଳତା । ଅନ୍ୟପଟେ ରେକେଟ୍ରିକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବାପରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିବା ଆର. ମାଧବନଙ୍କୁ ଖୁବ ପ୍ରଶଂସା ମିଳିଛି । 


ତେବେ ମାଧବନଙ୍କୁ ଏଫଟିଆଇଆଇର ସଭାପତି ଭାବେ ଚୟନ କରାଯିବା ପରେ ତାଙ୍କ ଫ୍ୟାନ୍ସମାନେ ବେଶ ଖୁସି ଥିବା ଜଣାପଡ଼ିଛି । ସେପଟେ ଆର. ମାଧବନଙ୍କ ଆଗାମୀ ଫିଲ୍ମ ‘ଟେଷ୍ଟ’କୁ ନେଇ ଚର୍ଚ୍ଚା ଜାରି ରହିଛି । ଟେଷ୍ଟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶଶିକାନ୍ତ ।  ଫିଲ୍ମ ‘ଟେଷ୍ଟ’ର କାହାଣୀ କ୍ରିକେଟ ଜଗତ ସହ ଜଡ଼ିତ ।  

You can also read: କର୍ଣ୍ଣାଟକ ହାଇକୋର୍ଟରୁ JDS ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଝଟକା, ଲୋକସଭାରୁ ଅଯୋଗ୍ୟ ଘୋଷିତ...

FTII
R Madhavan

Copyright © 2022 - Summa Real Media Private Limited. All Rights Reserved.