ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଗୁରୁତ୍ୱ ଦିଅନ୍ତୁ ଖେଳାଳି: ଦ୍ରାବିଡ

ନୂଆଦିଲ୍ଲୀ,୦୭/୧୨: ଏକ ପୂର୍ଣ୍ଣାଙ୍ଗ କ୍ରିକେଟ୍‌ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଛି । ଟି-ଟ୍ୱେଣ୍ଟି ଦଳ ପ୍ରଥମେ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଟେଷ୍ଟ ଦଳର ସଦସ୍ୟମାନେ ଧିରେ ଧିରେ ସେଠାରେ ପହଞ୍ଚିବେ । ଏହି ଗସ୍ତରେ ଭାରତ ୩ଟି ଟି-ଟ୍ୱେଣ୍ଟି, ୩ଟି  ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ । ଉକ୍ତ ଗୁରୁତ୍ୱପୂର୍ଣ୍ଣ ସିରିଜରେ  ଖେଳାଳିମାନେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରନ୍ତୁ ବୋଲି ମୁଖ୍ୟ  କୋଚ୍‌ ରାହୁଲ ଦ୍ରାବିଡ ପରାମର୍ଶ ଦେଇଛନ୍ତି । 

ସେ କହିଛନ୍ତି, ଦକ୍ଷିଣ ଆଫ୍ରିକାର ପିଚ୍‌ଗୁଡ଼ିକରେ ବ୍ୟାଟିଂ କରିବା କଷ୍ଟକର । ତେଣୁ ସିରିଜଟି ଆମ ପାଇଁ କଠିନ ଚ୍ୟାଲେଞ୍ଜ ହେବ । ପ୍ରତ୍ୟେକ ଖେଳାଳିମାନେ ନିଜ ନିଜ ପାଇଁ ସ୍ୱତନ୍ତ ରଣନୀତି ପ୍ରସ୍ତୁତ କରିବେ ବୋଲି ମୁଁ ଆଶା କରୁଛି । ମୋଟ୍‌ ଉପରେ କହିବାକୁ ଗଲେ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହିବା ଜରୁରି । ପରିସ୍ଥିତି ଓ ଜଳବାୟୁକୁ ଧ୍ୟାନରେ ରଖି ଖେଳାଳିମାନେ ରଣନୀତି ପ୍ରସ୍ତୁତ କରିବେ । ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିଲେ ଦକ୍ଷିଣ  ଆଫ୍ରିକାରେ ସଫଳତା ମିଳିବ ବୋଲି ଦ୍ରାବିଡ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.