ନୂଆଦିଲ୍ଲୀ,୧୪।୯: ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ନବୀକରଣ କରିବାରେ ଲାଗି ରହିଛି। ଟ୍ରାକ୍, ସିଗନାଲ୍ ଏବଂ ରୁଟ୍କୁ ହାଇ-ଟେକ୍ କରିବା ସହିତ ସୁରକ୍ଷା ବଢାଇବା ପାଇଁ ଟ୍ରେନରେ ଅନେକ ନୂତନ ବୈଷୟିକ ଉପକରଣ ସ୍ଥାପନ କରାଯାଉଛି। ଏହି କ୍ରମରେ, ବର୍ତ୍ତମାନ ନର୍ଥଇଷ୍ଟ ଫ୍ରଣ୍ଟିଅର ରେଲଓ୍ବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ଏକ ଉପକରଣ ତିଆରି କରୁଛି, ଯାହାକି ଟ୍ରେନ୍ ଚଳାଇବା ବେଳେ ଯଦି ଲୋକ ପାଇଲଟ ଶୋଇପଡନ୍ତି ତେବେ ତାହା ତାଙ୍କୁ ଆର୍ଲଟ କରିବ। ଯଦି ଲୋକେ ପାଇଲଟ କିଛି ଜବାବ ନ ଦିଅନ୍ତି, ତେବେ ଏହା ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍ ବନ୍ଦ କରିବ।
ରେଲଓ୍ବେ ବୋର୍ଡ ଏନ୍ଆରଏଫ୍କୁ ଏଭଳି ଏକ ଡିଭାଇସ୍ ତିଆରି କରିବାକୁ କହିଥିଲା, ଯାହାକି ଲୋକେ ପାଇଲଟ୍ଙ୍କ ଆଖିପତାକୁ ଦେଖି ଏହା ଜାଣିପାରିବ ଯେ, ଡ୍ରାଇଭରଙ୍କୁ ନିଦ ଆସୁଛି କି ନାହିଁ। ରେଲଓ୍ବେ ସୁତ୍ରରୁ କୁହାଯାଇଛି, ଏହି ଡିଭାଇସ୍କୁ ରେଲଓ୍ବେ ଚାଳକ ସହାୟତା ସିଷ୍ଟମ(ଆରଡିଏଏସ୍)ର ନାମରେ ଜଣାଯିବ। ଏହି ଡିଭାଇସ୍ ନା କେବଳ ଲୋକୋ ପାଇଲଟଙ୍କୁ ଆର୍ଲଟ କରିବା ତାହା ନୁହେଁ ବଂର ଏକ ନିଶ୍ଚିତ ସମୟ ପର୍ଯ୍ୟନ୍ତ ଚାଳକଙ୍କୁ ଆକ୍ଟିଭ ନହେବାର ସ୍ଥିତିରେ ଏମର୍ଜେନ୍ସିଂ ବ୍ରେକ୍ ଲଗାଇ ଟ୍ରେନ୍ ରୋକିପାରିବ।