ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ଆଦି କାର୍ଯ୍ୟରେ ବର୍ଷା ସାଜିପାରେ ପ୍ରତିବନ୍ଧକ, ଏହି ସବୁ ରାଜ୍ୟରେ ବଦଳିପାରେ ପାଣିପାଗ

ନୂଆଦିଲ୍ଲୀ : ଉତ୍ତର ଭାରତରେ ବର୍ତ୍ତମାନ ସମୟରେ ବିବାହ ଆଦି କାର୍ଯ୍ୟ ଚାଲୁ ରହିଛି। ଆଉ ଏଥିରେ ବର୍ଷା ପ୍ରତିବନ୍ଧକ ଘଟାଇପାରେ ବୋଲି ସମ୍ଭାବନା ରହିଛି। ପାଣିପାଗ ବିଭାଗ ମୁତାବିକ , ହିମାଳୟୀ ଅଞ୍ଚଳରେ ତାଜା ପଶ୍ଚିମୀ ବାୟୁ ପ୍ରଭାବିତ କରିଛି। ଦକ୍ଷିଣ ହରିଆଣା ଓ ଏହାର ଆଖାପାଖ ଅଞ୍ଚଳରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ଯୋଗୁଁ ୧୩ ଫେବ୍ରୁଆରୀରେ ହିମାଳୟ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲକା ବର୍ଷା ହୋଇପାରେ। ଏହାସହ ହିଁ ବରଫପାତ ହେବାର ସମ୍ଭାବନା ମଧ୍ୟ ରହିଛି। ମଙ୍ଗଳବାର ହରିଆଣା, ପୂର୍ବୀୟ ରାଜସ୍ଥାନରେ ମଧ୍ୟ ହାଲକା ବର୍ଷା ହେବାର ଆଶଙ୍କା ଅଛି। ଏଥିପାଇଁ ଖରାପ ପାଗକୁ ଦେଖି ଏବେ ପାଖରେ ରେନିକୋର୍ଟ ଓ ଛତା ରଖିବାର ଆବଶ୍ୟକ ରହିଛି। ଏହାସହ ବର୍ଷା ଯୋଗୁଁ ବିବାହର ପ୍ରସ୍ତୁତିରେ ମଧ୍ୟ ବାଧା ଉପୁଜିପାରେ। 

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୁତାବିକ , ତାଜା ପଶ୍ଚିମୀ ବାୟୁ କାରଣରୁ ୧୭ରୁ ୧୯ ଫେବ୍ରୁଆରୀ ଯାଏ ପଶ୍ଚିମୀ ହିମାଳୟ ଅଞ୍ଚଳରେ ଲଗାତାର ଓ ଜୋରରେ ବର୍ଷା ହୋଇପାରେ। ବରଫପାତ ହେବା କାରଣରୁ ମଧ୍ୟ ସମ୍ଭାବନା ରହିଛି। ୧୮ଓ ୧୯ ଫେବ୍ରୁଆରୀରେ ମୈଦାନୀ ଅଞ୍ଚଳରେ ଲାଗାତାର ବର୍ଷା ହେବାର ଅନୁମାନ ରହିଛି। ୧୪-୧୫ ଫେବ୍ରୁଆରୀରେ ଓଡ଼ିଶାର ଅଲଗା ଅଲଗା ଭାଗରେ ସକାଳ ସମୟରେ ଘନ କୁହୁଡ଼ି ଛାଇ ରହିବ। ଏହି ମଧ୍ୟରେ ଉତ୍ତର ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ଏଥିରେ ୧୩ ଫେବ୍ରୁଆରୀରେ ପୂର୍ବୀୟ ଉତ୍ତର ପ୍ରଦେଶ, ପୂର୍ବୀୟ ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଅଲଗା ଅଲଗା ସ୍ଥାନରେ ବିଜୁଳି ଘଡ ଘଡ଼ି ସହ ବର୍ଷା ହୋଇପାରେ। ୧୪ ଫେବ୍ରୁଆରୀରେ ବିହାର , ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ସିକ୍କିମରେ ଝଡ଼ ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଛି। 

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସକାଳେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚି ଯାଇଛି। ସହରର କିଛି ଭାଗରେ କିଛି ମାତ୍ରାରେ କୁହୁଡ଼ି ଛାଇ ଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.