କଲୋମ୍ବୋ, ୦୩/୦୯: ଏସିଆ କପରେ ଭାରତୀୟ ଦଳର ଆରମ୍ଭ ସେତେଟା ଭଲ ହୋଇନି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଛି । ମ୍ୟାଚ୍ ରଦ୍ଦ ଯୋଗୁଁ ପାକିସ୍ତାନ ସହଜରେ ସୁପର୍-୪ରେ ପହଞ୍ଚି ଯାଇଛି । କିନ୍ତୁ ଏବେ ପ୍ରଶ୍ନ ସୁପର୍-୪ରେ କେମିତି ପହଞ୍ଚିବ ଭାରତ ? ପହଞ୍ଚିବା ଲାଗି କରିବ କଣ ?
ଗ୍ରୁପ୍ ଷ୍ଟେଜରେ ଭାରତ ଆଗାମୀ ମ୍ୟାଚରେ ନେପାଳକୁ ଭେଟିବ । ସୋମବାର ସେପ୍ଟେମ୍ବର ୪ରେ ଭାରତ, ନେପାଳ ବିପକ୍ଷରେ ଖେଳିବ । ଭାରତକୁ ସୁପର୍-୪ କ୍ୱାଲିଫାଏ କରିବା ଲାଗି ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ । ତେବେ ନେପାଳ-ଭାରତ ମ୍ୟାଚ୍ ପଲ୍ଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଆଉ ଏବେ ଏହି ମ୍ୟାଚ୍ ଉପରେ ବର୍ଷା ବିପଦ ଭାବେ ଉଭା ହୋଇଛି ।
ବାଧା ଦେଲା ବର୍ଷା; ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ, ନିରାଶ କ୍ରିକେଟ୍ ପ୍ରେମୀ
ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ପ୍ରଭାବିତ ହୋଇଥିବା ବେଳେ ନେପାଳକୁ ଯେ କୌଣସି ମୋତେ ହରାଇବାକୁ ପଡ଼ିବ । ଯଦି ପାକିସ୍ତାନ ଭଳି ନେପାଳ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ରଦ୍ଦ ହୋଇଯାଏ ତାହେଲେ ଉଭୟ ଟିମକୁ ୧-୧ ପଏଣ୍ଟ ମିଳିବ । ଭାରତ ସର୍ବମୋଟ ୨ ପଏଣ୍ଟ ପାଇବ । ପ୍ରଥମ ମ୍ୟାଚରେ ନେପାଳ, ପାକିସ୍ତାନ ଠାରୁ ହାରିଥିବାରୁ ଦଳ ୧ ପଏଣ୍ଟରେ ସନ୍ତୁଷ୍ଟ ରହିବ । ଏହି ହିସାବେର ନେପାଳ ବିପକ୍ଷ ମ୍ୟାଚ୍ ରଦ୍ଦ ହେଲେ ଭାରତ ସୁପର୍-୪ରେ ପହଞ୍ଚି ଯିବ ।
କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ । ଯଦି ଭାରତ ବିରୋଧରେ ନେପାଳ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିନିଏ ତ ଭାରତ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଷ୍ଟେଜରୁ ବାହାରି ଯିବ । ନେପାଳକୁ ସୁପର୍-୪ରେ ସ୍ଥାନ ମିଳିବ । ସୋମବାର ନେପାଳ-ଭାରତ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆକ୍ୟୁୱେଦର ମୁତାବକ, ବର୍ଷା ହୋଇପାରେ । ମ୍ୟାଚ୍ ରଦ୍ଦ ହେବାର ଆଶଙ୍କା ଅଧିକ ରହିଛି । ରିପୋର୍ଟ ଅନୁସାରେ, ଭାରତ-ନେପାଳ ମ୍ୟାଚରେ ବର୍ଷା ହେବାର ୮୮ ପ୍ରତିଶତ ସମ୍ଭାବନା ରହିଛି ।