ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନ କଂଗ୍ରେସକୁ ଝଟକା, ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ

ଜୟପୁର, ୧୦/୧୧: ରାଜସ୍ଥାନରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର ହେଉଛି । ବିଜେପି ଓ କଂଗ୍ରେସ ଉଭୟ ଦଳ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଲାଗି ପ୍ରୟାସ କରୁଛନ୍ତି । ଏହାରି ଭିତରେ କଂଗ୍ରେସ ଛାଡ଼ି ସ୍ୱାଧୀନ ଭାବେ ସୁରସାଗର ଆସନରୁ ନାମାଙ୍କନ ଦାଖଲ କରିଥିବା ରାମେଶ୍ୱର ଦାଘିଚ୍ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଏଥିସହ ବିଜେପିରେ ସାମିଲ୍ ହୋଇଛନ୍ତି ।

ଜୋଧପୁରର ପୂର୍ବତନ ମେୟର ହେଉଛନ୍ତି ରାମେଶ୍ୱର ଦାଘିଚ୍ । ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାମେଶ୍ୱର ଦାଘିଚଙ୍କ ବିଶ୍ୱସ୍ତ ବୋଲି କୁହାଯାଏ । କେବଳ ରାମେଶ୍ୱର ନୁହଁନ୍ତି କଂଗ୍ରେସ ଛାଡ଼ି ଦୌସାର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ବିନୋଦ ଶର୍ମା ମଧ୍ୟ ବିଜେପିର ସାମିଲ୍ ହୋଇଛନ୍ତି । 

ବିଦ୍ୟୁତ୍ ଆଘାତରେ ଗଲା ୪ ଜୀବନ, ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ବାପାମାଆଙ୍କ ସହ ଆଖି ବୁଜିଲେ ଭାଇଭଉଣୀ

ପୂର୍ବତନ ମନ୍ତ୍ରୀ ରାଜପାଲ୍ ସିଂହ ଶେଖାୱତ ଯିଏକି ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଝୋଟୱାଡ଼ାରୁ ନାମାଙ୍କନ କରିଥିଲେ । ସେ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହାକି ବିଜେପି ପାଇଁ ବଡ଼ ଆଶ୍ୱସ୍ତିର କଥା ବୋଲି କୁହା ଯାଉଛି ।

ବିଜେପିରେ ସାମିଲ୍ ହେବା ପରେ ରାମେଶ୍ୱର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ ଦେଖି ଦଳରେ ମିଶିଛି । ମୁଁ ଦୀର୍ଘ ଦିନରୁ ପିଏମ୍ ମୋଦିଙ୍କ କାର୍ଯ୍ୟ ଦ୍ୱାରା ପ୍ରଭାବିତ । ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ନଥାନ୍ତେ ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇ ପାରି ନଥାନ୍ତା । 

ବର୍ଷା ପରେ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ୪୦୦ରୁ ୧୦୦କୁ ଖସିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.