ନୂଆଦିଲ୍ଲୀ, ୧୧/୧୧ : ରାଜସ୍ଥାନ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ସେତିକି ରୋଚକ ମୋଡ଼ରେ ଆସୁଛି । କଂଗ୍ରେସ ଏଠାରେ ପୁଣି ସରକାର ଗଢିବାକୁ ଚାହୁଁଥିବାବେଳେ ବିଜେପି ସରକାର ପରିବର୍ତ୍ତନ କରିବାକୁ ଚେଷ୍ଟା ଚଳାଇଛି । ଏଭଳି ସ୍ଥଳେ ଏହି ନିର୍ବାଚନ ପ୍ରଚାରରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୂରେଇ ରହିଥିବା ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି । ନିର୍ବାଚନ ପ୍ରଚାର ଅଭିଯାନରେ ତାଙ୍କର କୌଣସି ଇଚ୍ଛା ଥିବା ଦେଖିବାକୁ ମିଳୁନାହିଁ । ଏହାକୁ ନେଇ କଂଗ୍ରେସ କହିଛି କି ଦିଓ୍ବାଲୀ ଉତ୍ସବ ନିକଟରେ ଅଛି ଏବଂ ମଧ୍ୟପ୍ରଦେଶ, ଛତିଶଗଡ଼ରେ ନିର୍ବାଚନ ପ୍ରଚାର ଚାଲୁଛି । ଏହି ରାଜ୍ୟରେ ପ୍ରଚାର ଅଭିଯାନ ଶେଷ ହେବା ପରେ ତାଙ୍କ ବଡ଼ ଏବଂ ପ୍ରମୁଖ ନେତାଙ୍କ ଅଭିଯାନ ରାଜସ୍ଥାନରେ ଜୋର ଧରିବ ।
ଦଳୀୟ ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ରାଜସ୍ଥାନରେ ପ୍ରାୟ ୨୦ସଭାରେ ସମ୍ବୋଧିତ କରିବେ । ୧୬ନଭେମ୍ବରରେ ରାହୁଲ ଗାନ୍ଧୀ ରାଜଧାନୀ ଜୟପୁରରେ ରୋଡ଼ ଶୋ କରିବେ । ରାହୁଲ ଗାନ୍ଧୀଙ୍କ ୪ଦିନର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ୨-୨ଦିନ ପ୍ରଚାର କରିବାକୁ ରାଜସ୍ଥାନ ଆସିବେ । ଏହି ସପ୍ତାହରେ ମଲ୍ଲିକାର୍ଜୁନ ଖଡ଼ଗେ ଜୋଧପୁରରେ ସଭାକୁ ସମ୍ବୋଧିତ କରିଥିଲେ ଏବଂ ଏହାର କିଛି ସମୟ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଦୋସା ଏବଂ ଝୁଂଝୁନରେ ସଭା କରି ସାରିଛନ୍ତି ।
ଏହା ମଧ୍ୟରେ ଦେଖିବାକୁ ଗଲେ ଏମପି, ଛତିଶଗଡ଼, ତେଲେଙ୍ଗାନା ଅନୁଯାୟୀ କଂଗ୍ରେସର ବଡ଼ ନେତା ରାଜସ୍ଥାନରେ ଅଧିକ ସମୟ ଦେଇନାହାନ୍ତି । ରାହୁଲ ଗାନ୍ଧୀ ଦୂରେଇ ରହିଥିବା ନେଇ ପ୍ରଶ୍ନ ଏଥିଲାଗି ଉଠୁଛି କି କାରଣ ସୂଚନା ଅନୁଯାୟୀ ରାଜସ୍ଥାନରେ ଟିକେଟ ବାଣ୍ଟିବାରେ ସେ ଖୁସି ନାହାନ୍ତି । ରାହୁଲ ଗାନ୍ଧୀ ଚାହୁଁଥିଲେ କି ବର୍ତ୍ତମାନ ଥିବା ବହୁ ବିଧାୟକଙ୍କ ଟିକେଟ କଟାଯାଉ କିନ୍ତୁ ସିଏମ୍ ଅଶୋକ ଗେହଲୋତ ଏଭଳି ହେବାକୁ ଦେଲେ ନାହିଁ ।
ବର୍ଷକ ଭିତରେ ଭାରତ ଜୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ରାଜସ୍ଥାନର ଦକ୍ଷିଣ ପୂର୍ବ ଭାଗରେ ୧୬ଦିନ ଯାତ୍ରା କରିଥିଲେ । ଏକ ରୋଚକ ଘଟଣା ଏହା ବି ଅଛି କି ପୂର୍ବ କିଛିଦିନରେ ଜୟପୁରରେ ଅଶୋକ ଗେହଲୋତ ନିର୍ବାଚନୀ ଗ୍ୟାରେଣ୍ଟିର ଘୋଷଣା କରିଥିଲେ ଏବଂ ପୁଣି ଗ୍ୟାରେଣ୍ଟି ରଥଯାତ୍ରା ଆରମ୍ଭ କରିଥିଲେ । ସଚିନ ପାଇଲଟ ଦୁଇଟି କାର୍ଯ୍ୟକ୍ରମରେ ଦୂରେଇ ରହିଥିଲେ । ଏଭଳିସ୍ଥଳେ ଦେଖିବାରେ ଅଛି କି ବଡ଼ ନେତାଙ୍କ ପ୍ରଚାର ସମୟରେ ରାଜସ୍ଥାନ କଂଗ୍ରେସ କେତେ ଏକଜୁଟ ନଜର ଆସୁଛି ।