ଜୟପୁର, ୧୦/୧୧: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ନଭେମ୍ବର ୭ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ସହ ମିଜୋରାମରେ ଭୋଟିଂ ସରିଛି । ରାଜସ୍ଥାନରେ ନଭେମ୍ବର ୨୫ରେ ମତଦାନ ହେବ । ଭୋଟିଂ ପାଇଁ ନିର୍ବାଚନ କମିଶନ ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଥିବା ବାରମେର ଜିଲ୍ଲାରେ ଅପହଞ୍ଚ ଗାଁରେ ଏକ ବୁଥ୍ କରିବେ । ଯେଉଁଠି ଅଛନ୍ତି ମାତ୍ର ୩୫ ଜଣ ମତଦାତା । ସମସ୍ତେ ଗୋଟିଏ ପରିବାରର ।
ପୂର୍ବରୁ ଏହି ଗାଁ ଲୋକେ ଭୋଟ୍ ଦେବା ପାଇଁ ୨୦ କିଲୋମିଟର ଦୂରକୁ ଯାଉଥିଲେ । ୨୦ କିଲୋମିଟର ଦୂର ଯିବା ପାଇଁ ଚାଲିବାକୁ ପଡ଼ୁଥିଲା ନହେଲେ ଓଟ ପିଠିରେ ବସି ଯିବାକୁ ପଡ଼ୁଥିଲା । ଯାହାକି ମହିଳା ଓ ବୟସ୍କ ଲୋକଙ୍କୁ ବେଶ କଷ୍ଟସାଧ୍ୟ ହେଉଥିଲା । ଫଳରେ ଗତ ନିର୍ବାଚନରେ କେବଳ ସେଠାକାର ପୁରୁଷ ଲୋକ ମତଦାନ କରିଥିଲେ ।
ମନି ଲଣ୍ଡରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ହିରୋ ଗ୍ରୁପ୍ ଅଧ୍ୟକ୍ଷଙ୍କ ୨୪.୯୫ କୋଟିର ସମ୍ପତ୍ତି ଜବତ
ଏବେ ସେହି ଗାଁରେ ପୋଲିଂ ବୁଥ୍ ହେବା ଖବର ଗ୍ରାମବାସୀଙ୍କୁ ଖୁସି କରିଛି । ପୂର୍ବରୁ ୨୦ କିଲୋମିଟର ଦୂର ଯୋଗୁଁ ଭୋଟ୍ ଦେଇ ପାରୁ ନଥିବା ବେଳେ ମହିଳା ଏବେ ମତଦାନ କରିବା ଲାଗି ଉତ୍ସାହିତ ଅଛନ୍ତି । ପରିବାରରେ ଥିବା ୨୫ ମତଦାତାଙ୍କ ମଧ୍ୟରୁ ୧୭ ଜଣ ମହିଳା ରହିଥିବା ବେଳେ ୧୮ ଜଣ ପୁରୁଷ ଅଟନ୍ତି ।
୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୨୦୧୮ ନିର୍ବାଚନରେ କଂଗ୍ରେସ ୯୯ଟି ଆସନ ଜିତିଥିବା ବେଳେ ବିଜେପି ହାତେଇ ଥିଲା ୭୩ ଆସନ । ସ୍ୱାଧୀନ ଓ ବିଏସପି ବିଧାୟକଙ୍କ ସମର୍ଥନରେ ଅଶୋକ ଗେହଲଟ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାଜସ୍ଥାନରେ ନଭେମ୍ବର ୨୫ରେ ମତଦାନ ହେବାକୁ ତିବା ବେଲେ ଡିସେମ୍ବର ୫ରେ ୫ ରାଜ୍ୟ ସହ ଗଣତି ହୋଇ ଫଳାଫଳ ଆସିବ ।