ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ସବୁଠୁ ମହଙ୍ଗା ଅଭିନେତା ହେଲେ ରଜନୀକାନ୍ତ , ପାରିଶ୍ରମିକ କଥା ଶୁଣିଲେ ପାଦ ତଳୁ ଖସି ଯିବ ମାଟି

ନୂଆଦିଲ୍ଲୀ : ରଜନୀକାନ୍ତଙ୍କର ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଖୁବ୍‌ ଆୟ କରୁଛି। ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୩୨୫.୮ କୋଟି ଟଙ୍କାର ଆୟ କରି ସାରିଛି। ସେପଟେ ୱାର୍ଲ୍ଡୱାଇଡ୍‌ ବକ୍ସ ଅଫିସରେ ଫିଲ୍ମଟି ପାଖାପାଖି ୫୭୮.୮ କୋଟି ଟଙ୍କାର ବ୍ୟବସାୟ କରିଛି। ଏହି ମଧ୍ୟରେ ଖବର ଆସିଛି କି, ସୁପରଷ୍ଟାର ରଜନୀକାନ୍ତ କେବଳ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ନୁହେଁ , ଦେଶର ହାଇଏଷ୍ଟ ପେଡ୍‌ ଆକ୍ଟର ହୋଇଛନ୍ତି। ଅର୍ଥାତ୍‌ ସେ ଗୋଟିଏ ଫିଲ୍ମ ପାଇଁ ଅମିତାଭ ବଚ୍ଚନ , ସଲମାନ ଖାନ , ଶାହରୁଖ ଖାନଙ୍କ ଠାରୁ ମଧ୍ୟ ଅଧିକ ଫିସ୍‌ ନେଉଛନ୍ତି।

ବକ୍ସ ଅଫିସ୍‌ରେ କମାଲ କରୁଛି ‘ଜେଲର’, ରଜନୀକାନ୍ତଙ୍କୁ BMW କାର୍‌ ଗିଫ୍ଟ କଲେ ପ୍ରଯୋଜକ

କେତେ ରହିଛି ରଜନୀକାନ୍ତଙ୍କ ଫିସ୍‌ ?

କୁହାଯାଉଛି ନିକଟରେ ଜେଲର ର ପ୍ରଡ୍ୟୁସର କଳାନିଧି ମାରନ୍‌ ରଜନୀକାନ୍ତଙ୍କ ସହ ସାକ୍ଷାତ୍‌ କରିଥିଲେ। ସେ ସାକ୍ଷାତ୍‌ ସମୟରେ ରଜନୀକାନ୍ତଙ୍କୁ ଫିଲ୍ମର ପ୍ରଫିଟ୍‌ ସେୟାରିଂ ଚେକ୍‌ ପ୍ରଦାନ କରିଥିଲେ। ସାଉଥ୍‌ର ଫିଲ୍ମ ଟ୍ରେଡ୍‌ ଏକ୍ସପର୍ଟ ମନୋବାଲା ବିଜୟାବାଲନ ସୋସିଆଲ ମିଡ଼ିଆରେ କଲାନିଧି ମାରନ ଓ ରଜନୀକାନ୍ତଙ୍କର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି କି, ଅଭିନେତାଙ୍କୁ ପ୍ରଦାନ କରାଯାଇଥିବା ପ୍ରଫିଟ୍‌ ଚେକ୍‌ ପାଖାପାଖି ୧୦୦ କୋଟି ଟଙ୍କାର। କହି ରଖୁଛୁ କି , ରଜନୀକାନ୍ତ ଜେଲର ପାଇଁ ୧୧୦ କୋଟି ଟଙ୍କାର ଫିସ୍‌ ଚାର୍ଜ କରିଥିଲା। ଏବେ ତାଙ୍କୁ ୧୦୦କୋଟି ଟଙ୍କାର ପ୍ରଫିଟ୍‌ ଚେକ୍‌ ମିଳିଛି। ଅର୍ଥାତ୍‌ ତାଙ୍କୁ ଜେଲର୍‌ ୨୧୦ କୋଟି ଟଙ୍କାର ଫିସ୍‌ ମିଳି ସାରିଛି। ଏହି କ୍ରମରେ ସେ ସବୁଠୁ ଅଧିକ ଫିସ୍‌ ନେବାର ଅଭିନେତା ହୋଇ ପାରିଛନ୍ତି।

ଚେକ୍‌ ସହ ଦେଲେ ବିଏମଡବ୍ଲ୍ୟୁ କାର୍‌- 

ମନୋବାଲା ଆଉ ଏକ ଟ୍ୱିଟ୍‌ କରି ଏହି କଥାର ସୂଚନା ଦେଇଛନ୍ତି କି, ଜେଲର ପ୍ରଡ୍ୟୁସର କଲାନିଧି ମାରନ ଚେକ୍‌ ସହ ରଜନୀକାନ୍ତଙ୍କୁ ବିଏମଡବ୍ଲ୍ୟୁ ଏକ୍ସ ୭ କାର୍‌ ଉପହାର ଦେଇଛନ୍ତି। ଖାଲି ଏତିକି ନୁହେଁ , ସେ ରଜନୀକାନ୍ତଙ୍କୁ ଆଉ ଏକ ଫିଲ୍ମ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। 

ଆରସିବି ସପକ୍ଷରେ ରାୟ, ୬୦୦ କୋଟି ଆୟ କରିବା ପରେ ବଦଳିବ ’ଜେଲର’ ଫିଲ୍ମର ଏହି ସିନ୍‌

Copyright © 2022 - Summa Real Media Private Limited. All Rights Reserved.