ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ବକ୍ସ ଅଫିସ୍‌ରେ କମାଲ କରୁଛି ‘ଜେଲର’, ରଜନୀକାନ୍ତଙ୍କୁ BMW କାର୍‌ ଗିଫ୍ଟ କଲେ ପ୍ରଯୋଜକ

ନୂଆଦିଲ୍ଲୀ, ୦୧/୦୯: ସୁପରଷ୍ଟାର ରଜନୀକାନ୍ତ ଅଭିନୀତ ‘ଜେଲର’ ଚଳଚ୍ଚିତ୍ରର ସଫାଳତାକୁ ନେଇ ସବୁଠି ଚର୍ଚ୍ଚା । ଅଭିନେତା ରଜନୀକାନ୍ତଙ୍କ ସମେତ ଫିଲ୍ମ ସହ ଜଡ଼ିତ ପ୍ରତିଟି ବ୍ୟକ୍ତି ଏବେ ଜେଲ୍‌ରର ସଫଳତାକୁ ନେଇ ଉତ୍ସବ ମନାଉଛନ୍ତି । ଫିଲ୍ମଟି ବକ୍ସ ଅଫିସ୍‌ରେ ୬୦୦ କୋଟିରୁ  ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏବେ ବି ଅନେକ ପ୍ରେକ୍ଷାଳୟରେ ଜାରି ରହିଛି ଜେଲରର କ୍ରେଜ୍‌ । ଦର୍ଶକେ ଖୁବ ପସନ୍ଦ କରୁଛନ୍ତି ଜେଲରକୁ ।

ସନ୍ନି ଦେଓଲ ଆଉ ନିର୍ମାଣ କରିବେନି ଫିଲ୍ମ: କହିଲେ, 'ମୁଁ ଦେବାଳିଆ ହୋଇଗଲିଣି'

ସେପଟେ ଫିଲ୍ମର ଏଭଳି ବମ୍ପର ସଫଳତା ପରେ ନିର୍ମାତା ମଧ୍ୟ ବେଶ ଖୁସି ଥିବା ଜଣାପଡ଼ିଛି । ଫିଲ୍ମର ପ୍ରଯୋଜକ କାଲାନିଥି ମାରନ ଜେଲରର ସଫଳତାକୁ ନେଇ ଏତେ ଖୁସି ଅଛନ୍ତି ଯେ, ଅଭିନେତା ରଜନୀକାନ୍ତଙ୍କୁ ବ୍ରାଣ୍ଡ ନ୍ୟୁ ବିଏମଡବ୍ଲୁ ଏକ୍ସ୭ କାର ଗିଫ୍ଟ କରିଛନ୍ତି । କେବଳ ସେତିକି ନୁହେଁ ଚଳଚ୍ଚିତ୍ର ଆୟର ସେୟାର ମଧ୍ୟ ରଜନୀକାନ୍ତଙ୍କୁ ବନ୍ଦ ଲଫାଫାରେ ଦେଇଛନ୍ତି ସନ୍‌ ପିକ୍ଚର୍ସର କାଲାନିଥି ମାରନ । ବିଏମଡବ୍ଲୁ ଏକ୍ସ୭ର ମୂଲ୍ୟ ପ୍ରାୟ ଏକ କୋଟି ୨୫ ଲକ୍ଷ ଟଙ୍କା । ଚେନ୍ନାଇ ସ୍ଥିତ ଘରେ ରଜନୀକାନ୍ତଙ୍କୁ ସାକ୍ଷାତ କରି ଏସବୁ ଉପହାର ତାଙ୍କୁ ଦେଇଛନ୍ତି କାଲାନିଥି । ଏନେଇ ସନ୍‌ ପିକ୍ଚର୍ସ ପକ୍ଷରୁ ଟ୍ବିଟରରେ ପୋଷ୍ଟ କରାଯାଇଛି । 

୨୦୨୩ରେ ଜେଲ୍‌ର ବକ୍ସ ଅଫିସ୍‌ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଲିଷ୍ଟରେ ସାମିଲ ହୋଇଯାଇଛି । ତେବେ ଅଗଷ୍ଟ ୧୦ରେ ସିନେମା ଘରକୁ ଆସିଥିଲା ରଜନୀକାନ୍ତ ଅଭିନୀତ ଜେଲର ଚଳଚ୍ଚିତ୍ର । ୧୦ଟି ଭାଷାରେ ରିଲିଜ୍‌ ହୋଇଥିବା ଜେଲର ଚଳଚ୍ଚିତ୍ରକୁ ଦର୍ଶକେ ଖୁବ ଭଳପାଇବା ଦେଇଛନ୍ତି । ଏଥିରେ ସୁପରଷ୍ଟାର ରଜନୀକାନ୍ତଙ୍କ ସମେତ ବିନାୟକନ୍‌, ରମ୍ୟାକ୍ରିଷ୍ଣନ ଏବଂ ବସନ୍ତ ରବି ପ୍ରମୁଖ ଆଗଧାଡ଼ିର ଅଭିନେତା ଏବଂ ଅଭିନେତ୍ରୀ ସୁନ୍ଦର ଅଭିନୟ କରିଛନ୍ତି ।  

You can also read: ପୁଣି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ଆତ୍ମଘାତୀ ବିସ୍ଫୋରଣରେ ୯ ଯବାନ ମୃତ

  • BMW
  • Rajinikanth
  • Copyright © 2022 - Summa Real Media Private Limited. All Rights Reserved.