ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ

ଲକ୍ଷ୍ନୌ,୧୭ ।୪ : ଅଯୋଧ୍ୟାର ଭବ୍ୟ ଶ୍ରୀରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରଥମଥର ରାମନବମୀ ପାଳିତ ହେବାକୁ ଯାଉଛି । ଆସନ୍ତାକାଲି ମଧ୍ୟାହ୍ନ ୧୨.୧୬ରେ ସୂର୍ଯ୍ୟକିରଣ ଦ୍ୱାରା ରାମଲଲାଙ୍କର ଅଭିଷେକ ହେବ । ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିବା ଓ ରାମଲଲାଙ୍କ ଦର୍ଶନ କରିବା ଲାଗି ସାରା ଦେଶରୁ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ପହଞ୍ଚିବେ ବୋଲି ଆକଳନ ହେଉଛି । ଏତେ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଆଗମନକୁ ଦେଖି ସେଠାରେ ବ୍ୟାପକ ଆୟୋଜନ କରାଯାଇଛି । ଏପ୍ରିଲ ୧୬, ୧୭ ଓ ୧୮ ଏହି ତିନି ଦିନରେ ଅଯୋଧ୍ୟାରେ ୯୦ଟି ବିମାନ ଅବତରଣ କରିବ । ଅଯୋଧ୍ୟା ବିମାନବନ୍ଦରରୁ ରାମଲଲାଙ୍କର ଧାମ ୧୨ କିମି । ବିମାନବନ୍ଦରରୁ ଶ୍ରଦ୍ଧାଳୁମାନେ ସ୍ଥାନୀୟ ପରିବହନ ମାଧ୍ୟମରେ ମନ୍ଦିରରେ ପହଞ୍ଚିପାରିବେ । 

ଏ ସଂପର୍କରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି, ରାମନବମୀ ଅବସରରେ ୩ ଦିନ ମଧ୍ୟରେ ଅଯୋଧ୍ୟାକୁ ୫୦ଟି ବିମାନ ଓ ୪୦ଟି ଚାର୍ଟାର୍ଡ ବିମାନ ଆସିବ । ଯାତ୍ରୀମାନଙ୍କ ଲାଗି ବିମାନବନ୍ଦରରେ ଭିଆଇପି ଲାଉଞ୍ଜ ଓ ପ୍ରତୀକ୍ଷାସ୍ଥଳ, ୯ଟି ଚେକ୍‌-ଇନ୍‌ କାଉଣ୍ଟର ଓ ୩ଟି କନ୍‌ଭେୟର ବେଲ୍ଟ ବନାଯାଇଛି । ଟର୍ମିନାଲ ଏରିଆରେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଭିନ୍ନ ର‌୍ୟାମ୍ପ । ଯାତ୍ରୀମାନେ ଏଠାରେ ବିଶ୍ରାମ କରିବା ସହିତ ସ୍ଥାନୀୟ ପରିବହନ ବ୍ୟବସ୍ଥାର ସୁବିଧା ବି ଏଠାରୁ ନେଇପାରିବେ । ୩୦-୪୫ ମିନିଟ୍‌ ମଧ୍ୟରେ ସେମାନେ ମନ୍ଦିରରେ ପହଞ୍ଚିଯିବେ । ଅନ୍‌ଲାଇନ୍‌ କ୍ୟାବ୍‌ ଓ ଘରୋଇ ଟାକ୍ସିର ଭଡ଼ା ୨୦୦-୨୫୦ ଟଙ୍କା ରଖାଯାଇଛି । ସେହିପରି ଏହି ୩ ଦିନ ମଧ୍ୟରେ ୧୦୦ରୁ ଅଧିକ ଟ୍ରେନ୍‌ ଚଳାଯିବାର ବ୍ୟବସ୍ଥା ହୋଇଛି । ଯାତ୍ରୀଙ୍କ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି ୧୦ଟି ଟ୍ରେନ୍‌କୁ ସଂରକ୍ଷିତ ରଖାଯାଇଛି । ଯାତ୍ରୀମାନେ ଅଯୋଧ୍ୟାର ୪ଟି ରେଳଷ୍ଟେସନ୍‌ ଅଯୋଧ୍ୟା ଧାମ, ଅଯୋଧ୍ୟା କ୍ୟାଣ୍ଟ, ଦର୍ଶନ ନଗର ଓ ରାମଘାଟ ହଲ୍‌ଟ ଷ୍ଟେସନ୍‌ରେ ଓହ୍ଲାଇବେ । ସେହି ଷ୍ଟେସନ୍‌ଗୁଡ଼ିକରୁ ରାମଲଲାଙ୍କର ମନ୍ଦିରର ଦୂରତା ଦେଢ଼ କିମିରୁ ୧୦ କିମି । ସ୍ଥାନୀୟ ପରିବହନ ବ୍ୟବସ୍ଥା ଦ୍ୱାରା ଶ୍ରଦ୍ଧାଳୁମାନେ ମନ୍ଦିର ପହଞ୍ଚିପାରିବେ । ଏହି ଅବସରରେ ୫୦୦ରୁ ଅଧିକ ବସ୍‌ ଅଯୋଧ୍ୟାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେଥିଲାଗି ସ୍ୱତନ୍ତ୍ର ପାର୍କିଂର ବ୍ୟବସ୍ଥା ହୋଇଛି । ଘରୋଇ ବାହନ ରାମଲଲାଙ୍କ ଧାମର ୫-୭ କିମି ପୂର୍ବରୁ ଅଟକିବେ । ସେପଟେ ସୁରକ୍ଷା ଦୃଷ୍ଟିକୋଣରୁ ସହରକୁ ୭ଟି ଜୋନ୍‌ ଓ ୩୯ଟି ସେକ୍ଟରରେ ବିଭକ୍ତ କରାଯାଇଛି । ସରଯୂ ଘାଟରୁ ନେଇ ରାମମନ୍ଦିର ଯାଏ ୨୦୦୦ରୁ ଅଧିକ ପୁଲିସକର୍ମୀଙ୍କୁ ମୁତୟନ କରାଯାଇଛି । ରାମପଥ, ଭକ୍ତିପଥ, ଜନ୍ମଭୂମିପଥରେ ବ୍ୟାରିୟର ମାଧ୍ୟମରେ ଭକ୍ତଙ୍କୁ ନିୟନ୍ତ୍ରିତ କରାଯିବ । 

ଅଯୋଧ୍ୟାର ବିଭିନ୍ନ ଘାଟରେ ମଧ୍ୟ ପୁଲିସ ମୁତୟନ ରହିଛନ୍ତି । ଦେଶ ଚଳାଇବାର ଜ୍ଞାନ ମୋଦିଙ୍କର ନାହିଁ । ତାଙ୍କର ପ୍ରକୃତ କାମ ହେଲା ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା । କୋଭିଡରେ ଲୋକମାନେ ମରୁଥିବା ବେଳେ ମୋଦି କହିଲେ ଥାଳି ବଜାଅ । ଲୋକମାନେ ଥାଳି ବଜାଇଲେ ଏବଂ ଗଣମାଧ୍ୟମ ତାକୁ ପ୍ରଚାରପ୍ରସାର କଲା । ଯଦି ଜଣେ ସାଧାରଣ ଲୋକ ଥାଳି ବଜାଇବା କଥା କହିଥାନ୍ତା ତେବେ ତାକୁ ବାଡିରେ ପିଟାଯାଇଥାନ୍ତା ନଚେତ ଜେଲ୍‌ରେ ଭର୍ତ୍ତି କରିଦିଆଯାଇଥାନ୍ତା । ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ମୋଦି ଦେଇଥିବା ସାକ୍ଷାତକାର ପ୍ରସଙ୍ଗ ମଧ୍ୟ ରାହୁଲ ଉଠାଇଥିଲେ । କହିଥିଲେ ରାଜନୀତିରେ ପାରଦର୍ଶିତା ଆଣିବା ଲାଗି ଏହି ଯୋଜନା ଅଣାଯାଇଥିବା କଥା କୁହାଯାଉଛି । ଯଦି ପାରଦର୍ଶିତା ଆଣିବାକୁ ଏହା କରାଯାଇଥିଲା ତେବେ ନାମ କାହିଁକି ଲୁଚା ଯାଉଥିଲା । ସୁପ୍ରିମକୋର୍ଟ ଯେତେବେଳେ କହିଲେ କି ତଥ୍ୟ ସାର୍ବଜନୀନ ହେବା ଦରକାର, ତାକୁ କିଏ ଲୁଚାଇବାକୁ ପ୍ରୟାସ କରୁଥିଲା ଓ କାହିଁକି କରୁଥିଲା? ଇଲେକ୍ଟୋରାଲ ବଣ୍ଡ ହେଉଛି ଦେଶର ସବୁଠାରୁ ବଡ ଏକ୍ସଟର୍ସନ (ହଫ୍‌ତା ଅସୁଲି) ଯୋଜନା । ରାହୁଲ ଗତକାଲି ମଧ୍ୟ କୋଝିକୋଡରେ ନିର୍ବାଚନ ର‌୍ୟାଲି କରିଥିଲେ । ଆସନ୍ତା ୧୭ ଓ ୧୮ ତାରିଖରେ ସେ କନ୍ନୁର, ପଲକଡ, କୋଟାୟାମ, ତ୍ରିସୁର, ତିରୁଅନନ୍ତପୁରମ ଓ ଆଳପୁଝାରେ ନିର୍ବାଚନ ର‌୍ୟାଲି କରିବେ । ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ୨୦ ଲୋକସଭା ଆସନରେ ଆସନ୍ତା ଏପ୍ରିଲ ୨୬ ତାରିଖରେ ଭୋଟ ଗ୍ରହଣ କରାଯିବ ।

  • prameyanews
  • PrameyaOdia
  • prameya
  • Ayodhya Ram Mandir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.