ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ରେଞ୍ଜରୋଭର-ବାଇକ୍‌ ଦୁର୍ଘଟଣା ମାମଲା: ଗ୍ରାମ ଶ୍ମଶାନରେ ଲୋପାମୁଦ୍ରାଙ୍କ ଶେଷକୃତ୍ୟ ସମ୍ପନ୍ନ

ବରୀ,୦୫/୧୧: ରେଂଜରୋଭର ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବରୀ ବ୍ଲକ ଅନ୍ୟାସପୁର ଗ୍ରାମର କୈଳାସ ସାହୁଙ୍କ ଝିଅ ଲୋପାମୁଦ୍ରାଙ୍କ ମୃତଦେହ ଶନିବାର ତାଙ୍କ ଜନ୍ମମାଟିରେ ପହଞ୍ଚି ଥିଲା । ଗତ ମଙ୍ଗଳବାର ଦିନ ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇଥିବା ଲୋପାମୁଦ୍ରାଙ୍କର ଶୁକ୍ରବାର କଟକର ଏକ ଘରୋଇ ମେଡିକାଲରେ  ମୃତ୍ୟୁ ଘଟିଥିଲା । ଲୋପାମୁଦ୍ରାଙ୍କ ଶବ  ବ୍ୟବଚ୍ଛେଦ ପରେ ଶନିବାର ଅପରାହ୍ଣରେ ନିଜ ଜନ୍ମମାଟି ଅନ୍ୟାସପୁର ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏକମାତ୍ର ଝିଅକୁ ହରାଇ ବାପା, ମା’ ଓ ଭଉଣୀକୁ ହରାଇ ଭାଇ ଭାଙ୍ଗି ପଡ଼ିଥିଲେ । ନିଜ ସୁନ୍ଦର ବ୍ୟବହାର ପାଇଁ ଲୋପାମୁଦ୍ରା ଗାଁରେ ସମସ୍ତଙ୍କ ନିକଟରେ  ପ୍ରିୟ ହୋଇପାରିଥିଲେ ବୋଲି ଗ୍ରାମବାସୀ କହିଥିଲେ । ଲୋପାମୁଦ୍ରାଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ଘର ନିକଟରେ ବହୁ ଲୋକ ରୁଣ୍ଡ ହୋଇଥିଲେ । ଶେଷ ଦର୍ଶନ କରିବା ସହ ତାଙ୍କ ଶୋକାଭିଭୂତ ପରିବାରକୁ ସମବେଦନା ଜଣାଇଥିଲେ । ଲୋପାମୁଦ୍ରଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । 

ସୂଚନା ଥାଉ କି, କୈଳାସଙ୍କର ଏକମାତ୍ର ଝିଅ ଲୋପାମୁଦ୍ରା ହୋଟେଲ ମ୍ୟାନେଜମେଣ୍ଟ ପଢ଼ି ସାରିବା ପରେ ଭୁବନେଶ୍ୱରର ସିଆର୍‌ପିସ୍ଥିତ ଏକ ହୋଟେଲରେ ପ୍ରାୟ ଦୁଇ ବର୍ଷ ହେବ ଚାକିରି କରିଥିଲେ । ଗତ ଅକ୍ଟୋବର ୩୧ ତାରିଖ ଦିନ ହୋଟେଲରେ ଡ୍ୟୁଟି ସାରି  ଏକ ବାଇକ୍‌ରେ ଭିଣୋଇ ଅବସରପ୍ରାପ୍ତ ଯବାନ୍‌ କାହ୍ନୁ ଚରଣ ନାୟକଙ୍କ ସହ ନିଜ ରୁମ୍‌କୁ ଫେରୁଥିବା ବେଳେ ପାୱାର ହାଉସ୍‌ ଛକରେ ଦ୍ରୁତଗାମୀ ରେଂଜରୋଭର ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ । ଏଥିରେ ଲୋପାମୁଦ୍ରା ଓ କାହ୍ନୁଚରଣ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ କଟକ ବଡ଼ ମେଡିକାଲ ଓ ପରେ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଶୁକ୍ରବାର ଲୋପାମୁଦ୍ରାଙ୍କର ମୃତ୍ୟୁ ଘଟିଥିଲା ।

Copyright © 2022 - Summa Real Media Private Limited. All Rights Reserved.