ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇସିସି ଟେଷ୍ଟ ରାଙ୍କିଂ: ଶୀର୍ଷରେ ଆର ଅଶ୍ବିନ୍‌, ଟପ୍‌ ଟେନ୍‌ ବ୍ୟାଟର ତାଲିକାରେ କେବଳ କୋହଲି

Image Courtesy: crictoday

ନୂଆଦିଲ୍ଲୀ: ହାଇଦ୍ରାବାଦ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ଇଂଲଣ୍ଡ ୨୮ ରନ୍‌ରେ ପରାସ୍ତ କରିଥିଲା । ହେଲେ ଭାରତୀୟ ଟିମ୍‌ର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ । ଦମଦାର ବୋଲିଂ କରି ହାଇଦ୍ରାବାଦ ଟେଷ୍ଟରେ ୬ ଇଂଲିଶ କ୍ରକେଟରଙ୍କୁ ଆଉଟ୍‌ କରିଥିଲେ ଅଶ୍ବିନ୍‌ । ଏଥିପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ପୁରସ୍କାର ମଧ୍ୟ ମିଳିଛି । ଆଇସିସି ଟେଷ୍ଟ ରାଙ୍କିଂରେ ରବିଚନ୍ଦ୍ରନ ଅଶ୍ବିନ୍‌ ଶୀର୍ଷ ବୋଲରର ମାନ୍ୟତା ପାଇଛନ୍ତି । 

ସେହିଭଳି ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଜସପ୍ରୀତ ବୁମରା ଗୋଟି ପାହାଚ ଉପରକୁ ଚଢ଼ି ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି । ସେପଟେ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲି ଶୀର୍ଷ ୧୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଟପ ୧୦ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ରହିଛନ୍ତି । ଭାରତୀୟ ଟିମ୍‌ର ଅଲରାଉଣ୍ଡର ଅକ୍ଷର ପଟେଲ ଗୋଟିଏ ପାହାଚ ତଳକୁ ଖସିଯାଇଛନ୍ତି । 

ଆଇସିସି ରାଙ୍କିଂରେ ଶୀର୍ଷ ୧୦ ବ୍ୟାଟର ତାଲିକାରେ ଏକମାତ୍ର ଭାରତୀୟ ଖେଳାଳି ବିରାଟ କୋହଲି । ବିରାଟ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି । ହାଇଦ୍ରାବାଦ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଖରୁ ବିଜୟ ଛଡ଼ାଇ ନେଇଥିବା ଇଂଲଣ୍ଡର ଓଲି ପୋପ୍‌ ୨୦ଟି ଷ୍ଟେପ୍‌ ଉପରକୁ ଉଠି ୧୫ ତମ ସ୍ଥାନ ଅକ୍ତିଆର କରିଛନ୍ତି । ଏହା ବ୍ୟତୀତ ଇଂଲଣ୍ଡ ଟିମ୍‌ର ଓପନର ବେନ ଡକେଟ୍‌ଙ୍କ ରାଙ୍କିଂରେ ମଧ୍ୟ ସୁଧାର ଆସିଛି । ୫ଟି ପାହାଚ ଚଢ଼ି ୨୨ ତମ ସ୍ଥାନରେ ପହଞ୍ଚିଛନ୍ତି ଡକେଟ୍‌ ।

  • ICC ODI Ranking
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.