ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଲାଏନ୍ସ-Disney ମର୍ଜର ଉପରେ ମୋହର, ନୂଆ କମ୍ପାନିର ଦାୟିତ୍ବ ସମ୍ଭାଳିବେ ନୀତା ଅମ୍ବାନୀ

Image Courtesy: Social Medi

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ଓ ୱାଲ୍ଡ ଡିଜ୍‌ନୀର ମର୍ଜର ବା ମିଶ୍ରଣ ଉପରେ ମୋହର ଲାଗିଛି । ଉଭୟ କମ୍ପାନି ଭାରତରେ ମିଶି ନିଜର ଏଣ୍ଟରଟେନ୍‌ମେଣ୍ଟ ବ୍ରାଣ୍ଡର ଜଏଣ୍ଟ ଭେଞ୍ଚର ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ କମ୍ପାନି ଦେଶରେ ସବୁଠାରୁ ବଡ଼ ୮.୫ ବିଲିୟନର ମିଡିଆ ଏଣ୍ଟରଟେନ୍‌ମେଣ୍ଟ ପାୱାର ହାଉସ୍ ତିଆରି କରିବେ । ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏହି ଜଏଣ୍ଟ ଭେଞ୍ଚରର ଅଧ୍ୟକ୍ଷ ରହିବେ ବୋଲି ଜଣାପଡ଼ିଛି । ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ଦୁଇ କମ୍ପାନି ପକ୍ଷରୁ ମିଳିତ ବିବୃତ୍ତିରେ କୁହାଯାଇଛି ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଭାୟାକମ ୧୮ ମିଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ୱାଲ୍ଡ ଡିଜନି କମ୍ପାନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର କରିବାକୁ ବୁଝାମଣା ହୋଇଛି। ଜଏଣ୍ଟ ଭେଞ୍ଚର ଗଠନ ପାଇଁ ଦୁଇ କମ୍ପାନି ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଯାହା ଭାୟାକମ୍ ୧୮ ଓ ଷ୍ଟାର ଇଣ୍ଡିଆର ବ୍ୟବସାୟକୁ ଯୋଡ଼ିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଭାୟାକମ୍‌ ୧୮ ଏବଂ ଡିଜନୀ ପାଖରେ ଯଥାକ୍ରମେ ୧୬.୩୪%, ୪୬.୮୨% ଏବଂ ୩୬.୮୪% ଅଂଶଧନ ରହିବ । ଏମିତିରେ ରିଲାଏନ୍ସ ପାଖରେ ମୋଟ ୬୩.୧୬ ପ୍ରତିଶତ ଅଂଶଧନ ରହିବ । ଏହି ଜଏଣ୍ଟ ଭେଞ୍ଚରରେ ରିଲାଏନ୍ସ ଗ୍ରୋଥ୍‌ ଷ୍ଟ୍ରାଟେଜୀରେ ୧୧,୫୦୦ କୋଟି ଅର୍ଥାତ୍ ୧.୪ ବିଲିୟନ ଡ଼ଲାର ପୁଞ୍ଜି ନିବେଶ କରିବ। ପୋଷ୍ଟ ମନି ବେସିସ୍‌ରେ ଜଏଣ୍ଟ ଭେଞ୍ଚରରେ ଟ୍ରାଞ୍ଜାକ୍ସନ ଭାଲ୍ୟୁ ୭୦,୩୫୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। 

ଏହି ଜଏଣ୍ଟ ଭେଞ୍ଚରରେ ଟିଭି ଏବଂ କ୍ରୀଡା କ୍ଷେତ୍ରରେ ଭାରତର ଅଗ୍ରଣୀ ପ୍ଲାଟଫର୍ମରେ ଯୋଗଦେବେ। ଏଥିରେ କଲର୍ସ, ଷ୍ଟାରପ୍ଲସ୍ ଏବଂ ଷ୍ଟାରଗୋଲ୍ଡ ଭଳି ମନୋରଞ୍ଜନ କ୍ଷେତ୍ରର ଅଗ୍ରଣୀ ମିଡିଆ ମିଶିବା ସହ ସ୍ପୋର୍ଟସ୍ ଷ୍ଟାର୍ ସ୍ପୋର୍ଟସ୍ ଏବଂ ସ୍ପୋର୍ଟସ୍- ୧୮ ଏକାଠି ହେବେ । ଯେଉଁଥିରେ ଡିଜିଟାଲ୍ ପ୍ଲାଟଫର୍ମ JioCinema ଏବଂ Hotstar ମଧ୍ୟ ମିଶିବେ । ଜଏଣ୍ଟ ଭେଞ୍ଚରରେ ଦର୍ଶକ ସଂଖ୍ୟା ୭୫ କୋଟି ହେବେ ବୋଲି ଜଣାପଡ଼ିଛି । ଏଥିସହିତ ବିଶ୍ୱର ଥିବା ସମସ୍ତ ଭାରତୀୟଙ୍କ ପାଖରେ ଏହି ନେଟ୍‌ୱର୍କ ପହଞ୍ଚିବ।  

 

 

 

 

  • Reliance
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.