ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଇଣ୍ଡଷ୍ଟ୍ରିରେ ରିୟାଙ୍କୁ ମିଳୁନି କାମ, କହିଲେ- ପୂର୍ବାପେକ୍ଷା ଏବେ ଟିକିଏ ସ୍ଥିତି ସୁଧୁରିଛି

ନୂଆଦିଲ୍ଲୀ ୧୭/୧୧: ଏବେ ବି ଇଣ୍ଡଷ୍ଟ୍ରିରେ କାମ ମିଳିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରଯୋଜକ-ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ କାଷ୍ଟ୍‌ କରିବାକୁ ଚାହୁଁନାହାନ୍ତି । ତଥାପି ସେ ଆଶା ଛାଡ଼ିନାହାନ୍ତି । ଖୁବ୍‌ଶୀଘ୍ର ସ୍ଥିତି ସୁଧୁରିବ ବୋଲି ରିୟା କହନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଏବେ ବି ଖୁବ୍‌ ଟ୍ରୋଲ୍‌ କରାଯାଉଛି । କିନ୍ତୁ ପରିବାରର ସମର୍ଥନ ଯୋଗୁ ସେ ଏ ସବୁକୁ ସାହସର ସହ ସାମ୍ନା କରୁଛନ୍ତି ବୋଲି କହିଛନ୍ତି ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ୨୦୨୦, ସେପ୍ଟେମ୍ବର ୮ ତାରିଖରେ ଡ୍ରଗ୍ସ ମାମଲାରେ ରିୟାଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ସୁଶାନ୍ତଙ୍କ ପାଖରେ ଡ୍ରଗ୍ସ ପହଞ୍ଚାଇବା ଅଭିଯୋଗ ହୋଇଥିଲା । ତାଙ୍କୁ ୨୮ ଦିନ ଜେଲରେ ରହିବାକୁ ପଡ଼ିଥିଲା । ଜେଲରୁ ମୁକୁଳିବା ପରେ ସେ ଫିଲ୍ମ ‘ଚେହ୍‌ରେ’ରେ ନଜର ଆସିଲେ । କିନ୍ତୁ ଦର୍ଶକ ତାଙ୍କୁ ଖାସ୍‌ ପସନ୍ଦ କଲେ ନାହିଁ । ଏହା ପରେ ରିୟାଲିଟି ଶୋ’ ‘ରୋଡିଜ୍‌-୧୯’ରେ ସେ ଗ୍ୟାଙ୍ଗ୍‌ ଲିଡର ଭାବେ ନଜର ଆସିଲେ । କ୍ୟାରିଅର୍‌କୁ ନେଇ ମନରେ ଭୟ ଅଛି, କିନ୍ତୁ ଖୁବ୍‌ଶୀଘ୍ର ସ୍ଥିତି ସାମାନ୍ୟ ହୋଇଯିବ ବୋଲି ସେ କହନ୍ତି । ପୂର୍ବାପେକ୍ଷା ଏବେ ସ୍ଥିତି ଟିକିଏ ସୁଧୁରିଛି । ସମାଲୋଚକମାନେ ପୂର୍ବାପେକ୍ଷା ଶାନ୍ତ ପଡ଼ିଛନ୍ତି ।

୨୦୧୨ ମସିହାରେ ତେଲୁଗୁ ଫିଲ୍ମ ‘ଟୁନେଗାଟୁନେଗା’ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ‘ମେରେ ଡାଡ୍‌ କି ମାରୁତି’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କଲେ । ତା’ପରେ ‘ସୋନାଲି କେବଲ୍‌’ ଫିଲ୍ମରେ ନଜର ଆସିଲେ, ଯାହାର ଗୀତ ହିଟ୍‌ ହେବା ପରେ ରିୟାଙ୍କୁ ଖୁବ୍‌ ଲୋକପ୍ରିୟତା ମିଳିଲା । ତା’ପରେ ‘ବ୍ୟାଙ୍କ୍‌ ଚୋର’, ‘ହାଫ୍‌ ଗର୍ଲଫ୍ରେଣ୍ଡ୍‌’ ଭଳି ଫିଲ୍ମରେ ସେ ନଜର ଆସିଲେ ।

Copyright © 2022 - Summa Real Media Private Limited. All Rights Reserved.