ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଆରସିବି ସପକ୍ଷରେ ରାୟ, ୬୦୦ କୋଟି ଆୟ କରିବା ପରେ ବଦଳିବ ’ଜେଲର’ ଫିଲ୍ମର ଏହି ସିନ୍‌

ନୂଆଦିଲ୍ଲୀ, ୨୯/୦୮: ସୁପରଷ୍ଟାର ରଜନୀକାନ୍ତ ଅଭିନୀତ ‘ଜେଲର’କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ ।  ଅଗଷ୍ଟ ୧୦ ତାରିଖରେ ରିଲିଜ୍‌ ହୋଇଥିବା ଜେଲର ଏବେ ବି ଦର୍ଶକଙ୍କୁ ଆକୃଷ୍ଟ କରୁଛି । ସିନେମା ହଲରେ ଭିଡ଼ ଜମୁଛି । ପ୍ରାୟ ୬୦୦ କୋଟି ଟଙ୍କା ଆୟ କରିସାରିଥିବା ଜେଲରକୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ହେଉଛି । ନିର୍ଦ୍ଦେଶକ ନେଲସନ୍ ଦିଲ୍ଲୀପ କୁମାର ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ଯୋଡ଼ିକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

ହେଲେ ଜେଲର ଫିଲ୍ମର ଏକ ସିନ୍‌ ସେପ୍ଟେମ୍ବର ପହିଲାରୁ ଏଡିଟ୍‌ ହୋଇ ପ୍ରଦର୍ଶିତ ହେବାକୁ ଯାଉଛି । ବହୁତ କମ୍‌ ସିନେମା ଥିବ ଯାହା ରିଲିଜ୍‌ ହେବା ପରେ ଏଡିଟ ହୋଇଥିବ । ଆଉ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଜେଲର ଚଳଚ୍ଚିତ୍ର । କୋର୍ଟରେ ମାମଲା ପହଞ୍ଚିବା ପରେ ଏଭଳି କରିବାକୁ ଫିଲ୍ମ ନିର୍ମାତା ବାଧ୍ୟ ହୋଇଛନ୍ତି । ଫିଲ୍ମର ଏକ ନିର୍ଦ୍ଦିଷ୍ଟ ସିନ୍‌କୁ ନେଇ ହାଇକୋର୍ଟ ଯାଇଥିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ –ଆରସିବି । କଣ ଥିଲା ମାମଲା ଆସନ୍ତୁ ଜାଣିବା….

ବଲିଉଡ୍‌ରୁ ଇସ୍ତଫା ଦେଲେ ବିବେକ ଅଗ୍ନିହୋତ୍ରୀ, କହିଲେ-'ମୂର୍ଖ ଅଭିନେତାଙ୍କ ସହ କାମ କରିପାରିବି ନାହିଁ’

ପ୍ରକୃତରେ ଫିଲ୍ମର ଏକ ଦୃଶ୍ୟରେ ଜଣେ କଣ୍ଟ୍ରାକ୍ଟ କିଲର ଆରସିବି ଜର୍ସି ପିନ୍ଧିଥିବା ଦେଖିବାକୁ ମିଳୁଛି । ଆଉ ଏହି ସମୟରେ କଣ୍ଟ୍ରାକ୍ଟ କିଲରଜାଣକ ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରୁଛନ୍ତି । ତେବେ ଫିଲ୍ମ ରିଲିଜ୍‌ ହେବା ପରେ ଆରସିବି ପକ୍ଷରୁ ଫିଲ୍ମ ଏବଂ ନିର୍ମାତାଙ୍କ ବିରୋଧରେ କୋର୍ଟରେ କେସ୍‌ କରାଯାଇଥିଲା । ବ୍ରାଣ୍ଡର ଇମେଜ୍‌ ଖରାପ ହେଉଥିବା ନେଇ ଆରସିବି ପକ୍ଷରୁ କୋର୍ଟରେ କୁହାଯାଇଥିଲା । 

ଶେଷରେ ଦିଲ୍ଲୀ ହାଇକୋର୍ଟ ଫିଲ୍ମରୁ ସେହି ଦୃଶ୍ୟକୁ ନଦେଖାଇବା ପାଇଁ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ପରେ ଏହି ସମସ୍ୟାର ସମାଧାନ କରିଦିଆଯାଇଛି । ଫିଲ୍ମ ନିର୍ମାତା, ବିତରକ ଏବଂ ଦର୍ଶକଙ୍କ ସମେତ ଫିଲ୍ମ ସହ ଜଡ଼ିତ ସମସ୍ତ ବ୍ୟକ୍ତି ନିର୍ଦ୍ଦେଶ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଥିଲେ । ସେପ୍ଟେମ୍ବର ୧ରୁ ଫିଲ୍ମର ଏହି ଦୃଶ୍ୟକୁ ବଦଳାଯାଇ ପ୍ରଦର୍ଶିତ କରାଯିବ । ତେବେ ସେପ୍ଟେମ୍ବର ପହିଲାରୁ ଫିଲ୍ମର ଏହି ଦୃଶ୍ୟ ଆଉ ଦେଖିପାରିବେ ନାହିଁ ଦର୍ଶକ । 

You can also read: ଏହି ଏୟାରଲାଇନ୍ସ ବିମାନରେ ଆରମ୍ଭ କରିବ Adults only ସିଟ୍‌ , ଜାଣନ୍ତୁ ଏପରି ନାମ ରଖିବା ପଛର କାରଣ କଣ ...



  • Royal Challengers Bangalore
  • Jailer
  • Copyright © 2022 - Summa Real Media Private Limited. All Rights Reserved.