ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ଜିଲ୍ଲାରେ ୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ମଞ୍ଜୁରୀ

ପୁରୀ ୪/୨ : ପୁରୀ ଜିଲ୍ଲାର ୩ ଗୋଟି ବହୁମୁଖୀ ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ  ସରକାରୀ ମଞ୍ଜୁରୀ ମିଳିଛି ବୋଲି ଜିଲ୍ଲାପାଳ ବିଜୟ କୁମାର ଦାଶ ସୂଚନା ଦେଇଛନ୍ତି।

ବ୍ରହ୍ମଗିରି ବ୍ଲକ ର ମାଣିକ ପଞ୍ଚାୟତ ମିର୍ଜାପୁର ଗ୍ରାମର ଖାତା ନମ୍ବର ୪୨ ପ୍ଲଟ ନମ୍ବର ୧୬୯ ରେ ଗୋଟିଏ, ପଣସପଦା ପଞ୍ଚାୟତ ରାମେଶ୍ବରପୁର ସାମିଲ ପାଇକସାହିର ଖାତା ନମ୍ବର ୧୨୩ ପ୍ଲଟ ନମ୍ବର ୫୮୩ ରେ ଗୋଟିଏ ଓ କୃଷ୍ଣ ପ୍ରସାଦ ବ୍ଲକ ବଡ଼ଝାଡ ପଞ୍ଚାୟତ ଓ ବଡ଼ଝାଡ ଗ୍ରାମର ଖାତା ନମ୍ବର୨୦୬ ପ୍ଲଟ ନମ୍ବର ୨୫୧ ରେ ଗୋଟିଏ ଏହି ଭଳି ୩ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ନିର୍ମାଣ ହେବ।

ପୁରୀ ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ।ବିଶେଷ କରି ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକ ରେ ଏହି ବହୁମୁଖୀ ଆଶ୍ରୟ ସ୍ଥଳର ଆବଶ୍ୟକତା ରହିଥିଲା।ସରକାର ଏହାକୁ ମଞ୍ଜୁର କରିବା ଦ୍ବାରା ଅଞ୍ଚଳ ବାସୀ ଙ୍କର ଅନେକ ସୁବିଧା ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ସର୍ବାଧିକ ଉପଯୋଗ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.