ଜୟପୁର, ୦୬/୧୧: ଜୟପୁରରୁ ଆରମ୍ଭ ହେଲା ଦ୍ଵିତୀୟ ବିମାନ ସେବା। ସୋମବାରଠୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଦ୍ଵିତୀୟ ବିମାନ ସେବା ଆରମ୍ଭ ହୋଇଛି। ବିମାନଟି ସକାଳ ୮ଟା ୪୫ରେ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲା। ୧୫ମିନିଟର ବ୍ୟବଧାନ ଅର୍ଥାତ ୯ଟାରେ ପୁଣି ଜୟପୁର ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିଥିଲା।
ଏହି ବିମାନ ସେବା ସପ୍ତାହକୁ ଦୁଇ ଦିନ ମିଳିବ। ସୋମବାର ଏବଂ ଶୁକ୍ରବାର ଦିନ ଭୁବନେଶ୍ୱର-ଜୟପୁର ପାଇଁ ବିମାନ ସେବା ଯୋଗେଇବା ନେଇ ନିଷ୍ପତ୍ତି ହୋଇଛି। ତେବେ ସକାଳ ବେଳା ଏହି ବିମାନ ଆସିବା ଦ୍ୱାରା ଅନେକ ଉନ୍ନୟନ କାର୍ଯ୍ୟ ସହଜରେ ସାଧନ ହୋଇପାରିବ। ଏହି ବିମାନ ସପ୍ତାହରେ ଦୁଇଦିନ ପରିବର୍ତ୍ତେ ନିୟମିତ ଉଡାଣ ଭରିବା ସହ ଆଗକୁ ବଡ ବିମାନ ଉଡିଲେ ଅନେକ ଯାତ୍ରୀ ସୁବିଧା ପାଇ ପାରିବେ ବୋଲି ଯାତ୍ରୀ କହିଛନ୍ତି।