ପ୍ରମୂଖ ଖବର

ୟୁଜର ଶାହାରୁଖଙ୍କ ‘ଡଙ୍କି’କୁ ନେଇ କହିଲେ ଏଭଳି କଥା : ରାଗିଗଲେ କିଙ୍ଗ୍ ଖାନ୍, ଜାଣନ୍ତୁ କ’ଣ କହିଲେ...

ନୂଆଦିଲ୍ଲୀ,୬/୧୨ : ବଲିଉଡ଼ର ବାଦଶାହ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ୨୧ଡିସେମ୍ବରରେ ବଡ଼ ପରଦାକୁ ଆସିବାକୁ ଯାଉଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟ‌ରେ ବହୁ ଉତ୍ସୁକତା ଦେଖାଦେଇଛି । ଏହା ମଧ୍ୟରେ ଅଭିନେତା ପୁଣି ଥରେ ନିଜ ଫ୍ୟାନ୍ସମାନଙ୍କ ଲାଗି ଆସ୍କ ଏସଆରକେ ସେଶନ ରଖିଛନ୍ତି । ଯେଉଁଥିରେ ଜନୈକ ୟୁଜର କିଙ୍ଗ୍ ଖାନ୍‌ଙ୍କୁ ‘ଡଙ୍କି’କୁ ନେଇ ଏଭଳି ପ୍ରଶ୍ନ ପଚାରିଛନ୍ତି କି ଶାହରୁଖ ରାଗିଯାଇ ତାଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି । ଜାଣନ୍ତୁ ପୂରା ଘଟଣା...

ଶାହାରୁଖ ଖାନ ବୁଧବାର ଫ୍ୟାନ୍ସଙ୍କ ଲାଗି ପୁଣି ଥରେ ନିଜର ଏକ୍ସ ଆକାଉଣ୍ଟରେ ଆସ୍କ ଏସଆରକେ ସେଶନ ରଖିଛନ୍ତି । ଯେଉଁଥିରେ ତାଙ୍କର ଫ୍ୟାନ୍ସମାନେ ଅଭିନେତାଙ୍କୁ କେତେକ ପ୍ରଶ୍ନ କରିଛନ୍ତି । ଏହା ମଧ୍ୟରେ ଜନୈକ ୟୁଜର ଶାହାରୁଖ ଖାନଙ୍କ ଫିଲ୍ମକୁ ନେଇ ବହୁତ ଓଲଟପାଲଟ କଥା କହି ଦେଇଛନ୍ତି । ଯାହାକୁ ଶୁଣି କିଙ୍ଗ୍ ଖାନ ବହୁତ ନାରାଜ ହୋଇଯାଇଥିଲେ ଏବଂ ଔଷଧ ନେବାକୁ ପରାମର୍ଶ ଦେଇଦେଲେ ।


ପ୍ରକାଶ ଯେ, ୟୁଜର ଶାହାରୁଖ ଖାନଙ୍କୁ ପଚାରିଥିଲେ କି ଆପଣଙ୍କ ପିଆର୍ ଟିମ୍‌ ପାଇଁ ଗତ ଦୁଇ ବେକାର ଫିଲ୍ମ ଆପଣଙ୍କର ବ୍ଲକ୍ ବ୍ଲଷ୍ଟର ହୋଇଯାଇଥିଲା । କ‘ଣ  ଆପଣଙ୍କୁ ଏବେ ବି ନିଜ ପିଆର ଏବଂ ମାର୍କେଟିଂ ଟିମ୍ ଉପରେ ଭରଷା ରହିଛି କି ‘ଡଙ୍କି’ ବି ହିଟ୍ ହେବ ଏବଂ ବଲିଉଡ଼ରେ ପୁଣି ଏକ ବେକାର ଗୋଲ୍ଡେନ ଫିଲ୍ମ ହେବ’। ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ କହିଥିଲେ କି, ‘ ମୁଁ ଆପଣଙ୍କ ଭଳି ଲୋକଙ୍କୁ ଉତ୍ତର ଦେଇନଥାଏ କିନ୍ତୁ ଆପଣଙ୍କୁ ଏହା କହିବି କି ଆପଣ ହୁଏତ କବ୍ଜ ସମସ୍ୟାରେ ପୀଡ଼ିତ ଅଛନ୍ତି , ଏଥଲାଗି ମୁଁ ନିଜ ପିଆର୍ ଟିମ୍‌କୁ କହିବି କି ସେ ଆପଣଙ୍କୁ ଭଲ ଔଷଧ ପଠାଇବେ .. ଆଶା ଅଛି କି ଆପଣ ଖୁବଶୀଘ୍ର ଠିକ୍ ହୋଇଯିବେ ’ । 




ସେହିଭଳି ଏହାପରେ ଅଭିନେତା ପୁଣି ଥରେ ଟ୍ବିଟ୍ କରିଥି‌ଲେ ଏବଂ ସେଥିରେ ଲେଖିଥିଲେ କି, ‘ଏବେ ଡଙ୍କିର କିଛି ମାର୍କେଟିଂ ପ୍ୟାକେଜର ଆବଶ୍ୟକତା ଅଛି..୨୧ଡିସେମ୍ବରରେ ପୁରା ବିଶ୍ବରେ ଆପଣଙ୍କ ସହ ଭେଟ ହେବ.. ଆପଣଙ୍କୁ ଭଲ ପାଉଛି ଏବଂ ଆପଣଙ୍କ ସମୟ ଲାଗି ଧନ୍ୟବାଦ.. #ଡଙ୍କିଟ୍ରେଲର..’ । ପ୍ରକାଶ ଯେ ‘ଡଙ୍କି’ରେ ଅଭିନେତାଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁ ବି ନଜର ଆସିବାରେ ଅଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.