ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦିଶାରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

Image Courtesy: theprint

ଭୋପାଳ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଆସନ ଭାଗବଣ୍ଟାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି । ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଆପ ଏବଂ ସମାଜବାଦୀ ପାର୍ଟି କେତେକ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ହେଲେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ସଂପର୍କରେ କୌଣସି ଖୁଲାସା କରିନାହାନ୍ତି । ଏସବୁ ଭିତରେ ‘ଏନଡି ଟିଭି’ରେ ପ୍ରକାଶିତ ଖବର ଅନୁସାରେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । 

ବିଜେପି ତାଙ୍କୁ ବିଦିଶାରୁ ପ୍ରାର୍ଥୀ କରିପାରେ । ମଧ୍ୟପ୍ରଦେଶର ମଧ୍ୟଭାଗରେ ଥିବା ବିଦିଶା ଜିଲ୍ଲାର ଐତିହାସିକ ଏବଂ ପୌରାଣିକ ମହତ୍ତ୍ବ ରହିଛି । ବୌଦ୍ଧ ତୀର୍ଥ ସ୍ଥଳ ସାଞ୍ଚିର ବିଶ୍ବ ଦରବାରରେ ନାଁ ରହିଛି । ଆଉ ଏହି ଧାର୍ମିକ ସ୍ଥଳ ବିଦିଶା ଲୋକସଭା ନିର୍ବାଚନ କ୍ଷେତ୍ରରେ ଆସୁଛି ।  ଏଠାକାର ଲୋକସଂଖ୍ୟା ପ୍ରାୟ ସାଢ଼େ ୧୪ ଲକ୍ଷ ।  ୧୯୮୪ ମସିହାରେ ଶେଷ ଥର ଲାଗି ବିଦିଶାରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହା ପରଠାରୁ ଏହି ଲୋକସଭା ଆସନରେ ବିଜେପି ଦବଦବା ଜାହିର କରିଆସିଛି । 

ବିଜେପିର ରମାକାନ୍ତ ଭାର୍ଗବ ବିଦିଶାର ସାଂସଦ ରହିଛନ୍ତି । ୨୦୧୯   ନିର୍ବାଚନରେ ରମାକାନ୍ତ ଭାର୍ଗବ କଂଗ୍ରେସର ଶୈଳେନ୍ଦ୍ର ରମେଶ ଚନ୍ଦ୍ର ପଟେଲଙ୍କୁ ପରାସ୍ତ କରିଥିଲେ । ଗତ ନିର୍ବାଚନରେ ଏହି ଆସନରେ ୧୨,୫୦,୨୪୪ ଭୋଟ ପଡ଼ିଥିଲା । ସେଥିମଧ୍ୟରୁ ରମାକାନ୍ତ ଭାର୍ଗବଙ୍କୁ ୮, ୫୩,୦୨୨  ଭୋଟ ମିଳିଥିଲା ଏବଂ କଂଗ୍ରେସର ଶୈଳେନ୍ଦ୍ର ପଟେଲଙ୍କୁ ୩, ୪୯, ୯୩୮ ଭୋଟ ମିଳିଥିଲା । ହେଲେ ୨୦୨୪ ନିର୍ବାଚନରେ ରାମକାନ୍ତ ଭାର୍ଗବଙ୍କୁ ବିଜେପି ଟିକେଟ୍‌ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଦିଶାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥାଏ ।

ବିଜେପି କିମ୍ବା କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଦିଶା ଶିବରାଜଙ୍କ ନିଜ ଜିଲ୍ଲା ବୋଲି କୁହାଯାଏ । ଏହି ଆସନରୁ ଶିବରାଜ ୫ ଥର ସାଂସଦ ହୋଇଛନ୍ତି । ଯଦି ଶିବରାଜ ବିଦିଶାରୁ ପ୍ରାର୍ଥୀ ହୁଅନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେପଟେ ଶିବରାଜଙ୍କ ବ୍ୟତୀତ ରାଷ୍ଟ୍ରୀୟ ଶିଶୁ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୀଙ୍କ ନାମ ମଧ୍ୟ ତାଲିକାରେ ରହଛି ବୋଲି ଚର୍ଚ୍ଚା ହେଉଛି ।  

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.