ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସିଦ୍ଧୁ ମୁସେୱାଲାଙ୍କ ଘରକୁ ଫେରିବ ଖୁସି, ଦ୍ବିତୀୟ ସନ୍ତାନ ଜନ୍ମ ଦେବେ ମା’ ଚରଣ କୌର

ନୂଆଦିଲ୍ଲୀ,୨୭।୨:  ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଫେରୁଛି ଖୁସି। ୨୦୨୨ ରେ ତାଙ୍କୁ ହତ୍ୟା କରାଯିବା ପରେ ପରିବାରଠାରୁ ନେଇ  ପ୍ରଶଂସକଙ୍କ ଭିତରେ ଖେଳି ଯାଇଥିଲା ଶୋକର ଛାୟା। ଏବେ କିନ୍ତୁ ଘରକୁ ଫେରୁଛି ଖୁସି। ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ସିଂହ ଗର୍ଭବତୀ ଅଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଏକ ସନ୍ତାନକୁ ଜନ୍ମ ଦେବାର ଖବର ମିଳିଛି। ସିଦ୍ଧୁ ମୁସେୱାଲାଙ୍କ ମା’ ଆଇଭିଏଫ୍ ଜ୍ଞାନକୌଶଳରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି । ଏ ସମ୍ପର୍କରେ ଯଦିଓ  ସିଦ୍ଧୁ ମୁସେୱାଲାଙ୍କ ବାପା-ମା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କିନ୍ତୁ ତାଙ୍କ  ଦାଦା ଚମକୌର ସିଂହ ନିଜେ ଏହି ସୂଚନା ଦେଇଛନ୍ତି। 

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରଥମ ଥର ପାଇଁ ତାଙ୍କ ଘରେ ଖୁସିର ଲହରୀ ଖେଳିବାକୁ ଯାଉଛି। ମୁସେୱାଲା ବାପା-ମା’ଙ୍କୁ ୬୦ ବର୍ଷରୁ ଅଧିକ ହୋଇସାରିଛି। ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ଚମକୌର ସିଂହ କହିଛନ୍ତି, ଆଇଭିଏଫ୍ ଜରିଆରେ ଦ୍ବିତୀୟ ସନ୍ତାନ ମାର୍ଚ୍ଚରେ ଆସିବ। ସିଦ୍ଧୁଙ୍କ ମା’ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି।

ଉଲ୍ଲେଖନୀୟ ଯେ, ୨୯ ଜୁନ୍ ୨୦୨୨ ରେ ସିଦ୍ଧୁଙ୍କ ଉପରକୁ କିଛି ଲେକା ଗୁଳିମାଡ କରି ତାଙ୍କୁ ହତ୍ୟା କରିଥିଲେ। ସିଦ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ବିଶେଷ କରି ବାପା-ମାଙ୍କୁ ଲାଗିଥିଲା ବଡ଼ ଝଟକା। ଫ୍ୟାନ୍‌ମାନେ ତାଙ୍କୁ ଭୁଲି ପାରିନଥିବା ବେଳେ ବାପା-ମାଙ୍କ ପାଇଁ ଏହା ଖୁବ୍ କଷ୍ଟକର ରହିଛି। ସିଦ୍ଧୁଙ୍କ ହତ୍ୟା ପାଇଁ ଗୋଲ୍ଡି ବରାର ନିଜକୁ ଦାୟୀ କରିଥିଲା। ଏହାପରେ ପୋଲିସ ଗୋଲ୍ଡିକୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ କହିଥିଲା। ସିଦ୍ଧୁଙ୍କ ବିଷୟରେ ଯଦି କଥା ହେବା ତେବେ ସେ ଟପ୍ ପଞ୍ଜାବୀ ସିଙ୍ଗରଙ୍କ ଭିତରୁ ଜଣେ ଥିଲେ। ସେ ନା କେବଳ ଗୀତ ଗାଉଥିଲେ, ବଂର ତାଙ୍କୁ ପ୍ରଡ୍ୟୁସ ମଧ୍ୟ କରୁଥିଲେ। ସିଦ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ଗୀତ ମଧ୍ୟ ଖୁବ୍ ଚାଲିଥିଲା ଓ ସେ ଭ୍ୟୁଜ୍‌ରେ ବହୁ ରେକର୍ଡ ଭାଙ୍ଗିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.