ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁଡ଼ଙ୍ଗରେ ଥିବା ଶ୍ରମିକଙ୍କ ଘର କଥା ଦେଖାଇବା ପଡ଼ିଲା ମହଙ୍ଗା , ସାମ୍ୱାଦିକ ଓ ୟୁଟ୍ୟୁବରଙ୍କ ଉପରେ ମାମଲା ରୁଜୁ

ଖୁଣ୍ଟି : ମଙ୍ଗଳବାର ଉତ୍ତରାଖଣ୍ଡର ସିଲକ୍ୟାରା ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସବୁ ଶ୍ରମିକ ନିଜ ନିଜର ଘରେ ପହଞ୍ଚିଛନ୍ତି। କିନ୍ତୁ ଏବେ ଏହି ଶ୍ରମିକଙ୍କ ଖବରକୁ ନେଇ ଜଣେ ସାମ୍ୱାଦିକ ଓ ଜଣେ ୟୁଟ୍ୟୁବର ସମସ୍ୟାରେ ପଡ଼ିଛନ୍ତି। ସେମାନେ ଶ୍ରମିକଙ୍କ ଅଭାବୀ ପରିବାର କଥା ଦେଖାଇବା ତାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଜଣେ ସ୍ଥାନୀୟ ସାମ୍ୱାଦିକ ଓ ଜଣେ ବ୍ଲଗରଙ୍କ ବିରୋଧରେ କଥିତ ଭାବେ ସରକାରୀ କାମରେ ବାଧା ଦେବାର ମାମଲା ରୁଜୁ ହୋଇଛି। କୁହାଯାଉଛି କି, ଏହି ଲୋକେ ଉତ୍ତରାଖଣ୍ଡରେ ସିଲକ୍ୟାରା ସୁଡ଼ଙ୍ଗରେ ଫସି ଥିବା ଜଣେ ଶ୍ରମିକଙ୍କ ପରିବାରର ଦୁର୍ଦ୍ଦଶାକୁ ରେକର୍ଡ କରିଥିଲେ। 

ଉକ୍ତ ମାମଲା ବିଷୟରେ ଆଲୋଚନା କରି ତୋରପାର ଉପମଣ୍ଡଳୀୟ ପୁଲିସ ଅଧିକାରୀ (ଏସଡିପିଓ) ଓମପ୍ରକାଶ ତିୱାରୀ କହିଛନ୍ତି କି , ଖଣ୍ଡ ବିକାଶ ଅଧିକାରୀ ସ୍ମିତା ନାଗେସିୟା ଓ କ୍ଷେତ୍ରାଧିକାରୀ ବନ୍ଦନା ଭାରତୀଙ୍କର ଅଭିଯୋଗ ଆଧାରରେ ସାମ୍ୱାଦିକ ସୋନୁ ଅନ୍ସାରୀ ଓ ୟୁଟ୍ୟୁବର ଗୁଞ୍ଜନ କୁମାରଙ୍କ ବିରୋଧରେ କର୍ରା ପୁଲିସ ଥାନାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଏସଡିପିଓ କହିଛନ୍ତି - ସେ କଥିତ ଭାବେ ସରକାରୀ କାମରେ ବ୍ୟବଧାନ ସୃଷ୍ଟି କରିଛନ୍ତି ଓ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଛନ୍ତି।

ସାମ୍ୱାଦିକ ଓ ୟୁଟ୍ୟୁବରଙ୍କ ନାଁରେ ପୁଲିସ ପାଖରେ ୩୦ ନଭେମ୍ୱରରେ ରୁଜୁ କରାଯାଇ ଥିବା ଅଭିଯୋଗରେ ଏହା କୁହାଯାଇଛି ଯେ, ଯେବେ ଏହି ଦୁଇ ଅଧିକାରୀ ଶ୍ରମିକଙ୍କ ଘରକୁ ଯାଇଥିଲେ ତ ଦୁଇ ଜଣ ଲୋକ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ। ଅଭିଯୋଗ ଅନୁସାରେ , ସେ ସତ ନଜାଣି ରେକର୍ଡିଂ ଆରମ୍ଭ କରିଦେଲେ। ଯେବେ ତାଙ୍କ ସତ ଜାଣିବାକୁ କୁହାଗଲା ତ ଦୁଇ ଜଣ ଯାକ ଆମ କାମରେ ବାଧା ଦେଇଥିଲେ ଏବଂ ଦୁର୍ବ୍ୟବହାର କଲେ । ତିୱାରୀ କହିଛନ୍ତି   କି ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ଆଗାମୀ ପଦକ୍ଷେପ ନିଆଯିବ ।  

ଅନ୍ୟପଟେ ଉକ୍ତ ମାମଲାରେ ନିଜ ମତ ରଖି ସାମ୍ୱାଦିତ , ୟୁଟ୍ୟୁବର ସୋନୁ ଅନ୍ସାରୀ ଓ ଗୁଞ୍ଜର କୁମାର ଦାବି କରିଛନ୍ତି କି ସେ ନିଜ ରିପୋର୍ଟ ମାଧ୍ୟମରେ ଶ୍ରମିକ ବିଜୟ ହେରୋଙ୍କ ପରିବାରର ସ୍ଥିତିକୁ ଦେଖାଇ ଥିଲେ। ସେ ଦାବି କରିଥିଲେ ଯେ, ପ୍ରଶାସନ ୧୨ ନଭେମ୍ୱରରେ ସୁଡ଼ଙ୍ଗ ଭୁଶୁଡ଼ିବାର ଦୁଇ ସପ୍ତାହ ପରେ ପ୍ରଶାସନ ଗରିବ ପରିବାରକୁ ରାସନ ଉପଲବ୍ଧ କରାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.