ଚଣ୍ଡିଗଡ଼, ୦୯/୧୧: ହରିୟାଣାରେ ଯମୁନାନଗର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ବିଷାକ୍ତ ମଦ ପିଇବାର ୨ ଦିନ ପରେ ୬ ଜଣ ପ୍ରାଣ ହରାଇଛନ୍ତି । ଏନେଇ ବୁଧବାର ସୂଚନା ଦେଇଛି ପୋଲିସ । ଆଶଙ୍କା କରାଯାଉଛି ଉକ୍ତ ମଦ ବିଷାକ୍ତ ହୋଇଥିବାରୁ ୬ ଜଣଙ୍କ ଜୀବନ ଯାଇଛି ।
୬ ଜଣଙ୍କ ମୃତ୍ୟୁ ପରେ ବିଷାକ୍ତ ମଦ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମାମଲାରେ ପୋଲିସ ଏକାଧିକ ଲୋକଙ୍କୁ ଜେରା କରୁଛି । ତେବେ ପ୍ରକୃତରେ ମୃତ୍ୟୁ ବିଷାକ୍ତ ମଦ ପାଇଁ ହୋଇଛି ନା ରହିଛି ଆଉ ଅନ୍ୟ କିଛି କାରଣ । ତାହା ଏବେ ଯାଏଁ ଜଣାପଡ଼ି ନାହିଁ ।
ଗାଜା ଛାଡ଼ୁଛନ୍ତି ଲୋକ, ଆକ୍ରମଣକୁ ବ୍ୟାପକ କରୁଛି ଇସ୍ରାଏଲ୍, ଅସ୍ତ୍ରବିରତି ପାଇଁ ନେତନ୍ୟାହୁ ଅରାଜି
ପୋଲିସ କହିଛି, ବୁଧବାର ଅପରାହ୍ଣରେ ଜଣଙ୍କ ମୃତ୍ୟୁ ନେଇ ଏକ ହସ୍ପିଟାଲରୁ ସୂଚନା ମିଳିଥିଲା । କୁହାଯାଇଥିଲା ବିଷାକ୍ତ ମଦ ପିଇବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ ।
ପୋଲିସ ଆଖାପାଖ ଗାଁ ଲୋକଙ୍କୁ ପଚରାଉଚରା କରୁଛି । ମଙ୍ଗଳବାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ୨ ଜଣଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ପୋଡ଼ି ଦିଆ ଯାଇଥିଲା । ପୋଲିସ ହସ୍ପିଟାଲ୍ ମୃତ୍ୟୁ ସହ ଏହି ୫ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ କରୁଛି ।
ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଅଭିଯୋଗ
ତେବେ ମଙ୍ଗଳବାର ଓ ବୁଧବାର ପୋଲିସକୁ ସୂଚନା ଦିଆ ନଯାଇ ୫ ମୃତଦେହ ପୋଡ଼ି ଦିଆ ଯାଇଥିଲା । ଉକ୍ତ ମୃତଦେହ ଗୁଡ଼ିକର ପୋଷ୍ଟମର୍ଟମ ହୋଇ ପାରିନ ନାହିଁ । ତେବେ ମୃତକ କେଉଁଠୁ ମଦ ଆଣି ପିଇଥିଲେ ସେ ନେଇ ପୋଲିସ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି ।
ପୋଲିସ ଅନୁସାରେ, ଭିନ୍ନ ଭିନ୍ନ ବୟସର ୬ ଜଣଙ୍କ ମୃତ୍ୟୁ ହୋଇଛି । ସନ୍ଦେହ କରାଯାଉଛି, ମୃତ୍ୟୁର କାରଣ ମଙ୍ଗଳବାର ପିଇଥିବା ବିଷାକ୍ତ ମଦ ହୋଇପାରେ । ମଦ ପିଇବାର କିଛିଘଣ୍ଟାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବୁଧବାର ହସ୍ପିଟାଲରେ ଆଖି ବୁଜିଥିଲେ । ଏବେ ଆଉ ୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟରେ ବଦଳିବ ପାଗ: ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ, ଅନୁଭୁତ ହେବ ଶୀତ