ଭୁବନେଶ୍ୱର,୩୦/୧୧: ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ କୁସାକ ଓ ସ୍ଲାଭିଆର ଏଲିଗାନ୍ସ ଏଡିସନକୁ ଶୁଭାରମ୍ଭ କରାଯାଇଛି । ଏହା ଡିପ୍ ବ୍ଲାକ କଲରରେ ଆସିଛି । ୧.୫ ଟିଏସ୍୍ଆଇ ଇଞ୍ଜିନ ସହ ଏହା ଆସିଛି । ମାନୁଆଲ ଏବଂ ଡିଏସ୍ଜି ଟ୍ରାନ୍ସମିଶନ ମଧ୍ୟରୁ ଗ୍ରାହକ ଚୟନ କରିପାରିବେ ।
ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ପିଟର ସୋଲ୍କ କହିଛନ୍ତି, ଲିମିଟେଡ ଅଫରିଂ ସହ କୁସାକ ଓ ସ୍ଲାଭିଆର ଏଲିଗାନ୍ସ ଏଡିସନ ଆସିଛି । କ୍ଲାସିକ ବ୍ଲାକ କଲରର ଏବେ ଚାହିଦା ବଢ଼ିଥିବାରୁ ଏହି ରଙ୍ଗକୁ ଯୋଡାଯାଇଛି । ଗ୍ରାହକଙ୍କ ଟ୍ରେଣ୍ଡକୁ ଦେଖି ସେହି ଆନୁସାରେ ପ୍ରଡକ୍ଟ ଡିଜାଇନ ହେଉଛି । ଏଥିରେ ଗ୍ରାହକ ଡିଜାଇନ ଏବଂ ଓନରଶିପର ପ୍ରାଇଡ ପାଇପାରିବେ । କୁସାକ ଏଲିଗାନ୍ସ ଏଡିସନର ବଜାର ଦର ୧୮.୩୧ ଲକ୍ଷ ଏବଂ ସ୍ଲାଭିଆ ଏଲିଗାନ୍ସ ୧୭.୫୨ ଲକ୍ଷ ଟଙ୍କାରୁ ଆରମ୍ଭ । ମଡେଲଗୁଡିକ ଗ୍ଲୋବାଲ ଏନ୍କ୍ୟାପ୍ ପକ୍ଷରୁ ୫% ଷ୍ଟାର ସୁରକ୍ଷା ରେଟିଂ ପାଇଛି । ଏହା ଶିଶୁ ଓ ବୟସ୍କଙ୍କ ଲାଗି ଶତ ପ୍ରତିଶତ ସୁରକ୍ଷିତ ।