ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

ପୁରୀ, ୨/୧୨ : ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳାରେ ଶନିବାର ସନ୍ଧ୍ୟାରେ ପୁରୀ ସ୍ଥିତ ନୀଳାଚଳ ହାଟଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ଓ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନାରେ ଏହା ଅନୁଷ୍ଠିତ ହୋଇଛି । ଏହି ମେଳାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଉଦଘାଟନ କରି ଏହି ମେଳା ବୁଣାକାରମାନଙ୍କ ପ୍ରତିଭା ବିକାଶ, ଆର୍ଥିକ ସୁଧାର ସହ ଅନ୍ୟ ବୁଣାକାରମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ।

 ହସ୍ତତନ୍ତ ବିଭାଗର ଉପ ନିର୍ଦେଶକ ଲକ୍ଷ୍ମୀପତି ବେହେରା ଓ ସମ୍ବଲପୁରୀ ବସ୍ତ୍ରାଳୟର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ଯୋଗଦେଇ ଏହି ମେଳା ଚଳିତ ମାସ ୧ ରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହ ଏଥିରେ କେତେକ ବସ୍ତ୍ର ଉପରେ ରିହାତିର ବ୍ୟବସ୍ଥା ଥିବାରୁ ବ୍ୟବସାୟ ବୃଦ୍ଧିର ଆଶା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ଏମଡି ହୃଷିକେଶ ମାହାଳି, ହସ୍ତଶିଳ୍ପର ଏଚପି ଓ ସୂର୍ଯ୍ୟକାନ୍ତ ପଣ୍ଡା, ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ଜଗନ୍ନାଥ ମହାପାତ୍ର, ଅର୍ବାନ ହାଟ ପୁରୀର ପରିଚାଳକ ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଳାହାଣ୍ଡି, ସୋନପୁର, ଆଠଗଡ଼, ପୁରୀ, ଖୋର୍ଦ୍ଧା, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୨୨ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଣାକାର ସମିତି ସଦସ୍ୟମାନେ ଯୋଗଦାନ କରିଛନ୍ତି। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.