ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲରେନ୍ସ ଗ୍ୟାଙ୍ଗର ସୁଟରକୁ ନିର୍ମମ ଭାବେ ହତ୍ୟା , ହାତ ଗୋଡ଼ ବାନ୍ଧି କଲେ ଗୁଳି

ଚଣ୍ଡିଗଡ଼ : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର ରାଜନକୁ ଖୁବ୍‌ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ କୁରୁକ୍ଷେତ୍ରର ମେହରା ଗାଁରେ ରହୁଥିଲା। ସୂଚନା ଅନୁସାରେ , ରାଜନର ହାତ ଗୋଡ଼ ବାନ୍ଧି ଗୁଳି କରାଯାଇଛି ଏବଂ ଏହାପରେ ମୃତଦେହରେ ନିଆଁ ଲଗେଇ ଦିଆ ଯାଇଛି। 

ସୋମବାର ଦିନ ପୁଲିସର କହିବାନୁସାରେ, ଅନେକ ଗ୍ୟାଙ୍ଗ ୱାରରେ ସାମିଲ ଥିବା ରାଜନର ମୃତଦେହ ଯମୁନାନଗର ଜିଲ୍ଲାରେ ରାସ୍ତା କଡ଼ରୁ ମିଳିଥିଲା। ବମ୍ୱିହା ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡରେ ନିଜକୁ ଦାୟି କରିଛି। ରାଜନର ମୃତଦେହକୁ ତାର ସଂପର୍କୀୟ ଭାଇ ଚିହ୍ନଟ କରିଥିଲେ। ତାଙ୍କର କହିବାନୁସାରେ , ରାଜନର ତାର ପରିବାର ସହ କୌଣସି ସମ୍ୱନ୍ଧ ନଥିଲା। ସେ ଘରକୁ ଯାଉ ନଥିଲା। ତାର ହାତ ଗୋଡ଼ ବାନ୍ଧି ଦିଆ ଯାଇଥିଲା। ଏହା ବ୍ୟତୀତ ରାଜନର ମୃତଦେହର ଅନେକ ଅଂଶ ଗାଏବ ଥିଲା।

ସୂଚନା ମୁତାବିକ, ରାଜନର ବିବାହ ହୋଇ ସାରିଥିଲା ଏବଂ ତାର ଜଣେ ପିଲା ବି ଅଛି। କିନ୍ତୁ ବର୍ଷେ ହେବ ରାଜନ ନିଜ ଘରେ ରହୁ ନଥିଲା। ପୁଲିସ ଅଧିକାରୀଙ୍କ କହିବାନୁସାରେ , ହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନାହିଁ।

କହି ରଖୁଛୁ କି , ବମ୍ୱିହା ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଲକି ପଟିୟାଲ ଓ ଆତଙ୍କୀ ଡଲ୍ଲା ହିଁ ରାଜନଙ୍କର ହତ୍ୟା କରାଯାଇଛନ୍ତି। ବମ୍ୱିହା ଗ୍ୟାଙ୍ଗ୍‌ ମଧ୍ୟ ଏକ ପୋଷ୍ଟରେ ଲେଖିଛି – ସିଦ୍ଧୁ ମୁସେୱାଲଙ୍କ ବିନା କାରଣରେ ହତ୍ୟା କରାଯାଇଥିଲା । କାନାଡରେ ସୁକଖା ଦୁନୁକେଙ୍କର ହତ୍ୟା କରାଯାଇଛି । ଏହା ସୁକଖାଙ୍କର ହତ୍ୟାର ପ୍ରତିଶୋଧ। ଖୁବଶୀଘ୍ର ସମସ୍ତଙ୍କର ହିସାବ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.