ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜାନୁଆରୀରେ ଖୋଲିପାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହସ୍ପିଟାଲ, ପ୍ରଥମେ କାର୍ଯ୍ୟକ୍ଷମ ହେବ ମେଡିସିନ, ଚର୍ମ, ମାନସିକ ରୋଗ ବିଭାଗ

Published By : Prameya | December 2, 2023 11:17 AM

ପୁରୀ,୦୨/୧୨: ଦୂର ହେବ ଜିଲ୍ଲାର  ସ୍ୱାସ୍ଥ୍ୟ ସମସ୍ୟା । ଆଧୁନିକ ସ୍ୱାସ୍ଥ୍ୟ ସେବା ପାଇବେ  ରୋଗୀ । ଆଧୁନିକ ସୁବିଧା ସହ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଜାନୁଆରୀ  ସୁଦ୍ଧା କାର୍ଯ୍ୟକାରୀ ହେବ । ତେବେ ପ୍ରାଥମିକ ଭାବେ  ଏଠାରେ ୩ରୁ ୪ଟି ବିଭାଗ ଖୋଲିବ । ପରବର୍ତ୍ତୀ  ପର୍ଯ୍ୟାୟରେ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ  ସଂପୂର୍ଣ୍ଣ ହସ୍ପିଟାଲଟି କାର୍ଯ୍ୟକାରୀ ହେବ । ପୂର୍ତ୍ତ  ବିଭାଗ ମେଡିକାଲ କଲେଜର ନିର୍ମାଣ ଦାୟିତ୍ୱ  ନେଇଛି । କଲେଜ ନିର୍ମାଣ କାର୍ଯ୍ୟ ପାଖାପାଖି  ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ।   

କଲେଜରେ ପ୍ରାଥମିକ ଭାବେ ମେଡିସିନ,  ମାନସିକ ରୋଗ ଏବଂ ଚର୍ମ ରୋଗ ବିଭାଗ  ଖୋଲିବାକୁ ଯୋଜନା ରହିଛି । ଏହି ସବୁ  ବିଭାଗରେ ଆଉଟଡୋର ଆବଶ୍ୟକ ହେଉ  ନଥିବାରୁ ପ୍ରାଥମିକ ଭାବେ ଏହା ଖୋଲାଯିବ ।  ମାନବ ସମ୍ବଳ ଯୋଗାଡ଼, ମେଡିକାଲ ଉପକରଣ  କ୍ରୟ ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ଉପଲବ୍ଧ  ହେବା ପରେ ଅନ୍ୟ ବିଭାଗଗୁଡ଼ିକ ଖୋଲିବ ।  ଏଠାରେ ମୋଡ୍ୟୁଲାର ଓଟି ରହିବ । ବର୍ତ୍ତମାନ  ସୁଦ୍ଧା ଓଟି ନିର୍ମାଣ ସରିନି । 

ଏଣୁ ମୋଡ୍ୟୁଲାର  ଓଟି ଖୋଲିବାକୁ ଆହୁରି ସମୟ ଲାଗିପାରେ  ବୋଲି ଶ୍ରୀଜଗନ୍ନାଥ ମେଡିକାଲ କଲେଜର  ଅଧ୍ୟକ୍ଷା ପ୍ରଫେସର ଡ. ସବିତା ମହାପାତ୍ର  ସୂଚନା ଦେଇଛନ୍ତି । ଡିସେମ୍ବର ୩୧ରେ କଲେଜ  ହ୍ୟାଣ୍ଡଓଭର ଏବଂ ଜାନୁଆରୀ ୧୧ରେ କାର୍ଯ୍ୟକାରୀ  ହୋଇପାରେ ବୋଲି ଡ. ମହାପାତ୍ର କହିଛନ୍ତି । ପୂର୍ତ୍ତ  ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ପୂର୍ତ୍ତ  ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମୀରଞ୍ଜନ ସାହୁ ଏନେଇ  କହିଛନ୍ତି, ୨୨୪.୫୬ କୋଟି ଟଙ୍କା ବ୍ୟୟରେ ଏହି  ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି । ଜାନୁଆରୀ  ସୁଦ୍ଧା ଏହାକୁ ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରହିଛି ।  ନିର୍ମାଣ କାର୍ଯ୍ୟ ପାଖାପାଖି ଶେଷ ହୋଇସାରିଲାଣି ।   

ପ୍ରତ୍ୟେକ ମେଡିକାଲ କଲେଜର ନିଜସ୍ୱ ହସ୍ପିଟାଲ ରହିବା ବାଧ୍ୟତାମୂଳକ । ହେଲେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ନିଜସ୍ୱ ଟିଚିଂ  ହସ୍ପିଟାଲ ନଥିବାରୁ ଏହାର ଛାତ୍ରଛାତ୍ରୀମାନେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅଭ୍ୟାସ କରୁଛନ୍ତି । ନିଜସ୍ୱ ହସ୍ପିଟାଲ ଖୋଲିବା ପରେ ଛାତ୍ରଛାତ୍ରୀ ଏବଂ ପ୍ରଫେସରମାନେ ଆଉ ମୁଖ୍ୟ ଚିକିତ୍ସାଳୟକୁ ଆସି  ରୋଗୀ ଦେଖିବେ ନାହିଁ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଡାକ୍ତର ରହିବା ପରେ ମଧ୍ୟ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ନିଅଁଟିଆ ଡାକ୍ତରରେ ଚାଲୁଛି । ଏଣୁ ଏହି ଡାକ୍ତରମାନେ ଚାଲିଯିବା ପରେ ମୁଖ୍ୟ  ଚିକିତ୍ସାଳୟରେ ଡାକ୍ତର ଅଭାବଦେଖାଯାଇପାରେ  ଏବଂ ରୋଗୀ ସେବା ବାଧାପ୍ରାପ୍ତ ହୋଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.