ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଟିଟିଏସ୍‌ରେ ବିଏମ୍‌ସିର ଅଳିଆ ପାହାଡ଼: ଅଗଷ୍ଟରେ ରିର୍ପୋଟ ମାଗିଥିଲେ ଓଏଚ୍‌ଆର୍‌ସି, ଡିସେମ୍ବର ୧ ସୁଦ୍ଧା ସାନି ରିପୋର୍ଟ ତଲବ

ଭୁବନେଶ୍ୱର,୦୭/୧୧: ସହର ଭିତରେ ଅଳିଆ ଜମା କରିବା ବିଏମ୍‌ସିକୁ ମହଙ୍ଗା ପଡିଛି । ଏନେଇ ରାଜ୍ୟ ମାନବଧିକାର କମିଶନ (ଓଏଚ୍‌ଆରସି) ବିଏମ୍‌ସିକୁ ରିର୍ପୋଟ ତଲବ କରିଛନ୍ତି । ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ  ଦାଖଲ କରିବାକୁ ଓଏଚ୍‌ଆରସି ସମୟସୀମା ଦେଇଛନ୍ତି । 

ଆଞ୍ଚଳିକ ସମନ୍ୱୟ ସମିତି ପକ୍ଷରୁ ଅଳିଆ ଦୁର୍ଗନ୍ଧକୁ ନେଇ ମାମଲା ଦାୟର କରାଯାଇଥିଲା । ଏନେଇ ଓଏଚ୍‌ଆରସି ବିଏମ୍‌ସିକୁ ଅଗଷ୍ଟ ମାସରୁ ଅବଗତ କରାଇଥିଲେ । ହେଲେ ବିଏମ୍‌ସି ଏହାର ଜବାବ ଦେଇନଥିଲା । ଏବେ ନେଡ଼ିଗୁଡ଼ କହୁଣିକୁ ବୋହିଲା ପରେ ବିଏମ୍‌ସିର ଚେତା ପଶିଛି । ହେଲେ ବିଏମ୍‌ସି କାହିଁକି ନିର୍ଦ୍ଦେଶ   ପାଇବା ପରେ ରିପୋର୍ଟ ଦେଇ ନଥିଲା । ଯଦି ସେବେଠୁ ବିକଳ୍ପ ବ୍ୟବସ୍ଥା କରାଯାଇଥାନ୍ତା, ତେବେ ହୁଏତ ସହର ଦୁର୍ଗନ୍ଧରୁ ରକ୍ଷା ପାଇପାରିଥାନ୍ତା । ହେଲେ ବିଏମ୍‌ସି ଜାଣିଶୁଣି ଅଳିଆ ପକାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । 

ସାରା ଭୁବନେଶ୍ୱରରୁ ପ୍ରତିଦିନ ୭୦୦ରୁ ୮୦୦ ଟନ୍‌ ଅଳିଆ ବାହାରୁଛି । ଏହି ସବୁ ଅଳିଆ ପୂର୍ବରୁ ଦାରୁଠେଙ୍ଗକୁ ଯାଉଥିଲା । ବିଏମ୍‌ସି ପକ୍ଷରୁ ୩୬ ଏମ୍‌ସିସି ଓ ୨୨ ଏମ୍‌ଆରଏଫ୍‌ରେ ୨୫୦ରୁ ୩୦୦ଟନ୍‌ ଓଦା ଶୁଖିଲା ଅଳିଆ ପ୍ରୋସେସିଂ ହେଉଛି । ବଳକା ଅଳିଆ ସୈନିକ ସ୍କୁଲ ନିକଟ ଟିଟିଏସ୍‌କୁଆସୁଛି । ଦାରୁଠେଙ୍ଗରେ ଅଳିଆ ବନ୍ଦ ହେବା ପରେ ଅଳିଆ ଏବେ ଟିଟିଏସ୍‌ରେ ପାହାଡ଼ ପାଲଟିଲାଣି । ସାଧାରଣ ଲୋକେ ପରିମଳ  ପାଇଁ ଟିକସ ଦେଉଛନ୍ତି । ହେଲେ ବିଏମ୍‌ସି ସହରମଝିରେ ଅଳିଆ ଗଦା କରୁଛି । ବିରୋଧ କଲେ ନାଲି ଆଖି ଦେଖାଉଛି । ବହୁ  ଲୋକ ବିଭିନ୍ନ ଚର୍ମ ରୋଗର ଶିକାର ହେଉଛନ୍ତି । ସୋମବାର ଅଳିଆ ଢାଳିବାକୁ ଟିଟିଏସ୍‌ରେ ଲମ୍ବା ଲାଇନ୍‌ ଲାଗିଛି । ପାହାଡ଼ ଭଳି ଅଳିଆ ଜମା ହେଇଥିବାରୁ ସ୍ଥିତି ସାଂଘାତିକ । ତେଣୁ ଦୈନିକ ଅଳିଆ କେଉଁଠି ଢାଳିବେ ତାକୁ ନେଇ ଏବେ ଚିନ୍ତାରେ ବିଏମ୍‌ସି । 

Copyright © 2022 - Summa Real Media Private Limited. All Rights Reserved.