ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧/୯ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସିଆଇଇଟିର ଏକ ଅତ୍ୟାଧୁନିକ ଆଇସିଟି ଲ୍ୟାବର ମଧ୍ୟ ଲୋକାର୍ପଣ କରିଛନ୍ତି । ଏନସିଇଆରଟିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଅବସରରେ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ମନୁଷ୍ୟର ପୁରୁଷାର୍ଥକୁ ଚରିତାର୍ଥ କରିବାର ମାଧ୍ୟମ ଅଟେ । ଏନସିଇଆରଟି ଦେଶର ଶିକ୍ଷା ପ୍ରଣାଳୀରେ ଅଭୂତପୂର୍ବ ଯୋଗଦାନ ରଖିଛି । ଗବେଷଣା, ସ୍କୁଲ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ ଏବଂ କିଶୋର କଶୋରୀଙ୍କୁ ଶିକ୍ଷା ଦେବା ଭଳି କ୍ଷେତ୍ରରେ ଏନସିଇଆରଟି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗବେଷଣା ବିଶ୍ୱବିଦ୍ୟାଳୟ ଭାବରେ ପରିଣତ ଏନସିଇଆରଟି ବୈଶ୍ୱିକ ସହଭାଗୀତା ଦିଗରେ ନୂଆ ସୁଯୋଗ ପ୍ରଦାନ କରିବ ଏବଂ ବୈଶ୍ୱିକ ଶିକ୍ଷା ଦୃଶ୍ୟପଟ୍ଟରେ ନିଜର ଯୋଗଦାନ ରଖିବ । 

ପିଲାଙ୍କ ରୁଚି ଅନୁସାରେ ଶିକ୍ଷା ପଦ୍ଧତି ହେଲେ ଶିଶୁଙ୍କ ବିକାଶ ହେବ । ଏହି ପୃଷ୍ଠଭୂମିରେ ଏନସିଇଆରଟି ଦ୍ୱାରା ୩ରୁ ୮ ବର୍ଷ ଶିଶୁଙ୍କ ପାଇଁ ବିକଶିତ ହୋଇଥିବା କ୍ରୀଡା ଆଧାରିତ ଶିକ୍ଷା “ଯାଦୁଇ ପିଟାରା” ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଏକ ଉପକ୍ରମ ହୋଇଛି । ଏହାଦ୍ୱାରା ଦେଶର ୧୦ କୋଟି ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଏନସିଇଆରଟି ସହ ବାଲଭବନ ଏବଂ ବାଲବାଟିକାକୁ ମିଶାଇବା ପାଇଁ  ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ ।   ମାତୃଭାଷା ଉପରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ନେଇ କେନ୍ଦ୍ରମନ୍ତ୍ରୀ କହିବା ସହ  ଏନସିଇଆରଟିକୁ ନିଜର ୭ଟି ଆଞ୍ଚଳିକ କେନ୍ଦ୍ରରେ ଏଆର, ଭିଆର, ଏଆଇ, ଲ୍ୟାବ ସ୍ଥାପନା କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଭାରତକୁ ଗବେଷଣା ଓ ନବସୃଜନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବାକୁ ହେଲେ ବିଶ୍ୱର ନୂତନ ପ୍ରଯୁକ୍ତିବିଦ୍ୟା ସହ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବାକୁ ହେବ ।

ଏନସିଇଆରଟି ଶିକ୍ଷକ ପ୍ରଶିକ୍ଷଣ ମଧ୍ୟ ପାଠ୍ୟକ୍ରମକୁ ସର୍ବୋତ୍ତମ କରିବା ଦରକାର । ଭାରତର ଛାତ୍ରଛାତ୍ରୀଙ୍କୁ ଶିଳ୍ପ ବିପ୍ଲବ ୪.୦ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଭାରତର କୋଭିଡ ସୁପରିଚାଳନା ତଥା ଚନ୍ଦ୍ରାୟାନ ଭଳି ବିଷୟବସ୍ତୁ ଉପରେ ତଥ୍ୟ ଆଧାରିତ ପୁସ୍ତକ ଏନସିଇଆରଟି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ ଆଗାମୀ ପିଢି ଭାରତର ବିଚାର ଏବଂ ନୈତିକତା ସହିତ ନୂତନ ବିକାଶକୁ ମଧ୍ୟ ଜାଣିବା ଦରକାର ବୋଲି ସେ କହିଥିଲେ । ଏନସିଇଆରଟି ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ।

Copyright © 2022 - Summa Real Media Private Limited. All Rights Reserved.