ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଷ୍ଟ୍ରବେରି ଚାଷ ନେଇ ପ୍ରଶିକ୍ଷଣ ଶିବିର

ଦାରିଙ୍ଗବାଡ଼ି,୯/୧୨ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଉଦ୍ୟମକ୍ରମେ ଦାରିଙ୍ଗବାଡ଼ିରେ ଗତ ବର୍ଷ ଷ୍ଟ୍ରବେରି ଚାଷ ଆରମ୍ଭ ହୋଇଥିବାବେଳେ ଭଲ ଆଦାୟ ସହ ଲାଭ ଦାୟକ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୩ଟି ସ୍ଥାନରେ ଷ୍ଟ୍ରବେରି ଚାଷ କରାଯାଇଛି । ଏଥିପାଇଁ   ଷ୍ଟ୍ରବେରି ଚାଷ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଜିଲ୍ଲା ପ୍ରଶାସନର ସହାୟତାକ୍ରମେ ଫୁଲବାଣୀ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଷ୍ଟ୍ରବେରି ଚାଷ ନେଇ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । 

ପ୍ରଶିକ୍ଷଣ ଶିବିରରେ ଅବସରପ୍ରାପ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ମିହିର ରଂଜନ ସାମନ୍ତରାୟ ଓ ମୃତ୍ତିକା ସଂରକ୍ଷଣ ବିଭାଗର ପିଆଇଏ ହୃଷୀକେଶ ପ୍ରଧାନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଷ୍ଟ୍ରବେରି ଚାଷ ପ୍ରଣାଳୀ ସହ ବିକ୍ରୟ ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଗ୍ରୀନବାଡ଼ିର ଏଲିଜାବେଥ ସଂଘ ୧୫ ହଜାର, ସୁଲୁମାହାର ଆସାସ୍ୱର ସଂଘ ୩୩ହଜାର ୯୫୦ ଓ ପଞ୍ଚୁପଲ୍ହିର ଜୀବନ ଜ୍ୟୋତି ମହିଳା ସ୍ୱୟଂ ଗୋଷ୍ଟି ୩୮ ହଜାର ଷ୍ଟ୍ରବେରି ଚାରା ରୋପଣ କରିଛନ୍ତି । ପୂର୍ବ ବର୍ଷ ଭଳି କିଭଳି ଚଳିତ ବର୍ଷ ଅଧିକ ଷ୍ଟ୍ରବେରି ଅମଳ ହେବା ସହ ଭଲ ଲାଭବାନ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା । ପ୍ରଶିକ୍ଷଣ ଶିବିରରେ ଏସଇଡବ୍ଲୁ ଅନନ୍ତ ଜେନା, ବୈଷୟିକ ବିଶେଷଜ୍ଞ ବିଶ୍ଵପ୍ରକାଶ ଜେନା, ସିବିଟି ଗୁରୁ ପ୍ରସାଦ ସାହୁ, ଡିଇଓ ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.