ଭୁବନେଶ୍ୱର, ୦୮/୧୧ : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍ ହୋଇଛି। ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।
ସୂଚନାନୁଯାୟୀ, ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଭିଏସ୍ଏସ ନଗରରେ ଥିବା ବିଲ୍ଡିଂ, ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସ ନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ, ଉନ୍ନତି ଭବନରେ ଥିବା EICଙ୍କ ଅଫିସ ଭିତରେ ରେଡ୍ ଚାଲିଛି ।
ଏହି ଛଢାଉରେ ୭ DSP, ୫ ଇନ୍ସପେକ୍ଟର, ୮ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ହୋଇଛି।